PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ପୁରୀ: ପଟ୍ଟନାୟକିଆ ଛକରେ ହତ୍ଯାକାଣ୍ଡ, ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ଯା

ପୁରୀ ୧୪/୭: ପଟ୍ଟନାୟକିଆ ଛକରେ ଟ୍ରିପଲ ମର୍ଡର । ପୁରୀ ଜିଲ୍ଲା ପଟ୍ଟନାୟକିଆ ଛକରେ ଅତି ଦୁଃଖଦ ଘଟଣା ଘଟିଛି । ସତ୍ୟବାଦୀ ଥାନା ଅଞ୍ଚଳ ପଟ୍ଟନାୟକିଆ ଛକରେ ସନ୍ଧ୍ଯା ୬ଟାରେ ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ  ହୋଇଛି ବୋଲି ସନ୍ଦେହ କରାଯାଉଛି ।

ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣ ବେହେରା ଏବଂ ପର୍ଶୁ ବେହେରା । ତେବେ ତାଙ୍କର ଆଉ ଏକ ଗୋଷ୍ଠୀ ସହିତ ପୂର୍ବରୁ ବିବାଦ ଲାଗିଆସୁଥିଲା । ସେନେଇ ଏହି ହତ୍ଯାକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି । କିଛି ଦୁର୍ବୁତ୍ତ ବିଚ୍ ବଜାରରେ ଗୋଡାଇ ଗୋଡାଇ ସେମାନଙ୍କୁ ନିର୍ମମ ଭାବେ ହତ୍ଯା କରିଛନ୍ତି । ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ  ଉତ୍ୟକ୍ତ ଲୋକମାନେ ପୋଡାଜଳା କରିବା ସହ ରାସ୍ତା ଅବରୋଧ କରିଛନ୍ତି । ଫଳରେ ପିପିଲି-ପୁରୀ ମଧ୍ଯରେ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଅନ୍ଯପଟେ ସତ୍ୟବାଦୀ ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।  ତେବେ ରଥଯାତ୍ରା ପାଇଁ ଏବେ ପୁରୀରେ ପୋଲିସ ଛାଉଣୀ ଥିବା ସମୟରେ ଏମିତି ଏକ ହତ୍ଯାକାଣ୍ଡ କେମିତି ଘଟିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର