PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଫ୍ଲୋରରେ ଫ୍ଲପ୍ ହୋଇଥିବା ୫ଫିଲ୍ମ ଓଟିଟିରେ ଅଧିକ ଦାମ୍‌ରେ ହେଲା ବିକ୍ରି, ଜାଣନ୍ତୁ କିଏ ଏହି ଭାଗ୍ୟଶାଳୀ ଅଭିନେତା

ନୂଆଦିଲ୍ଲୀ,୨୮/୯ : ବଲିଉଡ଼ କଳାକାରମାନଙ୍କ ପାଇଁ ୨୦୨୨ଭଲ ରହିନାହିଁ । ବଲିଉଡ଼ର ବଡ଼ରୁ ବଡ଼ ଷ୍ଟାର ବକ୍ସ ଅଫିସରେ ଫେଲ୍ ମାରୁଥିବା ନଜର ଆସୁଛନ୍ତି । ଅମିର ହୁଅନ୍ତୁ କି ଶାହରୁଖ । ସମସ୍ତେ ଫିକା ପଡ଼ୁଛନ୍ତି । କିଛି ଦିନ ପୂର୍ବରୁ ଅମିରଙ୍କ ଫିଲ୍ମ ଲାଲ ସିଂହ ଚଢ୍ଢା, ଅକ୍ଷୟ କୁମାରଙ୍କ ରକ୍ଷା ବନ୍ଧନ ଏବଂ ରଣବୀର କପୁରଙ୍କ ଶମଶେରା ରିଲିଜ ହୋଇଥିଲା । ମାତ୍ର ବକ୍ସ ଅଫିସରେ ଏହି ଫିଲ୍ମର କଲେକ୍ସନ ଆଶାତୀତ ଭାବେ ହୋଇନଥିଲା । ଦର୍ଶକମାନେ ଏହାକୁ ସମ୍ପୂର୍ଣ୍ଣ ଭାବେ ବୟକଟ୍ କରିଥିଲେ । କିନ୍ତୁ ଏହି ଫିଲ୍ମର ଲଟେରୀ ଓଟିଟରେ ଲାଗିଛି । ଫ୍ଲପ ହେବା ପରେ ବି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ୍ ଭିଡ଼ିଓରେ ମୋଟା ଅଙ୍କର ଅର୍ଥ ମିଳିଛି । ଆସନ୍ତୁ ନଜର ପକାଇବା ଏହି ଫିଲ୍ମ ଗୁଡ଼ିକ ଉପରେ …

ଶମଶେରା

ରଣବୀର କପୁର, ସଞ୍ଜୟ ଦତ୍ତ ଏବଂ ବାଣୀ କପୁରଙ୍କ ଏହି ଫିଲ୍ମର କମଜୋର କାହାଣୀ ଏବଂ ନିର୍ଦ୍ଦେଶନା କାରଣରୁ ଦର୍ଶକମାନେ ଏଥିରୁ ମୁହଁ ମୋଡ଼ି ନେଇଥିଲେ । ବକ୍ସ ଅଫିସରେ ଅସଫଳ ହେବା ପରେ ବି ଏହି ଫିଲ୍ମକୁ ଆମାଜନ ପ୍ରାଇମ ଭିଡ଼ିଓରେ ପ୍ରାୟ ୮୦କୋଟି ଟଙ୍କାରେ କିଣାଯାଇଛି ।

ସମ୍ରାଟ ପୃଥ୍ବୀରାଜ

ଅକ୍ଷୟ କୁମାର, ସଞ୍ଜୟ ଦତ୍ତ, ସୋନୁ ସୁଦ ଏବଂ ମାନୁଷୀ ଛିଲ୍ଲରଙ୍କ ଫିଲ୍ମ ବକ୍ସ ଅଫିସରେ ଆଶାତୀତ ଭାବେ କଲେକ୍ସନ କରିପାରିନଥିଲା । ଖରାପ ଅଭିନୟ ଏବଂ ନିର୍ଦ୍ଦେଶନା କାରଣରୁ ଫିଲ୍ମଟି ଦର୍ଶକମାନଙ୍କୁ ହଲକୁ ଟାଣିବାକୁ ସଫଳ ହୋଇପାରିନଥିଲା । ଫିଲ୍ମକୁ ଆମାଜନ ପ୍ରାଇମ ଭିଡ଼ିଓ ପ୍ରାୟ ୮୦କୋଟି ଟଙ୍କାରେ କିଣିଥିଲା ।

ଲାଲ ସିଂହ ଚଢ୍ଢା

ଅମୀର ଖାନ ଏବଂ କରୀନା କପୁରଙ୍କ ଫିଲ୍ମକୁ ନେଇ ବହୁ ପ୍ରତୀକ୍ଷା ଥିଲା । କିନ୍ତୁ ଦର୍ଶକମାନେ ଫିଲ୍ମକୁ ବୟକଟ୍ କରିଥିଲେ । ମାତ୍ର କୁହାଯାଉଛି କି ଏହି ଫିଲ୍ମକୁ ନେଟଫ୍ଲିକ୍ସ ୮୦ରୁ ୯୦କୋଟି ଟଙ୍କାରେ କିଣି ନେଇଛି ।

ରକ୍ଷା ବନ୍ଧନ

ଅକ୍ଷୟ କୁମାରଙ୍କ ଲାଗି ୨୦୨୨ବହୁତ ଖରାପ ରହିଛି । ତାଙ୍କ ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିନାହିଁ । ରକ୍ଷା ବନ୍ଧନରେ ରିଲିଜ ହୋଇଥିବା ରକ୍ଷା ବନ୍ଧନ ଫିଲ୍ମଠାରୁ ଦର୍ଶକମାନେ ମୁହଁ ମୋଡ଼ି ନେଇଥିଲେ । ବକ୍ସ ଅଫିସରେ ଫ୍ଲପ ଏହି ଫିଲ୍ମକୁ ଓଟଟି ପ୍ଲାଟଫର୍ମ ଜି୫ ୩୦କୋଟି ଟଙ୍କାରେ କିଣି ନେଇଛି ।

ରାଧେ ଶ୍ୟାମ

ପ୍ରଭାସ ଏବଂ ପୂଜା ହେଗଡେଙ୍କ ଏହି ଫିଲ୍ମକୁ ନେଇ କେତେକ କଥା କୁହାଯାଉଥିଲା । ମାତ୍ର ବକ୍ସ ଅଫିସରେ ଏହା ତିନି ଦିନର ଯାତ୍ରା ବି ସମ୍ପୂର୍ଣ୍ଣ କରିପାରିନଥିଲା । ଫଳରେ ଫିଲ୍ମ ସମ୍ପୂର୍ଣ୍ଣ ଭାବେ ଫ୍ଲପ୍ ରହିଥିଲା । କିନ୍ତୁ କୁହାଗଲା କି ନେଟଫ୍ଲିକ୍ସ ଏହି ଫ୍ଲପ ଫିଲ୍ମକୁ ପ୍ରାୟ ୨୦୦କୋଟି ଟଙ୍କାରେ କିଣିଛି ।