ପ୍ରମୁଖ ଖବର
  • ଆଜି ୪ ରାଜ୍ୟରେ ଭୋଟ ଗଣତି, ଇଭିଏମ୍‌ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ
  • ||

ଗଞ୍ଜେଇ ରଖିବା କିମ୍ବା ଖାଇବା ଅଭିଯୋଗରେ ଆମେରିକା ଜେଲ୍‌ରେ ବନ୍ଦୀ ଥିବା ସମସ୍ତ ଦୋଷୀଙ୍କୁ ମୁକ୍ତ କରିବାକୁ ବାଇଡେନ୍‌ଙ୍କ ଘୋଷଣା, ରାଷ୍ଟ୍ରପତି ପ୍ରାର୍ଥୀ ହେବା ସମୟରେ ରଖିଥିଲେ ପ୍ରତିଶ୍ରୁତି...

ନୂଆଦିଲ୍ଲୀ: ମାରିଜୁଆନା ବା ଗଞ୍ଜେଇକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ବଡ଼ ଘୋଷଣା କରିଛନ୍ତି । ଜାତୀୟ ସ୍ତରରେ ସ୍ବଳ୍ପ ପରିମାଣର ଗଞ୍ଜେଇ ରଖିବା ଅଭିଯୋଗରେ ଦଣ୍ଡିତ ହୋଇଥିବା ସମସ୍ତ ଆମେରିକୀୟଙ୍କୁ କ୍ଷମା କରିଛନ୍ତି ବାଇଡେନ୍ । ସେ କହିଛନ୍ତି ଯେ କେବଳ ଗଞ୍ଜେଇ ରଖିବା କିମ୍ବା ପିଇବା ଅଭିଯୋଗରେ କାହାକୁ ଜେଲ୍‌ରେ ରଖିବା ଠିକ୍ ନୁହେଁ ।

ଅନୁମାନ କରାଯାଉଛି ଯେ, ଗଞ୍ଜେଇ ଜବତ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରାୟ ୬୫୦୦ ଲୋକ ଉପକୃତ ହେବେ । ସୂଚନା ଥାଉକି, ଯେ ଗଞ୍ଜେଇ ଜବତ ଅପରାଧ ପାଇଁ ବର୍ତ୍ତମାନ କେହି ସଂଘୀୟ ଜେଲରେ ନାହାଁନ୍ତି । ଅଧିକାଂଶ ଦଣ୍ଡ ରାଜ୍ୟ ସ୍ତରରେ ରହିଛି । ତେବେ ବାଇଡେନ କହିଛନ୍ତି ଯେ, ରାଷ୍ଟ୍ରୀୟ କ୍ଷମା ଦ୍ବାରା ଲୋକଙ୍କୁ ରୋଜଗାର, ଗୃହ ଏବଂ ଶିକ୍ଷା ପାଇବା ସହଜ ହେବ ।

ଉଲ୍ଲେଖନୀୟ ବିଷୟ ହେଉଛି, ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ବେଳେ ବାଇଡେନ ଗଞ୍ଜେଇ ବ୍ୟବହାରକୁ ଅପରାଧୀକରଣ ନକରିବା ସହ ଦୋଷୀ ସାବ୍ୟସ୍ତ ନକରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ରାଷ୍ଟ୍ରପତି କହିଛନ୍ତି ଯେ ସେ ସମସ୍ତ ରାଜ୍ୟର ରାଜ୍ୟପାଳଙ୍କୁ ଗଞ୍ଜେଇ ପାଇଁ ଦୋଷୀଙ୍କୁ କ୍ଷମା ଦେବାକୁ ଆହ୍ବାନ କରିବେ । ସଂଘୀୟ ନିୟମ ଅନୁଯାୟୀ ଗଞ୍ଜେଇ କିପରି ଶ୍ରେଣୀଭୁକ୍ତ ହୋଇଛି ତାହାର ସମୀକ୍ଷା କରିବାକୁ ବାଇଡେନ ନ୍ୟାୟ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୧୯ ଟି ରାଜ୍ୟ ଏବଂ ୱାଶିଂଟନ୍ ଡିସିରେ ଗଞ୍ଜେଇ ଆଇନଗତ ଅଟେ । ଏହାର ଚିକିତ୍ସା ବ୍ୟବହାର ୩୭ ଟି ରାଜ୍ୟ ଏବଂ ତିନୋଟି ଆମେରିକୀୟ ଅଞ୍ଚଳରେ ଆଇନଗତ ଅଟେ ।

Copyright © 2022 - Summa Real Media Private Limited. All Rights Reserved.