ଏହି କମ୍ପାନୀ ନିର୍ମାଣ କଲା ଟଙ୍କାର ପାହାଡ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

source:m.dailyhunt.in
ପାହାଡ ଶବ୍ଦ ଶୁଣିବା ମାତ୍ରେ ମନକୁ ଆସେ ଏକ ବଡ ବିରାଟ ବଡ ପଥରର ସମାହାର କିମ୍ବା ଏକ ଉଚ୍ଚତା ବିଶିଷ୍ଟ ପ୍ରାକୃତିକ ପଦାର୍ଥ ଯାହାକି ଗଛଲତାରେ ପରିପୂର୍ଣ୍ଣ । ତେବେ ଆପଣ କେବେ ଟଙ୍କାର ପାହାଡ କଥା ଶୁଣିଛନ୍ତି । ଆଜ୍ଞା ହଁ । ଆପଣ ଠିକ୍ ଶୁଣିଛନ୍ତି । ଆମେ ଟଙ୍କାର ପାହାଡ ବା କ୍ୟାଶ୍ ମାଉଣ୍ଟେନ୍ କଥା ହିଁ କହୁଛୁ । ଚାଇନାର ଏକ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଏକ ଟଙ୍କାର ପାହାଡ ନିର୍ମାଣ କରିଛି । ତେବେ ଚାଲନ୍ତୁ ଜାଣିବା ଏହି ଟଙ୍କା ପାହାଡ ପଛର କାରଣ ।
ଏକ ଚାଇନିଜ୍ କମ୍ପାନୀ ନିଜ କର୍ମଚାରୀଙ୍କୁ ବୋନସ୍ ଦେବାପାଇଁ ନିର୍ମାଣ କରିଛି ଏହି ଟଙ୍କା ପାହାଡ । ବୋନସ୍ ପାଇବାର ଇଛା ପ୍ରତ୍ୟକ କର୍ମଚାରୀଙ୍କ ମନରେ ଥାଏ । ଏହି ଚାଇନିଜ୍ କମ୍ପାନୀ ନିଜ ୫ ହଜାର କର୍ମଚାରୀଙ୍କୁ ବୋନସ୍ ଦେବାପାଇଁ ୩୦୦ ମିଲିୟନ ୟୁଆନ୍(ଚାଇନାର ମୁଦ୍ରା) ନିର୍ମାଣ କରିଦେଲା । ତେବେ ଭାରତୀୟ ମୁଦ୍ରା ଅନୁସାରେ ଏହାର ମୂଲ୍ୟ ପ୍ରାୟ ୩୧୫ କୋଟି ଟଙ୍କା । ଏହି ପାହାଡକୁ ଦେଖି ଅନେକ ଲୋକ ତ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲେନି ।
ଚାଇନାର ପ୍ରତି ବର୍ଷ ଶେଷରେ କର୍ମଚାରୀଙ୍କୁ ବୋନସ୍ ଦେବାର ପରମ୍ପରା ରହିଆସିଛି । ଏହା ମାଧ୍ୟମରେ କମ୍ପାନୀଗୁଡିକ ପ୍ରତି କର୍ମଚାରୀଙ୍କୁ ଆର୍ଥିକ ରୂପେ ସକ୍ଷମ କରିବାକୁ ଚେଷ୍ଟା କରନ୍ତି । ୟାହା ଫଳରେ ସେମାନଙ୍କ ମନୋବଳ ଦୃଢ ହେବ । ଟଙ୍କାର ପାହାଡ ନିର୍ମାଣ କରିଥିବା ଏହି କମ୍ପାନୀ ଏକ ଷ୍ଟିଲ୍ କମ୍ପାନୀ । ଏହି କମ୍ପାନୀ ପ୍ରତି ବର୍ଷ ନିଜ କର୍ମଚାରୀଙ୍କୁ ଭିନ୍ନ ଉପାୟରେ ନୂଆ ବର୍ଷର ବୋନସ୍ ଦେଇଥାଏ । ପୂର୍ବ ବର୍ଷ କମ୍ପାନୀ କ୍ୟାଶ୍ ଗେମ୍ ଶୋ ରଖିଥିଲା ଯେଉଁଥିରେ ଯିଏ ଯେତେ ଚାହିଁବ ସେତେ କ୍ୟାଶ୍ ଘରକୁ ନେଇଯାଇପାରିବ ।