ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଆପଲ୍‌ର ବଡ଼ ନିଷ୍ପତ୍ତି : ମିଳିବନି ଏହି ୩ଟି ମଡେଲ୍‌ର ଫୋନ୍, ଉତ୍ପାଦନ ବନ୍ଦ କରିଦେବ କମ୍ପାନୀ

ଭୁବନେଶ୍ଵର, ୧୨/୧୧ : ଆଇଫୋନ୍ ଗ୍ରାହଙ୍କୁ ଝଟ୍‌କା। ବଡ଼ ନିଷ୍ପତ୍ତି ନେଲା ଆପଲ୍। ସପ୍ତାହକ ଭିତରେ ଆଉ ମିଳିବନି ୩ଟି ମଡେଲ୍‌ର ଫୋନ୍। ଉତ୍ପାଦନ ବନ୍ଦ କରିବାକୁ ଯାଉଛି କମ୍ପାନୀ। କେବଳ ସେତିକି ନୁହେଁ ଅଫିସିଆଲ୍ ୱେବସାଇଟ୍‌ରୁ ଏହି ମଡେଲ ଗୁଡ଼ିକୁ ହଟାଇଦେବ କମ୍ପାନୀ। ଏହି ସବୁ ମଡେଲ ଗୁଡିକ ହେଲା ଆଇଫୋନ୍ 15 ପ୍ରୋ, ଆଇଫୋନ୍ 15 ପ୍ରୋ ମ୍ୟାକ୍ସ, ଆଇଫୋନ୍ 13 ଓ ଆପଲ୍‌ ୱାଚ ସିରିଜ 9। ୟୁଜର୍ସ iPhone 14, iPhone 14 Plus, iPhone 15, iPhone 15 Plus, iPhone 16 ଓ iPhone 16 Proକୁ କିଣିପାରିବେ। 

ସୂଚନାନୁଯାୟୀ, ଆଇଫୋନ୍-୧୬ ସିରିଜ୍ ଲଞ୍ଚ ହେବାପରେ ଆପଲ୍ କିଛି ପୁରୁଣା ମଡେଲର ମୂଲ୍ୟ ହ୍ରାସ କରିଥିଲା। ସେହି ମଡେଲ ଗୁଡିକୁ କିଣିବାକୁ ଯୋଜନା କରୁଥିଲେ କିଛି ଆଇଫୋନ୍ ଲଭର୍। ତେବେ ବର୍ତ୍ତମାନ କମ୍ପାନୀ ଏକ ବଡ଼ ନିଷ୍ପତ୍ତି ନେଇଛି। ୩ଟି ପୁରୁଣା ଆଇଫୋନ୍ ମଡେଲର ଉତ୍ପାଦନ ବନ୍ଦ କରି ବଜାରରୁ ହଟେଇବାକୁ ନିଷ୍ପତ୍ତି ନେଇଛି। ଫଳରେ ଆଇଫୋନ୍ ଳଭର୍‌ଙ୍କୁ ବଡ଼ ଝଟ୍‌କା ଲାଗିଛି। ତେବେ କମ୍ପାନୀ ଏହି ମଡେଲ ଗୁଡିକୁ ୱେବସାଇଟ୍‌ରୁ ହଟାଇବା ପରେ, ଏହି ସବୁ ମଡେଲ କିଣି ହେବ କି ନାହିଁ, ପୂର୍ବ ଭଳି ସର୍ଭିସ୍ ଓ ସିକ୍ୟୁରିଟି ଅପଡେଟ୍ ହେବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। 

ତେବେ ଗ୍ରାହକଙ୍କ ପାଇଁ ଆଶ୍ବସ୍ତିର ଖବର, କମ୍ପାନୀ ଯେଉଁ ଆଇଫୋନକୁ ୱେବସାଇଟରୁ ହଟାଇବାକୁ ବସିଛି, ତାହାର ସର୍ଭିସ୍, ସିକ୍ୟୁରିଟି ଅପଡେଟ ଓ OS ଅପଡେଟ ମିଳିବ। ଉତ୍ପାଦନ ବନ୍ଦ ପରେ ବି ଉପଭୋକ୍ତାଙ୍କୁ ସମୟ ସହିତ ଏହାର ନୂଆ ଅପଡେଟ୍ ମିଳିଚାଲିବ। ଆପଣ ଚାହିଁଲେ ଏହାକୁ ଅଫଲାଇନ୍ ମାର୍କେଟ ଓ ଅନଲାଇନ ମାର୍କେଟରୁ କିଣିପାରିବେ। ଏହି ମଡେଲଗୁଡ଼ିକ ହଟିବାକୁ ଥିବାରୁ ଏବେ ଇ-କମର୍ସ ପ୍ଲାଟଫର୍ମ Flipkart ଓ Amazon ବମ୍ଫର ଡିସ୍‌କାଉଣ୍ଟ୍ ଦେଉଛନ୍ତି। 

ସୂଚନା ଥାଉକି, ଆଇଫୋନ 15 ପ୍ରୋ, ଆଇଫୋନ 15 ପ୍ରୋ ମ୍ୟାକ୍ସ ଓ ଆପଲ୍‌ ୱାଚ ସିରିଜ 9 ସେପ୍ଟେମ୍ବର ୨୦୨୩ରେ ଲଞ୍ଚ ହୋଇଥିଲା । କିନ୍ତୁ ଲୋକପ୍ରିୟତା ହାସଲ କରିଥିବା ଆଇଫୋନ 13 ସେପ୍ଟେମ୍ବର ୨୦୨୧ରେ ଲଞ୍ଚ ହୋଇଥିଲା । ତେବେ ନୂଆ ପ୍ରଡକ୍ଟ ଲଞ୍ଚ କରିବା ପରେ ଆପଲ୍‌ ଏହାର ପୁରୁଣା ମଡେଲଗୁଡ଼ିକର ଉତ୍ପାଦନ ବନ୍ଦ କରିଥାଏ । ଏହାସହିତ ଲାଟେଷ୍ଟ ଡିଭାଇସ୍ ସହିତ ଅପଗ୍ରେଡ୍‌ ହେବାକୁ ଗ୍ରାହକଙ୍କୁ ପ୍ରେରିତ କରିଥାଏ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.