ନୂଆଦିଲ୍ଲୀ ୦୫/୦୬: କ୍ୟାନ୍ସର ଅନେକ ପ୍ରକାରର ରହିଛି। ଏହା ଶରୀରର ଯେକୌଣସି ଅଙ୍ଗରେ ହୋଇପାରେ। ଏହି ଗମ୍ଭୀର ରୋଗର ମୁଖ୍ୟ କାରଣ ହେଉଛି ଆମର ଖରାପ ଖାଦ୍ୟ। ଲୋକମାନେ କେମିକାଲ ଯୁକ୍ତ ଜିନିଷ ଯେପରି, ତମାଖୁ, ମଦ୍ୟପାନ, ପ୍ୟାକ୍ ଓ ପ୍ରକ୍ରିୟାକୃତ ଖାଦ୍ୟ ଆଦି ଅଧିକ ଖାଉଛନ୍ତି। ଯଦି ଆପଣ ଏହି ରୋଗକୁ ଏଡାଇବାକୁ ଚାହାଁନ୍ତି, ତେବେ ଆମେ ଆପଣଙ୍କୁ ଏପରି କିଛି ବିପଜ୍ଜନକ ପାନୀୟ ବିଷୟରେ କହିବୁ ଯାହା ଗ୍ରୀଷ୍ମ ଋତୁରେ ଆରାମ ଦେଇଥାଏ। କିନ୍ତୁ ଏହା ସିଧାସଳଖ ଗୋଟିଏ ନୁହେଁ, ଦଶ ପ୍ରକାରର କ୍ୟାନ୍ସର ରୋଗ ସୃଷ୍ଟି କରିଥାଏ ।
{"width":743,"height":495}
ମଦ୍ୟପାନ :
କର୍କଟ ଭଳି ଗମ୍ଭୀର ରୋଗ ପଛରେ ମଦ୍ୟପାନ ମୁଖ୍ୟ କାରଣ। ପ୍ରତିଦିନ ଅଧିକ ମାତ୍ରାରେ ମଦ୍ୟପାନ କରୁଥିବା ଲୋକଙ୍କ ମଧ୍ୟରେ ବେକ, ଲିଭର୍, ବ୍ରେଷ୍ଟ ଏବଂ କୋଲନ୍ରେ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ।
{"width":741,"height":494}
ବୋତଲ ବନ୍ଦ ପାଣି :
ବଜାରରେ ସହଜରେ ଉପଲବ୍ଧ ବୋତଲ ବନ୍ଦ ପାଣି କ୍ୟାନ୍ସର ରୋଗର କାରଣ । ଏହି ବୋତଲରେ ବିସଫେନୋଲ-ଏ ବା ବିପିଏ ମିଳିଥାଏ, ଯାହା କର୍କଟ ରୋଗର ବୃଦ୍ଧି ପାଇଁ ଦାୟୀ। ବିପିଏ ଏକ ହରମୋନ୍ ବ୍ୟାଘାତକାରୀ ଭାବରେ କାର୍ଯ୍ୟ କରେ, ଯାହା ପରବର୍ତ୍ତୀ ସମୟରେ କର୍କଟ ରୋଗ ସୃଷ୍ଟି କରେ। ବିପିଏ ଯୋଗୁ ସ୍ତନ କର୍କଟ, ପ୍ରୋଷ୍ଟେଟ କର୍କଟ ହେବାର ଆଶଙ୍କା ବଢିଥାଏ।
{"width":735,"height":414}
ଏନର୍ଜି ଡ୍ରିଙ୍କ୍ :
ଆମେ ସମସ୍ତେ ଜାଣୁ ଏନର୍ଜି ଡ୍ରିଙ୍କ୍ ରେ କଫିନ୍ ଏବଂ ଚିନିର ମାତ୍ରା ଅଧିକ ଥାଏ। ଏହା ଅନେକ ପ୍ରକାରର କ୍ୟାନ୍ସର ରୋଗର କାରଣ ହୋଇପାରେ। ଏହାଦ୍ୱାରା ମେଦବହୁଳତା କିମ୍ବା ମଧୁମେହ ମଧ୍ୟ ହୋଇପାରେ।
{"width":745,"height":560}ସୋଡା :
ଜନ୍ ହପକିନ୍ସ ସ୍କୁଲ୍ ଅଫ୍ ମେଡିସିନ୍ ରିପୋର୍ଟ ଅନୁଯାୟୀ, ଡାର୍କ ରଙ୍ଗର ସୋଡାରେ ୪-ମିଥାଇଲିମିଡାଜୋଲ ଥାଏ। ଏହା କ୍ୟାନ୍ସରର କାରଣ ହୋଇଥାଏ।
wp:heading {"level":3}