ମାଲକାନଗିରି,୧୫।୬ : ମାଓ ବିରୋଧି ଅପରେସନ ବେଳେ ମାଲକାନଗିରି ପୋଲିସକୁ ମିଳିଲା ପୁଣି ବଡ ସଫଳତା । ପଡିଆ ଥାନା ଅନ୍ତର୍ଗତ ସିଲାକୋଟା ଜଙ୍ଗଲରୁ ମିଳିଲା ବଡ ଧରଣର ମାଓ ଡମ୍ପ । ମାଓ ଡମ୍ପରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
ଜବତ ମାଓ ସାମଗ୍ରୀ ମଧ୍ୟରେ ରହିଛି ୩ ଟି କାରବାଇନ ବନ୍ଧୁକ, ଗୋଟିଏ ଦେଶି ବନ୍ଧୁକ, ଗୋଟିଏ ପିସ୍ତଲ, ୨୦ଟି ରକେଟ ଲଞ୍ଚର,୩ ଟି ଗ୍ରନେଡ ଲଞ୍ଚର, ୨ ଟି ଅଫୁଟା ଲ୍ୟାଣ୍ଡମାଇନ, ବନ୍ଧୁକ ତିଆରି ଯନ୍ତ୍ର ପାତି ସହ ସୋଲାର ପେନାଲ, ଲେଦ ମେସିନ ଓ ୱେଲଡିଙ୍ଗ ମେସିନ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଡିଭିଏଫ୍ ଯବାନଙ୍କ ତଲାସୀ ଅଭିଯାନ ବେଳେ ଏହି ସଫଳତା ମିଳିଥିବା ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ବିନୋଦ ପାଟିଲ ।
ଆହୁରି ପଢନ୍ତୁ : ଘର ବାଡିପଟୁ ମିଳିଲା ଯୁବତୀଙ୍କ ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ