PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଦେଖନ୍ତୁ ଏହି ଅଭିନେତ୍ରୀଙ୍କ ଅଦ୍ଭୁତ ପୋଷାକ,ସୋସିଆଲ ମିଡିଆରେ ୟୁଜର ଦେଲେ ଏଭଳି କମେଣ୍ଟ

ମୁମ୍ବାଇ,୨୦।୭: ସୁଶାନ୍ତ ସିଂ ରାଜପୁତ ଓ ରିୟା ଚକ୍ରବର୍ତ୍ତୀ ଆଜିକାଲି ବଲିଉଡରେ ନିଜର ରିଲେସନସିପକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଦୁହେଁ ଆଜିକାଲି ଏକାଠି ଦେଖିବାକୁ ମିଳୁଛନ୍ତି, କେବେ ଏମାନଙ୍କୁ ରେସ୍ତୋଁରାରେ ଦେଖିବାକୁ ମିଳୁଛି ତ, କେବେ ଏୟାରପୋର୍ଟରେ। ଗତକାଲି ରାତିରେ ଦୁହିଁଙ୍କୁ ଡେଟିଂରେ ଯାଇଥିବା ବେଳେ ଦେଖିବାକୁ ମିଳିଥିଲା। ସୁଶାନ୍ତ ସିଂ ରାଜପୁତ ସବୁଥର ଭଳି ଡ୍ୟାସିଂ ଲୁକ୍ସରେ ଥିବାବେଳେ ରିୟାଙ୍କ ଡ୍ରେସ ରହିଥିଲା ଟିକେ ହଟକେ। ତାଙ୍କର ଡ୍ରେସ ଓ ଫ୍ୟାଶନ ସେନ୍ସକୁ ନେଇ ଏବେ ସୋସିଆଲ ମିଡିଆରେ ସେ ହୋଇଛନ୍ତି ଟ୍ରୋଲ।​‌         

ଆପଣମାନେ ଏହି ଫଟୋରେ ଦେଖିପାରୁଥିବେ ରିୟା କିଭଳି ଅଦ୍ଭୁତ ପ୍ୟାଣ୍ଟ ପିନ୍ଧିଛନ୍ତି। ଯେଉଁକାରଣରୁ ସେ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହୋଇଛନ୍ତି। ଜଣେ ୟୁଜର ତାଙ୍କୁ ଲେଖିଛନ୍ତି ଗୋଡ୍ ଫ୍ରାକଚର ହୋଇଗଲା ଭଲି ଲାଗୁଛି। ଏହାପରେ ଲଗାତାର ଭାବରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଥିଲା ଟ୍ରୋଲ।

ଉଲ୍ଳେଖନୀୟ ଯେ, କୃତି ସେନନଙ୍କୁ ଡେଟ୍ କରିବା ପରେ ସୁଶାନ୍ତ ସିଂ ରାଜପୁତଙ୍କ ନାମ ଏବେ ରିୟାଙ୍କ ସହିତ ଯୋଡି ହୋଇଯାଇଛି। ରିୟା- ‘ସୋନାଲି କେବଲ’, ‘ମେରି ଡ୍ୟାଡ୍ କି ମାରୁତି’ ଭଳି ଫିଲ୍ମରେ କାମ କରିସାରିଛନ୍ତି। ଯଦି ଆମେ କଥା ହେବା ତେବେ ତାଙ୍କର ଅପକମିଂ ଫିଲ୍ମ ବିଷୟରେ ତେବେ ଆଜିକାଲି ‘ଚେହେରେ’ ଫିଲ୍ମର ସୁଟିଂରେ ସେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ଫେବୃଆରୀ ୨୦୨୦ରେ ରିଲିଜ ହେବାକୁ ଯାଉଛି।