PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ରାସ୍ତାରେ ପଡିଥିବା ଏହି ସବୁ ଜିନିଷକୁ କେବେବି ଲଙ୍ଘନ୍ତୁନାହିଁ, ହେବ ଅମଙ୍ଗଳ

ପ୍ରାୟତଃ ଆମେ ଶୁଣିବାକୁ ପାଉ ଯେ ରାସ୍ତାରେ ଚାଲିବା ସମୟରେ ସାବଧାନତାର ସହ ଚାଲିବା ଉଚିତ୍ । କାରଣ ରାସ୍ତାରେ ଏମିତି ଅନେକ ଜିନିଷ ପଡିଥାଏ ଯାହାକୁ ଲଙ୍ଘିବା ଉଚିତ୍ ନୁହେଁ । ଏମିତି କରିବା ଦ୍ୱାରା ଆମର ଅମଙ୍ଗଳ ହୋଇଥାଏ । ତେବେ ଏହା ସହ କିଛି ଏମିତି ଜିନିଷ ମଧ୍ଯ ଥାଏ ଯାହାକୁ କେବଳ ଦେଖିବା ମାତ୍ର ଅସୁବିଧା ହୋଇଥାଏ । ରାସ୍ତାରେ ଚାଲିବା ସମୟରେ ଅଶୁଭ ଜିନିଷ ଦେଖିଲେ ଫଳ ମଧ୍ଯ ଅଶୁଭ ହୋଇଥାଏ । ଏଥିପାଇଁ ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡିଥାଏ । ଏଭଳି ଜିନିଷ ଦେଖିଲେ ସେମାନଙ୍କଠାରୁ ଦୂରେଇ ରହିବା ହିଁ ଆମପାଇଁ ଶ୍ରେୟସ୍କର । ତେବେ ଆସନ୍ତୁ ଜାଣିବା ବାସ୍ତୁ ହିସାବରେ କେଉଁ ଜିନିଷ ଦେଖିଲେ ଅଶୁଭ ହୋଇଥାଏ ।

କୁହାଯାଏ ଯଦି ରାସ୍ତାରେ ଯିବା ସମୟରେ ଆପଣଙ୍କୁ କାହାର କେଶ ନଜର ଆସିଥାଏ ତେବେ ତାଠାରୁ ଦୂରେଇ ରହିବା ଉଚିତ୍ । କାରଣ ଛିଣ୍ଡା କେଶକୁ ଅପବିତ୍ର ବୋଲି କୁହାଯାଏ ଏବଂ ଏହାକୁ ଲଙ୍ଘିବା ଉଚିତ୍ ନୁହେଁ ।

ଏହା ମାନ୍ୟତା ରହିଛି ଯଦି ରାସ୍ତାରେ ଭଙ୍ଗା ଆଇନା ଦେଖାଯାଏ ତେବେ ଅତି ସତର୍କତାର ସହିତ ଅତିକ୍ରମ କରିବା ଉଚିତ୍ ।

ବାସ୍ତୁ ହିସାବରେ  ଏହା ମାନ୍ଯତା ରହିଛି ଯଦି ରାସ୍ତାରେ କାହାକୁ ସ୍ନାନ କରୁଥିବାର ଦେଖାଯାଏ ଏବଂ ରାସ୍ତାରେ ଅସନା ପାଣି ପଡିଥିବାର ଦେଖାଯିବା ଅତ୍ଯନ୍ତ ଖରାପ ସଙ୍କେତ । ଏସବୁ ଫଳରେ ବ୍ଯକ୍ତିର ସେହି ଦିନଟି ଅତ୍ଯନ୍ତ ଅମଙ୍ଗଳ ଏବଂ ଖରାପ କଟିଥାଏ ।

ଯଦି ଆପଣଙ୍କୁ ରାସ୍ତାରେ ମଲା କୁକୁର ପଡିଥିବା ଦେଖାଯାଏ ତେବେ ତାହା ଅଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ଏମାନଙ୍କଠୁ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ରହିଛି ।

ରାସ୍ତାରେ ଯିବା ସମୟରେ ଯଦି ଆପଣଙ୍କୁ ଅସନା କପଡା ଦେଖାଯାଏ ତେବେ ଏହା ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୁଭ ।

କୁହାଯାଏ ରାସ୍ତାରେ ଯଦି କେଉଁଠି ଶୁଖିଲା ଲେମ୍ବୁ-ଲଙ୍କା ପଡିଥାଏ ତେବେ ନକାରାତ୍ମକ ଶକ୍ତି ଆପଣଙ୍କ ଉପରେ ଚାପ ପକାଇ ପାରେ । ଏଥିପାଇଁ ଏହା ଉପରେ ଦେଇ ଅତିକ୍ରମ କରିବା ଉଚିତ୍ ନୁହେଁ କିମ୍ବା ଏଥିରେ ଗୋଡ ସ୍ପର୍ଶ ହେବା ଉଚିତ୍ ନୁହେଁ ।

ରାସ୍ତାରେ ଯିବା ସମୟରେ ଯଦି କେଉଁଠି କଳା ରଙ୍ଗର କପଡା କିମ୍ବା କୌଣସି ସୁତା ନଜର ଆସେ ତେବେ ଏହାଠାରୁ ଉପଯୁକ୍ତ ଦୂରତା ରଖିବା ଉଚିତ୍ ।  

ଯଦି ଯାତ୍ରା କରିବା ସମୟରେ ରାସ୍ତା ମଝିରେ ଦୀପ ଜଳୁଥିବା ନଜର ଆସେ ତେବେ ସାବଧାନ ହୋଇ ଯିବା ଉଚିତ୍ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଅଶୁଭ ହୋଇଥାଏ ।

ଏହା ମଧ୍ଯ କୁହାଯାଏ ରାସ୍ତାରେ ଦୁଗ୍ଧ ଢାଳିହୋଇଯାଇଥିବା ନଜର ଆସିବା ବାସ୍ତୁ ଅନୁସାରେ ଅଶୁଭ । ଦୁଗ୍ଧ ଢାଳିହୋଇଥିବା ନଜର ଆସିବା ସୁଖ-ସମୃଦ୍ଧିରେ କ୍ଷତି ଆସିବାର ସଙ୍କେତ ହୋଇଥାଏ ।