PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ୱର୍ଲ୍ଡକପରେ ଖରାପ ପ୍ରଦର୍ଶନର ମିଳିବ ଦଣ୍ଡ: ଏହି ୩ ଖେଳାଳୀ ହୋଇପାରନ୍ତି ବିଦା

ନୁଆଦିଲ୍ଲୀ ୨୧/୭: ବିଶ୍ୱକପ ୨୦୧୯ରେ ଟିମ୍ ଇଣ୍ଡିଆ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ତେବେ ଶେଷ ପର୍ଯ୍ଯାୟକୁ ଟିମର ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ଥିଲା । ସେମିଫାଇନଲରେ ନ୍ୟୁଜିଲାଣ୍ଡଠୁ ହାରିବା ପରେ ଟୁର୍ଣ୍ଣାମେଣ୍ଟରୁ ବାହାରିଗଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଂ ଚୟନକର୍ତ୍ତା ଆଜି ଟିମର ଘୋଷଣା କରିହେ । ଚୟନ ପୂର୍ବରୁ ଏହା ଅନୁମାନ କରାଯାଉଛି ଯେ ୱେଷ୍ଟଇଣ୍ଡିଜ୍ ଗସ୍ତରେ କିଛି ସିନିୟର ଖେଳାଳୀଙ୍କୁ ବିଦା କରାଯାଇପାରେ । କିନ୍ତୁ କିଛି ଏମିତି ଖେଳାଳୀ ମଧ୍ଯ ଅଛନ୍ତି ଯେଉଁମାନେ ବିଶ୍ୱ କପରେ ନିଜର ଖରାପ ପ୍ରଦର୍ଶନ କରିଥିଲେ ।

ବିଶ୍ୱ କପ ପାଇଁ ଚୟନ କରାଯାଇଥିବା ଟିମରେ ଦିନେଶ କାର୍ତ୍ତିକଙ୍କୁ ଏହି କାରଣରୁ ଟିମରେ ସ୍ଥାନ ମିଳିଥିଲା ଯେ ଦରକାର ପଡିଲେ ତାଙ୍କ ବ୍ଯାଟିଂର ଅନୁଭବ ଟିମକୁ ସାହାଯ୍ କରିବ । ଏହା ସହିତ ଟିମରେ ଜଣେ ଅତିରିକ୍ତ ୱିକେଟକିପର ମଧ୍ଯ ଉପସ୍ଥିତ ରହିବ । କିନ୍ତୁ ଲିଗ୍ ପର୍ୟ୍ୟାୟରେ ଅଧିକାଂଶ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିଲାନି ଏବଂ ପରେ ଯେବେ ସୁଯୋଗ ମିଳିଲା ସେ କିଛି ଭଲ ପ୍ରଦର୍ଶନ କରିପାରିଲେ ନାହିଁ । ଦିନେଶ କାର୍ତ୍ତିକ ବିଶ୍ୱକପ ସମୟରେ ମାତ୍ର ୧୪ ରନ୍ ହିଁ କରିପାରିଛନ୍ତି । ତାଙ୍କ ପ୍ରଦର୍ଶନ ଏତେ ଖାସ୍ ନାହିଁ ଯେ ତାଙ୍କୁ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ଭାରତୀୟ ଟିମରେ ସାମିଲ କରାଯିବ ।

କେଦାର ଯାଦବଙ୍କୁ ବିଶ୍ୱ କପରେ ସମୟରେ ଅନେକ ସୁଯୋଗ ମିଳିଲା । କିନ୍ତୁ ସେ ମାତ୍ର ଆଫଗାନିସ୍ଥାନ ବିରୁଦ୍ଧରେ ମ୍ୟାଚରେ ଅର୍ଦ୍ଧଶତକ କରିପାରିଲେ । ଅନ୍ଯ ମ୍ୟାଚ୍ ଗୁଡିକରେ ସେ ଏମିତି କିଛି କରିପାରିଲେନି ୟାହାକୁ ନେଇ ଚୟନକର୍ତ୍ତା ତାଙ୍କୁ ୱେଷ୍ଟଇଣ୍ଡିଜ୍ ଗସ୍ତ ସମ୍ପର୍କରେ ଚିନ୍ତା କରିବେ । କେଦାର ଯାଦବ ବୋଲିଂରେ ମଧ୍ଯ କିଛି ଜଲୱା ଦେଖାଇପାରିଲେନି । ଏଥିପାଇଁ କୁହାଯାଉଛି ଯେ କୃଣାଳ ପାଣ୍ଡ୍ୟା ତାଙ୍କ ବଦଳରେ ଭଲ ବିକଳ୍ପ ହୋଇପାରିବେ ।

ବିଶ୍ୱକପରେ କୁଲଦୀପ ଯାଦବଙ୍କ ପ୍ରଦର୍ଶନ ମଧ୍ଯ କିଛି ଖାସ ନଥିଲା । ଆଇପିଏଲରେ ଅତ୍ଯନ୍ତ ନିରାଶଜନକ ପ୍ରଦର୍ଶନ ପରେ ମଧ୍ଯ ତାଙ୍କୁ ବିଶ୍ୱକପ ୨୦୧୯ରେ ଭାରତୀୟ ଟିମରେ ଚୟନ କରାଯାଇଥିଲା । କିନ୍ତୁ ସେ ନିଜ ବୋଲିଂର ଛାପ ଛାଡିବାରେ ସଫଳ ହୋଇପାରିଲେନି । ତାଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଶେଷରେ ମ୍ଯାଚରେ ତାଙ୍କ ବଦଳରେ ରବିନ୍ଦ୍ର ଜାଡେଜାଙ୍କୁ ସୁଯୋଗ ଦିଆଗଲା । ଏବଂ ଜଡେଜା ନିଜକୁ ଭଲ ରୂପେ ସାବ୍ଯସ୍ତ କରିବାରେ ସଫଳ ମଧ୍ୟ ହେବ । ଏଥିପାଇଁ ଅନୁମାନ କରାଯାଉଛି କୁଲଦୀପ ଯାଦବଙ୍କୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ହେବାକୁ ଥିବା ସିରିଜରେ ଭାରତୀୟ ଟିମରୁ ବାହାର କରାଯାଇପାରେ ।

ସମ୍ବନ୍ଧିତ ଖବର