ନୂଆଦିଲ୍ଲୀ, ୩୦/ ୦୧: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମିତ ହେଉଛି ଭବ୍ୟ ରାମ ମନ୍ଦିର। ଏଥିପାଇଁ ସମଗ୍ର ଦେଶରେ ନିଧି ସଂଗ୍ରହ ଅଭିଯାନ ଚାଲିଛି। ଏହାରି ମଧ୍ୟରେ ହିନ୍ଦୁ ସଙ୍ଗଠନର ତିନି ଜଣ କାର୍ଯ୍ୟକର୍ତ୍ତା ଆକ୍ରମଣର ଶିକାର ହୋଇଛନ୍ତି। ଶୁକ୍ରବାର ଦିନ କର୍ଣ୍ଣାଟକର ରାଜଧାନୀ ବେଙ୍ଗଲୁରୁରେ ତିନି ଜଣ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ରହିଛି।
ହିନ୍ଦୁ ସଙ୍ଗଠନର କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ତିନି ଜଣ ମନ୍ଦିର ପାଇଁ ନିଧି ସଂଗ୍ରହ କରିବା ପାଇଁ ଗୁରପାନାପାଳୟା ଗସ୍ତ କରିଥିଲେ। ସେ ଯେଉଁ ଗାଡ଼ିରେ ଯାତ୍ରା କରିଥିଲେ ସେହି ଗାଡ଼ିରେ ଉପରେ ଭଗବାନ ରାମଙ୍କ ପୋଷ୍ଟର ଲାଗିଥିଲା। କାର୍ଯ୍ୟକର୍ତ୍ତା ମାନେ ଯେତେବେଳେ ପେଟ୍ରୋଲ ଟାଙ୍କରେ ପେଟ୍ରୋଲ ପକାଇବାକୁ ଯାଇଥିଲେ। ସେତେବେଳେ କିଛ ଲୋକ ତାଙ୍କମାନଙ୍କ ଉପରେ ଆକ୍ରମଣ କରିିଥିଲେ।
ଜାତୀୟ ଗଣମାଧ୍ୟମ ନ୍ୟୁଜ୍ ୧୮ରେ ପ୍ରସାରିତ ଖବର ମୁତାବିକ, ଆହତ ହୋଇଥିବା ଜଣେ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ୪ ରୁ ୫ ଜଣ ସ୍ଥାନୀୟ ଲୋକ ଅଟକାଇଥିଲେ। ତାପରେ ଦୁଇ ଗ୍ରୁପ୍ ମଧ୍ୟରେ କଥା ବଚସା ହୋଇଥିଲା। ପରେ ପରସ୍ଥିତି ବଦଳି ଗଲା। ଯାହାଫଳରେ ଦୁଇ ଗ୍ରୁପ୍ ପକ୍ଷରୁ ପଥର ଫିଙ୍ଗାଫିଙ୍ଗି ହୋଇଥିଲେ। କିଛି ସମୟ ପରେ ଏହି ମାମଲାରେ ଗ୍ରାମବାସୀ ମାନେ ହସ୍ତକ୍ଷେପ କରିବାରୁ ମାମଲା ଥଣ୍ଡା ପଡ଼ିଥିଲା।
ଅନ୍ୟପଟେ ଦକ୍ଷିଣ ବେଙ୍ଗାଲୁରୁର ବିଜେପି ମହାସଚିବ ଭି ସୁଦର୍ଶନ କହିଛନ୍ତି ଯେ, ବିଗତ ୧୫ ଦିନ ହଲା କାର୍ଯ୍ୟକର୍ତ୍ତା ମାନେ ଘର ଘର ବୁଲି ନିଧିସଂଗ୍ରହ କରୁଛନ୍ତି। ଆମ କାର୍ଯ୍ୟକର୍ତ୍ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆମେ ଆଦୌ ଗ୍ରହଣ ଯୋଗ୍ୟ ନୂହେଁ ବୋଲୀ ସୁଦର୍ଶନ କହିଛନ୍ତି। ।