PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ସଲମାନ ରୁସଦୀଙ୍କୁ ଆକ୍ରମଣ ପରେ ଏବେ ଆଉ ଜଣେ ଲେଖକଙ୍କୁ ହତ୍ୟା ଧମକ, ଇରାନ ସମର୍ଥିତ ଉଗ୍ରବାଦୀ ସଂପୃକ୍ତ

ଲଣ୍ଡନ ୧୩/ ୦୮: ବ୍ରିଟେନର ମହାନ ଲେଖିକା ଜେକେ ରୋଲିଂଙ୍କୁ ହତ୍ୟା ଧମକ ମିଳିଛି । ଇରାନ ସମର୍ଥିତ ଇସଲାମବାଦୀ ଉଗ୍ରବାଦୀ ପକ୍ଷରୁ ଏଭଳି ଧମକ ମିଳିବା ପରେ ପୁଣି ଆତଙ୍କ ଖେଳିଯାଇଛି । ଧମକ ଦେଇଥିବା ଉଗ୍ରବାଦୀ ଜଣକ ସଲମାନ ରୁସଦୀଙ୍କ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତର ପ୍ରଶଂସା ମଧ୍ୟ କରିଥିଲା । ଏହା ସହିତ ସଂପୃକ୍ତ ବ୍ୟକ୍ତି ଜଣକ ବାରମ୍ବାର ତେହେରାନର ଲୋକତାନ୍ତ୍ରିକ ତାନାଶାହକୁ ସମର୍ଥନ କରିବା ସହିତ ଭାରତ, ଇସ୍ରାଏଲ ଏବଂ ୟୁକ୍ରେନକୁ ଆତଙ୍କବାଦୀ ଦେଶ ବୋଲି କହିଥିଲା ।

ଭାରତୀୟ ବଂଶୋଦଭବ ସଲମାନ ରୁସଦୀଙ୍କୁ ଝୁରୀ ଭୁସି ହତ୍ୟା ଉଦ୍ୟମ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଏହି ଘଟଣାର ୨୪ ଘଣ୍ଟା ନପୁରୁଣୁ ପୁଣି ଜଣେ ନୋବେଲିଷ୍ଟଙ୍କୁ ହତ୍ୟା ଧମକ ଦିଆଯାଇଛି । ପ୍ରଖ୍ୟାତ ନୋବେଲ ହ୍ୟାରି ପୋର୍ଟରର ଲେଖିକ ତଥା ଫ୍ରି ସ୍ପିଚ୍‌ କ୍ୟାମ୍ପେନର ଜେକେ ରୋଲିଂଙ୍କୁ ହତ୍ୟା ଧମକ ମିଳିଥିବା ନେଇ ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ମିର ଆସିଫ୍‌ ଅଜିଜ୍‌ ନାମକ ଜଣେ ଯୁବକ ଏଭଳି ଧମକ ଦେଇଛି ଯିଏକି କରାଚୀର ବୋଲି ତାର ଟ୍ବିଟର ପେଜରେ ଉଲ୍ଲେଖ କରିଛି । ତାର ଟ୍ବିଟର ପେଜରେ ସେ ଜଣେ ଛାତ୍ର, ସୋସିଆଲ ଆକ୍ଟିଭିଷ୍ଟ, ପଲିଟିକାଲ ଆକ୍ଟିଭିଷ୍ଟ ଏବଂ ରିସର୍ଚ୍ଚ ଆକ୍ଟିଭିଷ୍ଟ ବୋଲି ଲେଖାଯାଇଛି ।

ଅନେକ ସମୟରେ ଆସିଫ୍‌ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖେମନେଇକୁ ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଛି । ତେବେ ଗତକାଲି ରାତିରେ ସଲମାନ ରୁସଦୀଙ୍କୁ ଆକ୍ରମଣ ଘଟଣାରେ ଟ୍ବିଟ୍‌ ଜରିଆରେ ଏକ ପୋଷ୍ଟ ସେୟାର କରିଥିଲେ ଜେକେ ରୋଲିଂ । ଲେଖିଥିଲେ, ଏହା ଏକ ଭୟଙ୍କର ସମ୍ବାଦ । ବହୁତ ବ୍ୟସ୍ତ ଲାଗୁଛି ଏବଂ ବହୁତ ଅସୁସ୍ଥତା ଅନୁଭବ କରୁଛି । ସେ ଖୁବଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।

ଏହାର ପ୍ରତି ଜବାବରେ ଆସିଫ୍‌ ଅଜିଜ୍‌ ଲେଖିଛି ଯେ, ‘ବ୍ୟସ୍ତ ହୁଅନି, ତମେ ପରବର୍ତ୍ତୀ ଟାର୍ଗେଟ୍’। ଏଭଳି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ରୋଲିଂ ଏକ ସ୍କ୍ରିନ୍‌ ସଟ୍‌ ଦେଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଜେକେ ରୋଲିଂଙ୍କ ବ୍ୟତିତ ପ୍ରଖ୍ୟାତ ଲେଖକ ଷ୍ଟିଫେନ୍‌ କିଙ୍ଗ ମଧ୍ୟ ଅସୁରକ୍ଷିତ ମଣୁଛନ୍ତି । ଏ ନେଇ ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ସୂଚନାଯୋଗ୍ୟ, ମହାନ୍‌ ଲେଖକ ସଲମାନ ରୁସଦୀଙ୍କୁ ନ୍ୟୁୟର୍କରେ ଜଣେ ଆତତାୟୀ ପ୍ରାୟ ୧୫ ଥର ଛୁରୀରେ ଆକ୍ରମଣ କରିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଏବେ ତାଙ୍କର ଚିକିତ୍ସା ଜାରି ରହିଛି । ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି । ଅନ୍ୟପଟେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

The Harry Potter writer said on Twitter last night: 'Horrifying news. Feeling very sick right now. Let him be ok'. She received the chilling reply: 'Don't worry you are next'

ସମ୍ବନ୍ଧିତ ଖବର