ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଇସିସି ମାସିକ ଶ୍ରେଷ୍ଠ ଖେଳାଳି ପୁରସ୍କାର, ଦୌଡ଼ରେ ଗିଲ୍, ସ୍ମିଥ୍, ଫିଲିିପ୍ସ

Published By : Prameya | March 8, 2025 1:27 PM

ଦୁବାଇ, ୦୮/୦୩: ଆଇସିସି ପକ୍ଷରୁ ଗତ ଫେବ୍ରୁଆରୀ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ  ତାଲିକା ଘୋଷଣା  ହୋଇଛି । ଏହି ତାଲିକାରେ ୩ଜଣ ବ୍ୟାଟର ସ୍ଥାନ ପାଇଛନ୍ତି । ସେମାନେ ହେଲେ ଟିମ୍‌ ଇଣ୍ଡିଆର ଶୁଭମନ ଗିଲ, ଅଷ୍ଟ୍ରେଲିଆର  ଷ୍ଟିଭେନ୍‌ ସ୍ମିଥ୍‌ ଓ ନ୍ୟୁଜିଲାଣ୍ଡର ଗ୍ଲେନ୍‌ ଫିଲିପ୍ସ । ଗିଲ୍‌ ଫେବ୍ରୁଆରୀ  ମାସରେ ଇଂଲଣ୍ଡ ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ  ୧୦୧.୫୦ ଆଭରେଜରେ ମୋଟ ୪୦୬ରନ୍‌ କରିଥିଲେ । ସେ ୮୭, ୬୦ ଏବଂ ୧୧୨ରନ୍‌ର ଜବରଦସ୍ତ ଇନିଂସ୍‌ ଖେଳି ଦଳକୁ ୩-୦ରେ ସିରିଜ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ପ୍ଲେୟାର ଅଫ୍‌ ଦ ସିରିଜ ବିବେଚିତ ହୋଇଥିଲେ । ଏହାପରେ ସେ  ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷରେ ୧୦୧, ପାକିସ୍ତାନ ବିପକ୍ଷରେ  ୪୬ରନର ଇନିଂସ୍‌ ଖେଳିଥିଲେ । ଭାରତ ଉଭୟ ମ୍ୟାଚ୍‌ ଜିତିଥିଲା । 




ସ୍ମିଥ୍‌ ଗତ ମାସ ଶ୍ରୀଲଙ୍କା ବିପକ୍ଷ ୨ଟି ଟେଷ୍ଟରେ ଯଥାକ୍ରମେ  ୧୪୧, ୧୩୧ରନ୍‌ର ଦମ୍‌ଦାର ଇନିଂସ୍‌ ଖେଳିଥିଲେ ଏବଂ ପ୍ଲେୟାର  ଅଫ୍‌ ଦ ସିରିଜ ପୁରସ୍କାର ପାଇଥିଲେ । ମାତ୍ର ସେ ଦିନିକିଆ ସିରିଜରେ  ବିଫଳ (୧୨ ଓ ୨୯ରନ୍‌) ହୋଇଥିଲେ । ଚାମ୍ପିଅନ୍ସ ଟ୍ରଫି ପ୍ରଥମ  ୨ଟି ମ୍ୟାଚ୍‌ (ଯଥାକ୍ରମେ ୫, ଅପରାଜିତ ୧୯)ରେ ମଧ୍ୟ ନିରାଶ  କରିଥିଲେ । ସେହିପରି ଫିଲିପ୍ସ ୫ଟି ଦିନିକିଆ ଖେଳି ୧୨୪.୨୧  ଷ୍ଟ୍ରାଇକ୍‌ ରେଟ୍‌ରେ ୨୩୬ରନ୍‌ କରିଥିଲେ । ସେ ପାକିସ୍ତାନରେ  ଆୟୋଜିତ ତ୍ରି-ରାଷ୍ଟ୍ରୀୟ ସିରିଜରେ ଦଳକୁ ଚାମ୍ପିଅନ୍‌ କରାଇବାରେ  ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଚଳିତ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ  ୨ଟି ମ୍ୟାଚ୍‌ରେ ସେ ପାକିସ୍ତାନ ବିପକ୍ଷରେ ୬୧ ଓ ବାଂଲାଦେଶ  ବିପକ୍ଷରେ ଅପରାଜିତ ୨୧ରନ୍‌ କରିଥିଲେ । ବ୍ୟାଟିଂ ଅପେକ୍ଷା  ଅବିଶ୍ୱସନୀୟ ଫିଲ୍ଡିଂ ପାଇଁ ସମ୍ପ୍ରତି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.