PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କ’ଣ ଶେଷ ହୋଇଯିବ କି ଏହି ବ୍ୟାଟସମ୍ୟାନଙ୍କ ଓ୍ବାନଡେ ଏବଂ ଟି-୨୦ କ୍ୟାରିୟର,ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ମିଳିଲାନି ସୁଯୋଗ

Bengaluru: Indian test cricket team skipper Ajinkya Rahane and teammate R Ashwin during a practice session ahead of their maiden cricket test match against Afghanistan, in Bengaluru on Monday, June 11, 2018. (PTI Photo/Shailendra Bhojak) (PTI6_11_2018_000056A)

ନୂଆଦିଲ୍ଲୀ,୨୪।୭: ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଟିମରେ ଆଜିଙ୍କ୍ୟ ରହାଣେଙ୍କୁ ସ୍ଥାନ ଦିଆଯାଇଛି ଓ ସେ ଟିମର ଉପ-ଅଧିନାୟକ ମଧ୍ୟ ଅଛନ୍ତି। କିନ୍ତୁ ଓ୍ବାନଡେ୍ ଟିମରେ ତାଙ୍କୁ ପୁଣିଥରେ କରାଯାଇଛି ଅଣଦେଖା। ରହାଣେଙ୍କୁ ଓ୍ବାନଡେରେ ମଧ୍ୟମ କ୍ରମ ଅର୍ଥାତ  ୪ର୍ଥ ସ୍ଥାନ କିମ୍ବା ଦରକାର ପଡି​‌ଲେ ଓପନର ଭାବରେ ଦାୟିତ୍ବ  ତୁଲାଇ ପାରିବେ। କିନ୍ତୁ ଏବେ ଓ୍ବାନଡେ ଟିମରେ କିନ୍ତୁ ତାଙ୍କୁ ଲଗାତାର ଭାବରେ ଅଣଦେଖା କରାଯାଉଛି। ତାଙ୍କୁ ଗତ ୧୭ ମାସ ହେବ ଓ୍ବାନଡେ୍ ଟିମରୁ ବାହାର କରିଦିଆଯାଇଛି। ଏବେ ପ୍ରଶ୍ନ ଉଠୁଛି, ସେ କ’ଣ  କେବଳ ଟେଷ୍ଟ ବ୍ୟାଟସମ୍ୟାନ ହୋଇ ରହିଯିବେ କି? ଟି-୨୦ ଅନ୍ତଃର୍ଜାତୀୟ ମ୍ୟାଚର ଯଦି କଥା ହେବା ତେବେ ଭାରତୀୟ ଟିମ ଟି-୨୦ ଠାରୁ ଗତ ୩ ବର୍ଷ ହେବ ବାହାରେ ରହିଛି।

ଆଜିଙ୍କ୍ୟ ରହାଣେ ମଧ୍ୟମକ୍ରମରେ ଟିମ୍ ଇଣ୍ଡିଆର କେବେ ଖୁବ୍ ଭରସାଯୋଗ୍ୟ ବ୍ୟାଟସମ୍ୟାନ ଭାବରେ ଥିଲେ। କିନ୍ତୁ କିଛି ସମୟ ହେବ ତାଙ୍କର ଖରାପ ଫର୍ମ ଯୋଗୁଁ ତାଙ୍କୁ ଓପନର ବ୍ୟାଟସମ୍ୟାନ ଭାବରେ ପରଖା ଯାଇଥିଲା। କିନ୍ତୁ ଧିରେ ଧିରେ କିଛି ଅନ୍ୟ ବ୍ୟାଟସମ୍ୟାନଙ୍କ ଭଲ ପ୍ରଦର୍ଶନ କାରଣରୁ ରାହାଣେଙ୍କୁ ଏବେ ଦରକାର ପଡିଲେ ଦଳରେ ସାମିଲ କରାଯାଉଛି,କିନ୍ତୁ ତାଙ୍କୁ ଲଗାତାର ଭାବରେ କୌଣସି ସୁଯୋଗ ମିଳୁନାହିଁ, ଯଦିଓ ବି ତାଙ୍କୁ କିଛି ସୁଯୋଗ ମିଳୁଛି ସେ ଏଥିରେ ନିଜକୁ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି।

ଏହି ବିଫଳତା କାରଣରୁ ତାଙ୍କୁ ଧିରେ ଧିରେ ଓ୍ବାନଡେ ଟିମରୁ ଦୂରେଇ ଦିଆଯାଇଛି। ସେ ନିଜର ଶେଷ ଓ୍ବାନଡେ ମ୍ୟାଚ ଟିମ୍ ଇଣ୍ଡିଆ ପାଇଁ ଗତ ୧୬ ଫେବୃଆରୀ ୨୦୧୮ରେ ସେଞ୍ଚୁରିୟାନରେ ସାଉଥ ଆଫ୍ରିକା ବିରୋଧରେ ଖେଳିଥିଲେ। ରାହାଣେଙ୍କ ଓ୍ବାନଡେ କ୍ୟାରିୟର ବିଷୟରେ ଯଦି କଥା ହେବା ତେବେ ସେ ୯୦ଟି ମ୍ୟାଚ ଖେଳି ୩୫.୨୬ ହାରରେ ୨୯୬୨ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କ ନାମରେ ୩ଟି ଶତକ ରହିଛି ଓ ସର୍ବାଧିକ ୧୧୧ ରନ୍ କରିଛନ୍ତି। ସେଭଳି ଟି-୨୦ ଅନ୍ତଃର୍ଜାତୀୟ କ୍ୟାରିୟରରେ ରାହାଣେ ୨୦ଟି ମ୍ୟାଚରେ ୨୦.୮୩ ହାରରେ ୩୭୫ ରନ୍ କରିଛନ୍ତି ଓ ତାଙ୍କର ସର୍ବାଧିକ ସ୍କୋର ହେଉଛି ୬୧ ରନ୍।

ଅନ୍ୟପକ୍ଷେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଏବେ ରାହାଣେଙ୍କ ସମର୍ଥନ କରି ତାଙ୍କୁ ଓ୍ବାନଡେ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆରେ ସୁଯୋଗ ଦିଆନଯିବା ନେଇ ପ୍ରଶ୍ନ ଉଠାଇଛନ୍ତି। ଗାଙ୍ଗୁଲି କହିଛନ୍ତି, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ରାହାଣେଙ୍କୁ ଦିନିକିଆ ଟିମରେ କାହିଁକି ନିଆଗଲା ନାହିଁ?

ସମ୍ବନ୍ଧିତ ଖବର