ପାକିସ୍ତାନ ଉପରେ ତୀକ୍ଷ୍ମ ନଜର ରଖିଛି ଇସ୍ରୋର ସାଟେଲାଇଟ୍

ନୂଆଦିଲ୍ଲୀ,୨୮।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଲଗାତାର ଯୁଦ୍ଧ ସ୍ଥିତି ଲାଗି ରହିଛି। ପୁଲଓ୍ବାମାର ପ୍ରତିଶୋଧ ନେବା ପାଇଁ ଭାରତ ପାକିସ୍ତାନ ଉପରେ ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ବେଳେ ତା ପରଦିନ ପାକିସ୍ତାନ ଭାରତର ସୀମାରେ ନିଜର ଯୁଦ୍ଧ ବିମାନ ପଠାଇ ଆକ୍ରମଣ କରିବାର ଚେଷ୍ଟା କରିଛି। ଏହି ବିବାଦୀୟ ପରିସ୍ଥିତିରେ ଯଦି ଯୁଦ୍ଧ ହୁଏ ତେବେ ଭାରତର ୩ ସେନା ପାକିସ୍ତାନ ସେନା ଉପରେ ନିଜର ସଂଖ୍ୟାବଳ, ଟେକ୍ନୋଲୋଜି, ମିଶାଇଲ ପ୍ରଣାଳୀ ଓ ଆଧୁନିକ ହତିଆର ଆଗରେ ପାକିସ୍ତାନ ନିଶ୍ଚିତ ପକ୍ଷେ ଦୁର୍ବଳ ହୋଇପଡିବ। ଏହାଛଡା ଭାରତର ମହାକାଶ ଏଜେନ୍ସି ଇସ୍ରୋ ମଧ୍ୟ ପାକିସ୍ତାନକୁ କଡା ଜବାବ୍ ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଇସ୍ରୋ ନିଜର ସାଟେଲାଇଟ୍ ଜରିଆରେ ପାକିସ୍ତାନର ଉପରେ ତୀକ୍ଷ୍ମ ନଜର ରଖିଛି। ଇସ୍ରୋର ଏହି ସାଟେଲାଇଟ୍ ପାକିସ୍ତାନର ୮୫ ପ୍ରତିଶତରୁ ଅଧିକ ଭୂଭାଗ ଉପରେ ମହାକାଶରୁ ଏଚଡି ଟେକ୍ନୋଲୋଜି ଦ୍ବାରା ନଜର ରଖିବାରେ ସକ୍ଷମ। ଭାରତର ମହାକାଶ କ୍ଷମତା ସଶସ୍ତ୍ରବଳ ପାକିସ୍ତାନ ତୁଳନାରେ ଖୁବ୍ ପ୍ରଭାବୀ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହେବ। ଏହି ସାଟେଲାଇଟ୍ ଜରିଆରେ ନା କେବଳ ପାକିସ୍ତାନୀ ସେନାର ଗତିବିଧି ଉପରେ ନଜର ରଖାଯିବ ତାହା ନୁହେଁ ବଂର ଭାରତୀୟ ସେନା ଆଗକୁ ଆସିବାକୁ ଥିବା ଅସୁବିଧାକୁ ପୂର୍ବରୁ ଅନୁମାନ କରିପାରିବ। ଏଭଳି ସ୍ଥିତିରେ ବାଲକୋଟ ଭଳି ଏୟାର ଷ୍ଟ୍ରାଇକ୍ କରିବା ଭାରତ ପାଇଁ ସହଜ ହେବ।

ଭାରତୀୟ ବାୟୁସେନା ମଧ୍ୟ ଇସ୍ରୋର ଏହି କ୍ଷମତାରେ ଖୁବ୍ ସନ୍ତୁଷ୍ଟ। ବାୟୁସେନାର ଜଣେ ବରିଷ୍ଠ ଅଧିକାରୀ ନିଜର ପୂର୍ବ ବୟାନରେ କହିଛନ୍ତି ତାଙ୍କୁ ପଡୋଶୀ ଦେଶ ଉପରେ ନଜର ରଖିବା ପାଇଁ ସାଟେଲାଇଟର ଆବଶ୍ୟକତା ରହିଛି। କିନ୍ତୁ ଇସ୍ରୋ ତାଙ୍କର ୭୦ ପ୍ରତିଶତ ଆବଶ୍ୟକତା ପୂରଣ କରିସାରିଛି, ଯାହାକି ସନ୍ତୋଷଜନକ ଅଟେ। ଇସ୍ରୋ ଅନୁସାରେ ଭାରତର ଏହି ମହାକାଶ କ୍ଷମତାକୁ ତାକୁ ପାକିସ୍ତାନ ଭଳି ଅନ୍ୟ ପଡୋଶୀ ଦେଶ ଉପରେ କଡା ନଜର ରଖିବାରେ ସହାୟକ ହେବ। ଭାରତ ୧୪ଟି ଦେଶର ପ୍ରାୟ ୫୫ ଲକ୍ଷ ବର୍ଗ କିଲୋମିଯର ଉପରେ ନଜର ରଖିବାରେ ସକ୍ଷମ।