PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ତିନି ବର୍ଷର ପୁଅ ସହିତ ଅଶ୍ଳୀଳ କାରବାର କରୁଥିଲା ନିଜ ମା’, ଭିଡ଼ିଓ କଲ୍ରୁ ଖୋଲିଲା ଗୁମର

Man secretly watching porn sites at night.

ବୟସ ମାତ୍ର ତିନି ବର୍ଷ। ନା ଭଲରେ କହିବା ଶିଖିଛି ନା ଚିହ୍ନିବା ଶିଖିଛି। ଏହି ତିନି ବର୍ଷ ବୟସର ଜନ୍ମ କଲା ପୁଅ ସହିତ ଅଶ୍ଳୀଳ କାରବାର କରୁଥିଲା ନିଜ ମା। ଜିରକପୁର ପୁଲିସ ଏବେ ପିଓସିଏସଓ ଧାରା ଆଧାରରେ ମାମଲା ରୁଜୁ କରିଛି।

ମିଳିଥିବା ସୂଚନାନୁସାରେ, ଜାଳନ୍ଧରରେ ରହୁଥିବା ଏକ ବ୍ୟକ୍ତି କିଛି ମାସ ପୂର୍ବରୁ ପୁଲିସକୁ ଅଭିଯୋଗ କରିଥିଲେ କି ଜିରକପୁରରେ ରହୁଥିବା ତାଙ୍କ ସ୍ତ୍ରୀ ତିନି ବର୍ଷ ବୟସ ପୁଅ ସହିତ ଅଶ୍ଳୀଳ କାରବାର କରୁଛନ୍ତି। ମାତ୍ର ପୁଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ବ୍ୟକ୍ତି ଜଣକ କୋର୍ଟରେ ଦ୍ବାରସ୍ତ ହୋଇଥିଲେ। କୋର୍ଟରେ କେସ ସହିତ କିଛି ଭିଡ଼ିଓ ମଧ୍ୟ ଦେଖାଇଥିଲେ।

ବ୍ୟକ୍ତି ଜଣଙ୍କ କହିବାନୁସାରେ, ତାଙ୍କ ବିବାହ ୨୦୧୫ ମସିହାରେ ହୋଇଥିଲା। ଏହା ତାଙ୍କର ଦ୍ବିତୀୟ ବିବାହ। ବିବାହ ପରେ ସ୍ବାମୀ ବେଙ୍ଗାଲୁରୁରେ ରହୁଥିଲେ। ଆଉ ତାଙ୍କ ସ୍ତ୍ରୀ ବାପାଘରେ ରହୁଥିଲେ। ୨୦୧୬ରେ ପ୍ରଥମ ପୁତ୍ର ସନ୍ତାନ ଜନ୍ମ କରିଥିଲେ। ଜନ୍ମ ହେବା ପରଠାରୁ ହିଁ ସେ କାହାରିକୁ ଦେଖାଇବାକୁ ଦିଅନ୍ତି ନାହିଁ। ଯେତେବେଳେ ବି ସ୍ବାମୀଙ୍କ ସହ ଭିଡ଼ିଓ କଲରେ କଥା ହେଉଥିଲା ତାଙ୍କ ସାମ୍ନାରେ ହିଁ ପୁଅ ସହିତ ଅଶ୍ଳୀଳ ବ୍ୟବହାର କରୁଥିଲା। ବ୍ୟକ୍ତି ଜଣକ କୋର୍ଟ​‌ରେ ପୁଅ ସହିତ ମାର ଅଶ୍ଳୀଳ ଫଟୋ ଦେବା ସହିତ ଏହି କଥା ବି କହିଛନ୍ତି ​‌ଯେ, ତାଙ୍କ ସ୍ତ୍ରୀ ଅଶ୍ଳୀଳ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ସେୟାର କରୁଥିଲା। ଯେଉଁ ଆଧାରରେ ସୁପ୍ରିମ କୋର୍ଟ ଦ୍ବାରା ପିଓସିଏସଓ ଧାରା ଆଧାରରେ ସ୍ତ୍ରୀ ନାଁରେ ମାମଳା ରୁଜୁ ହୋଇଛି। ଡିଏସପି ସ୍ତରର ଅଧିକାରୀ ଏହାର ଯାଞ୍ଚ କରିବେ ବୋଲି ସୂଚନା ମିଳିଛି।