ଅଷ୍ଟ୍ରେଲିଆରେ ପୁଣି ମନ୍ଦିର ଉପରକୁ ଆକ୍ରମଣ , ୧୫ ଦିନରେ ୩ୟ ଘଟଣା … କାହାର ରହିଛି ହାତ ?

ଭିକ୍ଟୋରିଆ – ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଗୁଡ଼ିକରେ ଭଙ୍ଗାରୁଜା ଘଟଣା ଥମିବାର ନାଁ ହିଁ ନେଉନାହିଁ । ଆଜି ଅର୍ଥାତ୍ ସୋମବାର ଏହା ୩ୟ ଥର ଯେବେ ଏହିପରି ମାମଲା ସାମ୍ନାକୁ ଆସିଛି । ମିଡ଼ିଆ ରିପୋର୍ଟ ମୁତାବିକ , ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟରେ ଦୁଇ ସପ୍ତାହ ଭିତରେ ୩ୟ ମନ୍ଦିରରେ ଭଙ୍ଗାରୁଜା ହୋଇଛି। ମେଲବର୍ନର ଅଲବର୍ଟ ପାର୍କରେ ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କୃଷ୍ଣା କନ୍ସିୟସନେସ୍(ଇସ୍କନ) ମନ୍ଦିରର ପ୍ରବନ୍ଧନ ଆଜି ସକାଳେ ଏହି ଘଟଣାର ସୂଚନା ଦେଇଛି। ସେ କହିଛନ୍ତି କି ମନ୍ଦିର ପରିସରରେ ଭଙ୍ଗାରୁଜା କରାଯାଇଛି ଏବଂ ଦ୍ୱିତୀୟ ଥର ହିନ୍ଦୁସ୍ତାନ ମୁର୍ଦାବାଦ ନାରା ଲେଖା ଯାଇଛି। କୁହାଯାଉଛି କି ଏହି ସବୁ ଘଟଣା ପଛରେ ଖଲିସ୍ତାନୀ ସମର୍ଥକଙ୍କ ହାତ ରହିଛି ।
ଇସ୍କନ ମନ୍ଦିରର କମ୍ୟୁନିକେସନ ଡାଇରେକ୍ଟର ଭକ୍ତ ଦାସ କହିଛନ୍ତି , ଆମେ ଏହି ଘଟଣାରେ ବହୁତ ଚିନ୍ତିତ ଓ ବିରକ୍ତ ହେଉଛୁ। ଆମର ପୂଜାସ୍ଥଳର ଅପମାନ କରାଯାଇଛି। ଉକ୍ତ ମାମଲାକୁ ନେଇ ଭିକ୍ଟୋରିଆ ପୁଲିସରେ ଅଭିଯୋଗ ଦାଖଲ କରାଯାଇଛି। ପୁଲିସ ଅଧିକାରୀମାନେ କହିଛନ୍ତି କି, ଅପରାଧିଙ୍କର ତଲାସ ଜାରି ରହିଛି। ଏଥିପାଇ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି। ଏହା ପଛରେ ପ୍ରମୁଖ ସୁରାକ ମିଳିବାର ଆଶା ରହିଛି।
ଏହା ପୂର୍ବରୁ ୧୬ ଜାନୁୟାରୀରେ ଖଲିସ୍ତାନ ସମର୍ଥକମାନେ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରରେ ଭାରତ ବିରୋଧି କଥା ଲେଖି ଥିଲେ ଏବଂ ସେଥିରେ କ୍ଷତି ହୋଇଥିଲା । ଭିକ୍ଟୋରିଆ ପ୍ରାନ୍ତରେ ସପ୍ତାହ ଭିତରେ ମନ୍ଦିରକୁ କ୍ଷତି ପହଞ୍ଚାଇବାର ଏହା ୨ୟ ଘଟଣା ଥିଲା। କାରୁମ୍ ଡାନ୍ସ ସ୍ଥିତ ଐତିହାସିକ ଶ୍ରୀ ଶିବ ବିଷ୍ଣୁ ମନ୍ଦିରରେ କ୍ଷତି କରାଯାଇଛି। ମନ୍ଦିରରେ କ୍ଷତି କରାଯିବା ପରେ ଏହି କଥା ଏହି ସମୟରେ ସାମ୍ନାକୁ ଆସିଛି, ଯେବେ ତାମିଲ ହିନ୍ଦୁ ଗୋଷ୍ଠୀର ୩ଦିନ ଲମ୍ୱା ଉତ୍ସବ ଥାଇ ପୋଙ୍ଗଲ ଅବସରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚି ଥିଲେ ।