ମାଈ ଏଡିଜ ମଶା କାମୁଡିବା ଫଳରେ ଡେଙ୍ଗୁ ହୋଇଥାଏ । ଡେଙ୍ଗୁ ହେବା ଫଳରେ ଜ୍ୱର, ମୁଣ୍ଡ ବିନ୍ଧା, ବାନ୍ତି ଆଦି ହୋଇଥାଏ । ଏପରିକି ଚିକିତ୍ସାରେ ବିଳମ୍ବ ହେଲେ ଏହା ପ୍ରାଣଘାତୀ ମଧ୍ୟ ହୋଇଥାଏ । ତେବେ ଏହି ପ୍ରାଣଘାତୀ ରୋଗରୁ ଉପଶମ ଦେବାରେ ଆପଣଙ୍କୁ ଏକ ଖାସ୍ ଫଳ ସାହାଯ୍ୟ କରିଥାଏ । ଏହି ଖାସ୍ ଫଳ ଆପଣଙ୍କୁ ଡେଙ୍ଗୁରୁ ଦୂରେଇ ରଖିବା ସହ ଆପଣଙ୍କ ସୌନ୍ଦର୍ଯ୍ୟତାକୁ ମଧ୍ୟ ବୃଦ୍ଧି କରିଥାଏ । ଡେଙ୍ଗୁରୁ ମୁକ୍ତି ଦେଇଥିବା ଏହି ଫଳ ହେଉଛି କିୱି ।
ଏହା ଏମିତି ଏକ ଫଳ ଯେଉଁଥିରେ ଅନେକ ଫଳର ଭିଟାମିନ୍ ଓ ମିନେରାଲ୍ସ ରହିଛି । ଏଥିରେ ଥିବା ଭିଟାମିନ୍ ସି, ଆଣ୍ଟିଅକ୍ସିଡେଣ୍ଟ, ଫାଇବର, ପୋଟାସିୟମ ଓ ଅନ୍ୟ ତତ୍ତ୍ୱ ଡାଇବେଟିସରୁ ଆରମ୍ଭ କରି ଡେଙ୍ଗୁ ପର୍ଯ୍ୟନ୍ତ ରୋଗରୁ ଆପଣଙ୍କୁ ଉପଶମ ଦେଇପାରିବ ।
ଡେଙ୍ଗୁ
ଡେଙ୍ଗୁ ରୋଗୀ ଶରୀରରେ ବ୍ଲଡ ପ୍ଲେଟିଲେଟସ ତୀବ୍ର ଗତିରେ ହ୍ରାସ ପାଇଥାଏ ଯାହାକୁ ଠିକ୍ କରିବା ପାଇଁ କିୱି ବହୁତ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହା ଶରୀରରେ ଶକ୍ତି ଦେବା ସହିତ ଡେଙ୍ଗୁରୁ ଜଲଦି ସୁସ୍ଥ ହେବାପାଇଁ ମଧ୍ୟ ରାମବାଣ ସାଜିଥାଏ । ଡାକ୍ତରମାନେ ଡେଙ୍ଗୁ ରୋଗୀଙ୍କୁ କିୱି ଖାଇବାକୁ ପରାମର୍ଶ ଦେଇଥାନ୍ତି ।
ସୌନ୍ଦର୍ଯ୍ୟ ବୃଦ୍ଧି କରିବ
କିୱିରେ ଥିବା ଭିଟାମିନ୍ ଇ ଏବଂ ଆଣ୍ଟିଅକ୍ସିଡେଣ୍ଟ୍ ଚର୍ମକୁ ପୋଷଣ ପ୍ରଦାନ କରିବାରେ ସାହାଯ୍ୟ କରେ ଯାହା ଫଳରେ ସ୍କିନ୍ ଅଧିକ ସମୟ ପର୍ଯ୍ୟନ୍ତ ଚମକିବା ସହିତ ସୁସ୍ଥ ରହିଥାଏ । ଏକ କପ୍ କିୱିରେ ୧୬୪ ମିଲିଗ୍ରାମ ଭିଟାମିନ୍ ସି ମିଳିଥାଏ ଯାହା ଏକ କମଳାଠାରୁ ମଧ୍ୟ ଅନେକ ହୋଇଥାଏ । ଭିଟାମିନ୍ ସି ଆପଣଙ୍କୁ ଫ୍ରି ଅକ୍ସିଜେନ୍ ରେଡିକଲ୍ସ ଯୋଗୁଁ ଡିଏନଏ ଡ୍ୟାମେଜରୁ ମଧ୍ୟ ରକ୍ଷା କରିଥାଏ । କିୱି ଡାଇବେଟିସ ଓ ହାର୍ଟ ସମ୍ପର୍କିତ ଅନେକ ରୋଗରୁ ଉପଶମ ଦେବା ସହିତ ହାଡ ଓ ମାସଂପେଶୀକୁ ମଜଭୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।