ମହାରାଷ୍ଟ୍ରର ଏହି ଗାଁକୁ ଗୁଗୁଲ ମ୍ୟାପରେ ସର୍ଚ୍ଚ କଲେ ଆସୁଛି ଛତ୍ରପତି ଶିବାଜୀଙ୍କ ଫଟୋ,ଜାଣନ୍ତୁ ଏହାର କାରଣ

ଲାତୁର,୨୩।୬: ମହାରାଷ୍ଟ୍ରର ଏକ ଗାଁକୁ ଆଜିକାଲି ଇଣ୍ଟରନେଟରେ ଖୁବ୍ ସର୍ଚ୍ଚ କରାଯାଉଛି। ଯେଉଁ କାରଣରୁ ଏହା ଚର୍ଚାର କାରଣ ପାଲଟିଛି। ସୋସିଆଲ ମିଡିଆରେ ଆଜିକାଲି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଳୋକମାନେ ଗୁଗୁଲ ମ୍ୟାପରେ ମହାରାଷ୍ଟ୍ରର ଲାତୁରକୁ ସର୍ଚ୍ଚ କଲେ ଛତ୍ରପତି ଶିବାଜୀଙ୍କ ଫଟୋ ଦେଖିବାକୁ ମିଳୁଛି। ଏହାର କାରଣ ହେଲା ମହରାଷ୍ଟ୍ରର କୃଷକ ମଗେଶ ନିପାଣିକର ତାଙ୍କ ଗାଁ ଚାଷ ଜମିରେ ଶିବାଜୀଙ୍କ ପେଣ୍ଟିଂ ତିଆରି କରିଛନ୍ତି। ଏହି ପେଣ୍ଟିଂକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି। ଏହା ହେଉଛି ଦେଶର ପ୍ରଥମ ଗ୍ରାସ ପେଣ୍ଟିଂ। କୃଷକମାନେ ଘାସ ଉଠାଇ ଶିବଜୀଙ୍କ ଫଟୋର ଆକାର ଦେଇଛନ୍ତି ଏହାକୁ।
This is an incredible Chhatrapati Shivaji Maharaj crop art from the Farmers of small village in Nilanga, Latur, Maharashtra. (WA) pic.twitter.com/QG3sSJqed0
— Godman Chikna (@Madan_Chikna) June 18, 2019
ମହେଶ ନିପାଣିକର ୬ ଏକ ଜମିରେ ଘାସ ବଢାଇ, ଏହାକୁ ଶିବାଜୀଙ୍କ ଆକାର ଦେଇଛନ୍ତି। ଏଥିରେ ଥ୍ରୀ-ଡି ଇଫେକ୍ଟ ଆଣିବା ପାଇଁ ଏଥିରେ ଗ୍ରାଫ୍ଟିଙ୍ଗ ମଧ୍ୟ କରିଛନ୍ତି। ସାଧାରଣ ଲୋକ ମଧ୍ୟ ଏହାକୁ ସହଜରେ ଦେଖି ପାରିବା ପାଇଁ ଚାଷ ଜମିର ଚାରିପଟେ ବଡ ସ୍କ୍ରିନ ମଧ୍ୟ ଲଗାଯାଇଛି। ଲୋକମାନେ ଟ୍ବିଟରରେ କୃଷକଙ୍କ ଏହି ଅଦ୍ଭୁତ କଳାକୃତିକୁ ଖୁବ୍ ପ୍ରଶଂସା କରୁଛନ୍ତି।