PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ବଲିଉଡରେ ଏଣ୍ଟ୍ରି ମାରିବା ପାଇଁ ଏହି ୫ ମୁସଲିମ୍ ଅଭିନେତ୍ରୀ ବଦଳାଇଛନ୍ତି ନିଜ ନାଁ

ଭୁବନେଶ୍ବର,୧୫/୨: ବଲିଉଡରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ କେବଳ ସୁନ୍ଦର ଚେହେରା ପାଇଁ ନୁହେଁ ବରଂ ନିଜର ଅଭିନୟ ପାଇଁ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି। ସେମାନଙ୍କର ଛୋଟ ଛୋଟ ଡାଇଲଗ୍ କିମ୍ବା ଅଭିନୟରେ ସ୍ବଳ୍ପ ସମୟ ପାଇଁ ରହିଥିଲେ ବି ଫିଲ୍ମ କ୍ୟାରିଅରରେ ସେମାନଙ୍କୁ କେହି ପଛରେ ପକାଇ ପାରିନାହାନ୍ତି। ସେ ଆଉ କେହି ନୁହଁନ୍ତି, ତବ୍ବୁ, ମଧୁବାଲା, ମାନ୍ୟତା, ରୀନା ରାଓ ଏବଂ ଆଲିଆ ଭଟ୍ଟ ଭଳି ଶଣାଶୁଣା ଅଭିନେତ୍ରୀ। ଏମାନେ ଆଜି ବି ଫିଲ୍ମ ଦୁନିଆଁରେ ନିଜ ଅଭିନୟ ପାଇଁ ବେଶ୍ ଚର୍ଚ୍ଚିତ।

ସେହି ଅଭିନୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବା ପାଇଁ ନିଜ ଅସଲ ପରିଚୟକୁ ବି ଛାଡ଼ିନାହାନ୍ତି ଏମାନେ। ମାତ୍ର ସେମାନଙ୍କ ଅସଲ ପରିଚୟ ସମ୍ପର୍କରେ ଖୁବ୍ ଲୋକ ଜାଣନ୍ତି। ବଲିଉଡର ଏହି ୫ ମୁସଲିମ୍ ଅଭିନେତ୍ରୀ ଯିଏକି ହିନ୍ଦୁ ନାମ ରଖି ଫିଲ୍ମ କ୍ୟାରିଅରରେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି।

ପଚାଶ ଷାଠିଏ ଦଶକରେ ସମସ୍ତଙ୍କୁ ଆକୃଷ୍ଟ କଲାଭଳି ଅଭିନୟ କରି ଦର୍ଶକଙ୍କୁ ନିଜର ଦିଓ୍ବାନା କରିଥିବା ବଲିଉଡ୍ ଅଭିନେତ୍ରୀ ମଧୁବାଲାଙ୍କ ଅସଲ ନାମ ହେଉଛି ମୁମତାଜ୍ ବେଗମ। ବଲିଉଡରେ ପାଦ ଥାପିବା କ୍ଷଣି ହିଁ ସେ ନିଜ ନାମକୁ ବଦଳାଇ ମଧୁବାଲା ରଖିଛନ୍ତି। ମଧୁବାଲାଙ୍କ ଅସଲ ପରିଚୟ ୧୯୪୭ରେ ଆସିଥିବା ଫିଲ୍ମ ‘ନିଲକମଲ’ରେ ଜାଣିବାକୁ ମିଳିଥିଲା। ମଧୁବାଲା ଦିଲ୍ଲୀର ଏକ ମୁସଲିମ୍ ପରିବାର ସହିତ ସମ୍ବନ୍ଧ ରଖିଛନ୍ତି।

ବଲିଉଡ୍ ଫିଲ୍ମର ଅଭିନେତା ଜିତେନ୍ଦ୍ରଙ୍କ ହିରୋଇନ୍ କୁହାଯାଉଥିବା ଅଭିନେତ୍ରୀ ରୀନା ରାଓ ମଧ୍ୟ ମୁସଲିମ ପରିବାର ସହିତ ସମ୍ବନ୍ଧ ରଖିଛନ୍ତି। ରିନା ରାଓଙ୍କ ଅସଲ ନାଁ ସାୟରା ଅଲ୍ଲି। ୧୯୭୨ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜରୁରତ୍’ରେ ରିନା ଏଣ୍ଟ୍ରି ମାରିଛନ୍ତି। ବଲିଉଡରେ ପାଦ ରଖିବା କ୍ଷଣି ହିଁ ସାୟରା ନିଜ ନାଁକୁ ବଦଳାଇ ରୀନା ରାଓ ରଖିଛନ୍ତି।  

ବଲିଉଡରେ ଜଣାଶୁଣା ଚେହେରା ତବ୍ବୁ ବି ଏଥିରୁ ବାଦ୍ ପଡ଼ିନାହାନ୍ତି। ତବ୍ବୁ ମଧ୍ୟ ମୁସଲିମ୍ ପରିବାର ସହିତ ସମ୍ବନ୍ଧ ରଖିଛନ୍ତି।ତାଙ୍କର ଅସଲ ନାଁ ହେଉଛି ତବ୍ବସୁମ୍ ଫାତିମା ହାଶମୀ। ତବ୍ବୁଙ୍କ ପ୍ରଥମ ଫିଲ୍ମ ଥିଲା ‘ହମ୍ ନୈାଜବାନ୍’ ଯାହା ୧୯୮୫ରେ ରିଲିଜ୍ ହୋଇଥିଲା। ଏହାପରେ ମଧ୍ୟ ସେ ବହୁତ ସୁପରହିଟ୍ ଫିଲ୍କରେ ଅଭିନୟ କରିଛନ୍ତି।

ଫିଲ୍ମରେ ନିଜର ଅଭିନୟ ଦ୍ବାରା ଦର୍ଶକଙ୍କ ମନ ଜିତିଥିବା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିଷୟରେ ଏମିତି କିଛି କଥା ଅଛି ଯେଉଁ ବିଷୟରେ ତାଙ୍କ ଫ୍ୟାନ୍ସମାନେ ବି ଜାଣିନଥିବେ। ହୋଇପାରେ ଆଲିଆ ଭଟ୍ଟଙ୍କ ନାଁ ହିନ୍ଦୁ ନାଁ ଭଳି ଲାଗୁଥାଇପାରେ ମାତ୍ର ଆଲିଆଙ୍କ ଜନ୍ମ ମୁସଲିମ୍ ପରିବାରରେ। ଆଲିଆଙ୍କ ଦାଦାଙ୍କ ନାମ ଶିରିନ୍ ମୋହମ୍ମଦ ଅଲ୍ଲୀ।

ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ ବି ମୁସଲିମ୍। ତାଙ୍କର ଅସଲ ନାଁ ଦଲନବାଜ ଶେଖ୍। ଦଲନବାଜ ସଞ୍ଜଙ୍କର ତୃତୀୟ ପତ୍ନୀ। ମାନ୍ୟତା ଫିଲ୍ମରେ  ଆସିବା ପାଇଁ ଦିଳନବାଜ ଶେଖ୍ ନାମ ବଦଲାଇ ମାନ୍ୟତା ରଖିଥିଲେ। ତାଙ୍କର ପ୍ରଥମ ଫିଲ୍ମଟି ହେଉଛି ‘ଗଙ୍ଗାଜଳ‘। ଏହି ଫିଲ୍ମରେ ଆଇଟମ୍ ନମ୍ବର କରିକି ଚର୍ଚ୍ଚାକୁ ଆସିଥିଲେ।

ସମ୍ବନ୍ଧିତ ଖବର