ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ

ପୁରୀ,୧/୭ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ । ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶରଧା ବାଲିରେ ତାଳଧ୍ବଜ, ଦର୍ପଦଳନ, ନନ୍ଦିଘୋଷ ତିନି ରଥ ଲାଗିଛନ୍ତି । ଶ୍ରୀଗୁଣ୍ଡିଚା ଆଗରେ ଭକ୍ତ- ଭଗବାନ ଏବେ ଏକାକାର । ଦୀର୍ଘ ଦୁଇ ବର୍ଷ ପରେ ଭଗବାନଙ୍କୁ ପାଖରେ ପାଇ ଭକ୍ତ ଭାବ ବିହ୍ବଳ ହୋଇ ଉଠିଛନ୍ତି ।