ଖୁବ୍ ଶସ୍ତାରେ ମିଳୁଛି ଏହି ଇଲେକଟ୍ରିକ୍ ସ୍କୁଟର, ୧୪ ସେକେଣ୍ଡରେ ୫୦ କିଲୋମିଟର ସ୍ପିଡ୍ ଧରିଥାଏ

ନୂଆଦିଲ୍ଲୀ,୩୧।୫: ଆଜିକାଲି ଇଲେକ୍ଟ୍ରିକ ସ୍କୁଟର ବିକ୍ରି ବଢିବାରେ ଲାଗିଚି। ଯେଉଁଥିରେ ଭାରତ ସରକାରଙ୍କ ଦ୍ବାରା ୧୮ ହଜାର ଟଙ୍କା ପର୍ଯ୍ୟନ୍ତର ବମ୍ପର ଡିସକାଉଣ୍ଟ ଦିଆଯାଉଛି। ହଁ ଆମେ Greaves Cotton ’ର ହାଇ ସ୍ପିଡ ଇଲେକଟ୍ରିକ୍ ସ୍କୁଟର Ampere Zealସ୍କୁଟର କଥା ହେଉଛେ। କଛି ଦିନ ପୂର୍ବରୁ ଏହାକୁ ଲଞ୍ଚ କରାଯାଇଥିଲା। ଏହି ନୂଆ ଇଲେଟ୍ରିକ୍ ସ୍କୁଟର ଉପରେ ସରକାର FAME-II ଯୋଜନା ଅନୁସାରେ ୧୮,୦୦୦ ଟଙ୍କାର ସବସିଡି ଦେଉଛନ୍ତି।
ଉଲ୍ଲେଖନୀୟ ଯେ, ଫେମ୍ ଇଣ୍ଡିଆ(ଫଷ୍ଟର ଅଡପସନ୍ ଆଣ୍ଡ ମାନ୍ୟୁଫାକଚରିଂ ଅଫ୍ ହାଇବ୍ରିଡ୍ ଓ ଇଲେକ୍ଟ୍ରିକ୍ ଭେଇକିଲ) ଯୋଜନା ଦେଶରେ ଇଲେକଟ୍ରିକ୍ ଓ ହାଇବ୍ରିଡ୍ ବାହାନରୁ ପ୍ରୋତ୍ସାହିତ କରିଥାଏ। ଏବେ ଏହି ସମୟରେ ଇଲେକ୍ଟ୍ରିକ୍ ସ୍କୁଟର ୧ରୁ ୩ ବର୍ଷ ପର୍ଯ୍ୟନ୍ତ ବ୍ୟାଟେରି ଗ୍ୟାରେର୍ଟି ସ ମଜବୁତ ଆଫ୍ଟ-ସେଲସ୍ ସର୍ଭିସ ନେଟଓ୍ବର୍କ ଦିଆଯାଉଛି। ଏବେ ଏହି ସ୍କୁଟିର ମୂଲ୍ୟ ସବସିଡି ପରେ ୬୬,୯୫୦ ଟଙ୍କା(ଏକ୍ସ ଶୋରୁମ)ର ରଖାଯାଇଛି।
କମ୍ପାନୀ ଦ୍ବାରା ଏହି ସ୍କୁଟିରରେ BLDC ହବ ମୋଟର ସହିତ ସୁନ୍ଦର ୧୨୦୦ ଓ୍ବାଟ ଓ ଏକ 60V/30Ah ବ୍ୟାଟେରି ସର୍ପୋଟେଡ୍ ଦିଆଯାଇଛି। ସେଭଳି ଏହି ଇଲେକ୍ଟ୍ରିକ୍ ସ୍କୁଟରର ମୋଟ ପ୍ରାୟ ଓଜନ ୭୮ କିଲୋଗ୍ରାମ ରହିଛି, ଯାହାକୁ ଯେ କୌଣସି ଲୋକ ମଧ୍ୟ ଆରାମରେ ଚଳାଇପାରିବ। ଇଲେକ୍ଟ୍ରିକ ସ୍କୁଟର ହେବା ପରେ ମଧ୍ୟ ଏହାର ସର୍ବାଧିକ ସ୍ପିଡ୍ ୫୫ କିଲୋମିଟର ଘଣ୍ଟାପ୍ରତି ରହିଛି। ଏହି ସ୍କୁଟରକୁ ଗୋଟେ ଥର ଚାର୍ଜ କରିବା ପରେ ୭୫ କିଲୋମିଟର ଯାତ୍ରା କରିପାରିବେ। ସ୍କୁଟରରେ ଦିଆଯାଇଥିବା ବ୍ୟାଟରି ୫-୬ ଘଣ୍ଟାରେ ଫୁଲ୍ ଚାର୍ଜ ହୋଇଥାଏ। ସ୍କୁଟରକୁ ୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟାର ସ୍ପିଡ୍ ଧରିବାକୁ ମାତ୍ର ୧୪ ସେକେଣ୍ଡ ଲାଗିଥାଏ।