ନ୍ୟୁୟର୍କ, ୪/୭ : ଆମେରିକାର ନ୍ୟୁୟର୍କ ସହରରେ ଥିବା ଜାତିସଂଘ ଅଫିସ ବାହାରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ନିଜକୁ ଜାଳି ଦେଇଛନ୍ତି । ତାଙ୍କ ନାମ ରୋବଙ୍ଗା ଲାଙ୍ଗଜେନ୍। ସେ ଗତ ୨୦ ବର୍ଷ ହେଲା ଆମେରିକାରେ ରହୁଥିଲେ ବୋଲି କୁହାଯାଉଛି। ସେ ବୌଦ୍ଧଭିକ୍ଷୁ ବେଶରେ ସେଠାକୁ ଆସିଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି କି ସେ ଜାତିସଂଘ ଅଫିସ ସମ୍ମୁଖ ଫୁଟପାଥ ଉପରକୁ ଆସିଥିଲେ । ସେଠାରେ ତିବ୍ଦତ ଜାତୀୟ ପତାକା ରଖିଥିଲେ । ଏହା ପରେ ନିଜ ସାଙ୍ଗରେ ଆଣିଥିବା କୌଣସି ଜ୍ୱଳନଶୀଳ ପଦାର୍ଥ ଢ଼ାଳି ହୋଇ ନିଆଁ ଲଗାଇ ଦେଇଥିଲେ । ପୁଲିସ ସେଠାରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନେଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ପୁଲିସ ତାଙ୍କ ପାଖରୁ କିଛି କାଗଜପତ୍ର ଜବତ କରିଛି । ସେଥିରେ ସେ ତିବ୍ବତକୁ ସମର୍ଥନ ଜଣାଇ କିଛି ଲେଖିଥିବା ଦେଖାଯାଇଛି । ତେବେ ଏହି ଘଟଣା ଘଟିବା ସମୟରେ ଜାତିସଂଘର ବୈଠକ ଶେଷ ହୋଇଯାଇଥିଲା। ତେଣୁ ଅଫିସ୍ କାର୍ଯ୍ୟରେ ଏହାର କୌଣସି ପ୍ରଭାବ ପଡିନାହିଁ । ତିବ୍ବତ ଉପରେ ଚୀନ୍ର ଅବୈଧ କବ୍ଜାକୁ ବିରୋଧ କରି ଗତ ୨୦୦୯ରୁ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ତିବ୍ଦତୀୟ ବ ନାଗରିକ ଆତ୍ମଦାହ କରିସାରିଲେଣି । ସେମାନଙ୍କ ମଧ୍ୟରେ ବୌଦ୍ଧଭିକ୍ଷୁ, ସାଧ୍ୱୀ, ଛାତ୍ର, ଚାଷୀ ଓ ସାଧାରଣ ନାଗରିକ ସାମିଲ ଅଛନ୍ତି।
ଆହୁରି ପଢନ୍ତୁ-ପ୍ରବଳ ଗରମରୁ ଫ୍ରାନ୍ସରେ ଅଣାୟତ୍ତ ମୃତ୍ୟୁ ସଂଖ୍ୟା , ଶବଦାହ ପାଇଁ ମିଳୁନି ସ୍ଥାନ
ରଥଯାତ୍ରା ସମୟରେ ଅନଲାଇନରେ ରୁମ୍ ବୁକ୍ କରିବା ପୂର୍ବରୁ ଜାଣି ରଖନ୍ତୁ