ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଶରୀରରେ ଭିଟାମିନ୍ ବି-୧୨ର ହେବନି ଅଭାବ ! ପ୍ରତିଦିନ ପିଅନ୍ତୁ ଏହି ଡ୍ରାଏଫ୍ରୁଟ୍ସର ପାଣି...

Published By : Anindita Ratha | April 4, 2025 3:25 PM

ଭିଟାମିନ୍ ବି-୧୨ ଶରୀର ପାଇଁ  ବେଶ୍ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ। ଏହା ବିଶେଷ ଭାବରେ ରକ୍ତ କୋଷ ଏବଂ ଡିଏନଏ ସୃଷ୍ଟି କରିବାରେ କାର୍ଯ୍ୟ କରେ। ଭିଟାମିନ୍ ବି୧୨ର ଅଭାବ ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ। ଶରୀରରେ ଭିଟାମିନ୍ ବି-୧୨ର କମ୍ ରହିବା ଦ୍ବାରା  ଦୁର୍ବଳତା, ଥକ୍କାପଣ, ମାନସିକ ସମସ୍ୟା ଏବଂ ମାଂସପେଶୀ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ। 

ବିଶେଷଜ୍ଞଙ୍କ ଅନୁସାରେ, ଶରୀରରେ ଭିଟାମିନ୍ ବି-୧୨ର ଅଭାବକୁ ଏଡାଇବା ପାଇଁ ଏକ ସୁସ୍ଥ ଖାଦ୍ୟ ସାମିଲ କରିବା ଉଚିତ୍। ଭିଟାମିନ୍ ବି-୧୨ର ଅଧିକାଂଶ ଉତ୍ସ ହେଉଛି ଆମିଷ ଖାଦ୍ୟ। କିନ୍ତୁ ଯଦି ଆପଣ ନିରାମିଷ ଖାଆନ୍ତି ତେବେ ଆପଣ ଆପଣଙ୍କ ଖାଦ୍ୟରେ ଡ଼୍ରାଏ ଫ୍ରୁଟ୍ସ ସାମିଲ କରିପାରିବେ। ପ୍ରତିଦିନ ଡ଼୍ରାଏ ଫ୍ରୁଟ୍ସ ପାଣି ପିଇବା ଦ୍ୱାରା ଶରୀରରେ ଏହି ଭିଟାମିନର ଅଭାବ ହୁଏ ନାହିଁ। ବାଦାମ, କାଜୁ, କିସମିସ୍, ଅଖରୋଟ ଏବଂ ଡିମ୍ବିରକୁ ରାତିସାରା ଭିଜାଇ ରଖିବା ଉଚିତ। ସକାଳେ ଖାଲି ପେଟରେ ଏହି ଡ଼୍ରାଏ ଫ୍ରୁଟ୍ସର ପାଣି ପିଇବା ଦ୍ୱାରା ଶରୀରରେ ଭିଟାମିନ୍ ବି-୧୨ର ଅଭାବ ଦେଖା ଦେଇନଥାଏ । ତେବେ ଡାଏଟରେ ଡ୍ରାଏ ଫ୍ରୁଟ୍ସ ପାଣିକୁ କିପରି ସାମିଲ କରିପାରିବେ ଆସନ୍ତୁ ଜାଣିବା ।

ପ୍ରଥମେ ସମସ୍ତ  ଡ଼୍ରାଏ ଫ୍ରୁଟ୍ସଗୁଡ଼ିକୁ ରାତିସାରା ଗୋଟିଏ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ।  ଏହାପର ଦିନ ଡ଼୍ରାଏ ଫ୍ରୁଟ୍ସଗୁଡ଼ିକୁ ପାଣିରୁ ବାହାର କରି ପାଣିକତୁ ଛାଣି ଦିଅନ୍ତୁ । ଏହାପରେ ପାଣିକୁ ଉଷୁମ କରି ପିଅନ୍ତୁ ଏବଂ ଯଦି ଆପଣ ଚାହାଁନ୍ତ, ତେବେ ସ୍ୱାଦ ବୃଦ୍ଧି କରିବା ପାଇଁ ଏଥିରେ ଏକ ଚାମଚ ମହୁ ମିଶାଇ ପାରିବେ। ତେବେ ପ୍ରତିଦିନ ସକାଳେ ଖାଲି ପେଟରେ ଏହି ପାଣି ପିଇବା ଦ୍ୱାରା ହାର୍ଟ ସୁସ୍ଥ ରହେ ଏବଂ ରକ୍ତ ସଞ୍ଚାଳନକୁ ଉନ୍ନତ କରେ। ଡ଼୍ରାଏ ଫ୍ରୁଟ୍ସଗୁଡ଼ିକରେ ଅଧିକ ପରିମାଣର ଫାଇବର ଥାଏ । ଯାହା ପାଚନ ଶକ୍ତିକୁ ଉନ୍ନତ କରିଥାଏ। ଏଥିରେ ଶର୍କରାର କିଛି ମାତ୍ରା ଥିବାରୁ ଏହା ଶରୀରରେ  ଶକ୍ତି ବୃଦ୍ଧି କରିବାରେ କାମ କରେ। ସେହିପରି ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ  ମଧ୍ୟ ଡ଼୍ରାଏ ଫ୍ରୁଟ୍ସ ଖାଇବାକୁ ବେଶ୍ ଲାଭଦାୟକ ହୋଇଥାଏ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.