JNUରେ ବିବିସି ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖାଇବା ଘଟଣାରେ ତିନୋଟି ମାମଲା ରୁଜୁ, ଦିଲ୍ଲୀ ପୁଲିସ କହିଲା ହୋଇନି ପଥର ମାଡ଼

pic- internet
- ଏବିଭିପି ପକ୍ଷରୁ ଦୁଇଟି ଓ ଛାତ୍ର ସଙ୍ଗଠନର ଅଧ୍ୟକ୍ଷା ଆଇସା ଘୋଷ ରୁଜୁ କଲେ ଗୋଟିଏ ମାମଲା
- ବିବିସି ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖାକୁ ନେଇ ହୋଇଥିଲା ଉତ୍ତେଜନା
- ପୁଲିସର ତଦନ୍ତ ଆରମ୍ଭ
ଆଦିଲ୍ଲୀ: ଜେଏନୟୁ ବିବାଦକୁ ନେଇ ଦିଲ୍ଲୀ ପୁଲିସ ନିକଟରେ ତିନୋଟି ମାମଲା ରୁଜୁ ହୋଇଛି। ଦୁଇଟି ମାମଲା ଭାରତୀୟ ବିଦ୍ୟାର୍ଥୀ ପରିଷଦ ରୁଜୁ କରିଥିବା ବେଳେ ଆଉ ଏକ ମାମଲା ଜେଏନୟୁ ଛାତ୍ର ସଙ୍ଗଠନର ଅଧ୍ଯକ୍ଷା ଆଇସା ଘୋଷ ରୁଜୁ କରିଛନ୍ତି। ଏହି ଘଟଣାରେ ଆଇସାଙ୍କର ଏକ ଛାତ୍ର ଏମଏଲସି ଗଠନ ହୋଇଛି, ସେମାନେ ପୁଲିସକୁ ଭେଟି ମାମଲା ସମ୍ପର୍କରେ ଅବଗତ କରାଇଛନ୍ତି। ପୁଲିସ ଅଭିଯୋଗ ଗ୍ରହଣ କରିବା ପରେ ତଦନ୍ତ ଆରମ୍ଭ କରିଛି।

ଏନେଇ ଆଇସି ଘୋଷ କହିଛନ୍ତି ବର୍ତ୍ତମାନ ପ୍ରାରମ୍ଭିକ ମାମଲା ରୁଜୁ କରିଛୁ। ଏହାକୁ ବିସ୍ତାରରେ ଲେଖି ବୁଧବାର ଅପରାହ୍ନରେ ପୁଲିସକୁ ଦେବୁ। ଅନ୍ୟପଟେ ପୁଲିସ ଅଧିକାରୀ କହିଛନ୍ତି ଯେ ଯଦି କ୍ୟାମ୍ପସରେ ପଥର ମାଡ଼ ହୋଇଥାନ୍ତା ତେବେ କେହି ଆହତ ହୋଇଥାନ୍ତେ। ହେଲେ କେହି ଆହତ ହୋଇନାହାନ୍ତି। ବର୍ତ୍ତମାନ ଜେଏନୟୁ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ଏବଂ ସ୍ଥତି ଏବେ ନିୟନ୍ତ୍ରଣରେ ରହିଛି।
ମଙ୍ଗଳବାର ରାତିରେ ଜବାହର ଲାଲ ନେହେରୁ ୟୁନିଭର୍ସିଟି ( ଜେଏନୟୁ)ରେ ବିବିସି ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଛାତ୍ର ୟୁନିୟନ କହିଥିଲା ଯେ ତାଙ୍କ ତରଫରୁ ସବୁ ଛାତ୍ରଛାତ୍ରୀଙ୍କୁ ବିବିସିର ଡକ୍ୟୁମେଣ୍ଟ୍ରି ଦେଖାଯିବ। ହେଲେ ଏହାରି ଭିତରେ ପ୍ରଶାସନ କ୍ୟାମ୍ପସରେ ବିଜୁଳି କାଟି ଦେଇଥିଲେ ଏବଂ ସବୁ ଛାତ୍ର ହାତରେ ଲାଇଟ ନେଇ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ସେପଟେ ଡକ୍ୟୁମେଣ୍ଟାରୀ ଦେଖୁଥିବା ଛାତ୍ରଙ୍କ ଉପରେ ପଥରମାଡ଼ ମଧ୍ୟ ହୋଇଥିଲା।

ସୂଚନା ଥାଉକି, JNUSU ଦ୍ୱାରା ପୂର୍ବରୁ ସ୍ଥିର କରାଯାଇ ଥିଲା ଯେ କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କୁ ବିବିସିର ଡକ୍ୟୁମେଣ୍ଟାରୀ ଦେଖାଇବେ। ଏହି ଘୋଷଣା ସେତେବେଳେ କରାଯାଇ ଥିଲା ଯେତେବେଳେ ଜେଏନୟୁର ପ୍ରଶାସନ ସ୍ପଷ୍ଟ କରିଦେଇଥିଲେ କି ବିବିସି ଡକ୍ୟୁମେଣ୍ଟ୍ରି ଦେଖା ଯିବ ନାହିଁ। କିନ୍ତୁ ସେତେବେଳେ ଷ୍ଟୁଡେଣ୍ଟ ୟୁନିୟନ ଏହି ଡକ୍ୟୁମେଣ୍ଟାରୀକୁ ଦେଖାଇବାକୁ ଘୋଷଣା କରିଥିଲା ଏବଂ ଏହି କ୍ରମରେ ମଙ୍ଗଳବାର ତାହା ଦେଖାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଅଶାନ୍ତକର ବାତାବରଣ।