ମାଲକାନଗିରି, ୨୦।୬ : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଭାଲୁକୁ ପିଟି ମାରିବା ଘଟଣାରେ ୫ ଜଣଙ୍କୁଗିରଫ କରିଛି ବନ ବିଭାଗ । ଗତ ୧୭ ତାରିଖ ଦିନ ମାଥିଲି ବନାଞ୍ଚଳ ଅନ୍ତର୍ଗତ ଡାଇଗୁଡା ଗ୍ରାମ ନିକଟରେ ଏକ ଜଙ୍ଗଲି ଭାଲୁ ରାସ୍ତା ପାରି ହେଉଥିବା ସମୟରେ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲା । ଲୋକଙ୍କ ଠେଙ୍ଗା ବାଡି ଓ ପଥର ମାଡରେ ଭାଲୁଟି ଗୁରୁତର ଭାବେ ଆହତ ହୋଇଥିଲା।
ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଉଦ୍ଧାର କରି ଚିକିତ୍ସା ଆରମ୍ଭ ଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଭାଲୁଟିର ମୃତ୍ୟୁ ହୋଇଥିଲା। ଏହା ପରେ ବନବିଭାଗ ତଦନ୍ତ କରି ପାଞ୍ଚ ଜଣଙ୍କୁଗିରଫ କରି କୋର୍ଟ ଚାଲାଣ କରିଛି । ବନ୍ୟ ଜନ୍ତୁ ସୁରକ୍ଷା ଆଇନ ବଳୟରେ ଏମାନଙ୍କୁ ଗିରଫ କରାଯାଇଛି ବୋଲି ମାଲକାନଗିରି ଡିଏଫଓ କହିଛନ୍ତି।
ଆହୁରି ପଢନ୍ତୁ : ଏସଆଇଆର ପ୍ରସଙ୍ଗରେ ସିଇଓଙ୍କୁ ଭେଟିଲେ ବିଜେଡ଼ି ଟିମ୍, ତ୍ରୁଟି ସମ୍ପର୍କରେ କଲେ ଅବଗତ