ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଆପଣଙ୍କର ଦୃଷ୍ଟି ଶକ୍ତି ଧିରେ ଧିରେ କମିଯାଉଛି କି ? ଖାଆନ୍ତୁ ଏହି ଫଳ...

Published By : Anindita Ratha | January 25, 2025 3:29 PM

ଆଖି ଆମ ଶରୀରର ସବୁଠାରୁ ସୂକ୍ଷ୍ମ ଅଙ୍ଗ ମଧ୍ୟରୁ ଗୋଟିଏ । ଏଣୁ ଏହାର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଖିରେ ସାମାନ୍ୟ ସମସ୍ୟା ମଧ୍ୟ ଆମ ଜୀବନକୁ ଅନ୍ଧକାରରେ କରିପାରେ । ହେଲେ  ଆଜିକାଲି ଘଣ୍ଟା ଘଣ୍ଟା ଧରି ଟିଭି, ମୋବାଇଲ, କମ୍ପ୍ୟୁଟର ଦେଖିବା ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ କମ୍ ବୟସରୁ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଉଛି । ଏପରି ସ୍ଥଳେ ଆଖିକୁ ସୁସ୍ଥ ରଖିବା ପାଇଁ କେତେକ ଜରୁରୀ ପୋଷକ ତତ୍ତ୍ବରେ ଭରପୂର ଖାଦ୍ୟ ଉଚିତ୍ । ତେବେ ଆସନ୍ତୁ ଜାଣିବା ପୋଷକ ତତ୍ତ୍ବରେ ଭରପୂର କିଛି ଫଳ ବିଷୟରେ। ଯାହାକୁ ଖାଇବା ଦ୍ବାରା  ଆଖି ସମସ୍ୟା ଦୂର ହୋଇଯିବ । 

କୋଳି: କୋଳିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହା ଆଖିକୁ ସୁସ୍ଥ ରଖେ । ବୟସ ବଢିବା ଯୋଗୁଁ ଦେଖାଯାଉଥିବା ଆଖି ସମସ୍ୟା ଆଶଙ୍କା କମ୍ କରେ । 

କମଳା: କମଳା ଭିଟାମିନ-ସି' ର ଏକ ଭଲ ଉତ୍ସ । ଯାହା ଆଖିର ରକ୍ତବାହିକାଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏଥିରେ ବିଟା-କେରୋଟିନ ଥାଏ । କମଳା ଭଳି ଭିଟାମିନ-ସିରେ ଭରପୂର ଲେମ୍ବୁ ମଧ୍ୟ ଆଖି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ।

ଆମ୍ବ: ଆଖି ସ୍ବାସ୍ଥ୍ୟ ପାଇଁ ଆମ୍ବ ମଧ୍ୟ ଏକ ଉପଯୁକ୍ତ ଫଳ । ଏଥିରେ ଥିବା ଭିଟାମିନ ଏ ଓ ବିଟା-କେରୋଟିନ ଶୁଷ୍କ ଆଖି ସମସ୍ୟା ରୋକିଥାଏ ଏବଂ ଦୃଷ୍ଟି ଶକ୍ତି ଉନ୍ନତ କରିଥାଏ ।

ଅମୃତଭଣ୍ଡା: ଆଖିକୁ ସୁସ୍ଥ ରଖିବା ପାଇଁ ଅମୃତଭଣ୍ଡା ଖୁବ୍ ଲାଭଦାୟକ । ଏଥିରେ ପ୍ରଚୁର ମାତ୍ରାରେ ବିଟା-କେରୋଟିନ, ଭିଟାମିନ ସି ଓ ଇ ମିଳେ । ନିୟମିତ ଅମୃତଭଣ୍ଡା ଖାଇବା ଦ୍ବାରା ବୟସାଧିକ ଜନିତ ଦୃଷ୍ଟି ଶକ୍ତି ସମସ୍ୟା କମ୍ ହୋଇଥାଏ ।

କିୱି: ଏଥିରେ ଭିଟାମିନ ସି, ଭିଟାମିନ ଇ ଓ ଲ୍ୟୁଟିନ ଭରପୂର ମାତ୍ରାରେ ଥାଏ। ଏହା ଦୃଷ୍ଟି ଶକ୍ତି ବଢାଇବା ସହ ଆଖିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ତେଣୁ ନିଜ ଡାଏଟରେ କିୱି ମଧ୍ୟ ସାମିଲ କରିପାରିବେ । ଉତ୍ତମ ଦୃଷ୍ଟି ଶକ୍ତି ବଜାୟ ରଖିବାରେ ଏହା ଏକ ଉପଯୁକ୍ତ ଫଳ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.