ଉମରକୋଟ ୬।୮ : ତେଲ ନଦୀରେ ବୁଡ଼ି ୩ ଶିଶୁଙ୍କର ମୃତ୍ୟୁ ହୋଇଛି। ତୋହରା କୋଟଲଡିହି ଗାଁ ନିକଟ ନଦୀରେ ଏହି ଅଘଟଣ ଘଟିଛି। ନଦୀରେ ଗୋଧୋଉ ଥିବାବେଳେ ବୁଡ଼ିଗଲେ ୩ ଶିଶୁ।
ମୃତ ଶିଶୁଙ୍କ ମଧ୍ୟରେ ଦୁଇ ଜଣ ଝିଅ ଥିବାବେଳେ ଜଣେ ପୁଅ ରହିଛି। ସେମାନଙ୍କ ମଧ୍ୟରେ ଜଣେ ଅମି ସାନ୍ତାଙ୍କ ଝିଅ ରଶ୍ମିତା ସାନ୍ତା, ରଘୁରାମ ସାନ୍ତାଙ୍କ ଝିଅ ଶାନ୍ତି ସାନ୍ତା ଏବଂ ବୃଦ୍ଧା ସାନ୍ତାଙ୍କ ପୁଅ ଦଶରଥ ସାନ୍ତା ରହିଛନ୍ତି। ସମସ୍ତ ବୟସ ୪ ବର୍ଷରୁ ୬ ବର୍ଷ ମଧ୍ୟରେ ରହିଛି।