PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ଆପଣଙ୍କ ଦାଢ଼ି ଧଳା ହୋଇଯାଉଛି କି? ଏହାକୁ ରୋକିବା ପାଇଁ ଜାଣନ୍ତୁ ଟିପ୍ସ

ଭୁବନେଶ୍ବର,୧୬/୨: ବ୍ୟସ୍ତ ବହୁଳ ଜୀବନ ଭିତରେ ବ୍ୟକ୍ତି ଏତେ ବୁଡ଼ି ରହୁଛି ଯେ ନିଜର ଯତ୍ନ ନେବାକୁ ବି ସେ ସମୟ ପାଉନି। ମାତ୍ର ସେମାନେ ଭୁଲିଯାଉଛନ୍ତି ଯେ, ଏହିଭଳି ଜୀବନଶୈଳୀ ତଥା ଖାଇବା ପିଇବା ଅନିୟମିତତା ଯୋଗୁଁ ବୟସ କମ୍ ହୋଇଥିଲେ ବି ବୁଢ଼ା ଭଳି ଦେଖାଯାଆନ୍ତି।

ବିଶେଷକରି ଯୁବଗୋଷ୍ଠୀମାନେ ଏଭଳି କଥାକୁ ଧ୍ୟାନ ଦେବା ନିହାତି ଜରୁରୀ। ଫ୍ୟାସନେବୁଲ ଟ୍ରେଣ୍ଡରେ ନିଜକୁ ଟିକେ ଷ୍ଟାଇଲିଷ୍ଟ କରିବା ପାଇଁ କିଏ ହେୟାରଷ୍ଟାଇଲ୍ ଉପରେ ଧ୍ୟାନ ଦେଉଛି ତ କିଏ ଡ୍ରେସ୍ ଉପରେ। ମାତ୍ର ଏସବୁ ଭିତରେ ଆଉ କିଛି ପିଲା ଅଛନ୍ତି, ଯେଉଁମାନଙ୍କ ନଜର କେବଳ ଦାଢ଼ି ଉପରେ ହିଁ ରହିଥାଏ। କାରଣ ବୟସ ତୁଳନା ସେମାନେ ୟଙ୍ଗ୍ ଥିଲେ ବି ଚେହେରାରୁ ବାରି ହୋଇପଡ଼େ ସେମାନଙ୍କ ବୟସ। ତେବେ ପୁରୁଷମାନଙ୍କ କେଶ ଓ ଦାଢ଼ି କହିଦେଇଥାଏ ସେମାନେ ବୟସ।

ତେବେ ଆପଣ ବି ଦଳା ଦାଢ଼ିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି, ତେବେ ପ୍ରତିଦିନ ପୁଦିନା ଚା ପିଅନ୍ତୁ। ଏହାକୁ ସେବନ କେବଳ ଦାଢ଼ିକୁ କଳା ରଖିବା ସହି ଚେହେରାର ସୁନ୍ଦରତା ବଢ଼ାଇଥାଏ। ଏହା ବ୍ୟତୀତ ଅଁଳା ରସ ସେବନ କଳେ ଏହି ସମସ୍ୟା ଦୂର ହୋଇଯିବ। ଏହା ବ୍ୟତୀତ ଫିଟିକିରି ଏବଂ ଗୋଲାପ ଜଳ ଦ୍ବାରା ମଧ୍ୟ ଧଳା ଦାଢ଼ିରୁ ମୁକ୍ତି ପାଇ ପାରିବେ। ଫିଟିକିରି ଓ ଗୋଲାପ ଜଳକୁ ନେଇ ଏକ ପେଷ୍ଟ ତିଆରି କରି ଦାଢ଼ିରେ ଲଗାନ୍ତୁ ଏହା ଦ୍ବାରା ଦାଢ଼ି କଳା ହୋଇ ବେଶି ଦିନ ପର୍ଯ୍ୟନ୍ତ ରହିବ।