PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

୨୬ରୁ ବାରବାଟୀ​‌ରେ ଲିଜେଣ୍ଡସ ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ୨୩ରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି

କଟକ,୨୨/୦୯: ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ୨୬ରୁ ଲିଜେଣ୍ଡସ ଲିଗ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତିନୋଟି ମ୍ୟାଚ ଖେଳାଯିବ । ଏନେଇ ଆସନ୍ତା ୨୩ ତାରିଖରୁ ଅଫଲାଇନ୍‌ ଟିକେଟ ବିକ୍ରି କରାଯିବ ବୋଲି ଆୟୋଜକ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ଟିକେଟ କାଉଣ୍ଟର ଗୁଡିକୁ ଖୋଲିବା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଚାଲିଛି ।

ଅନ୍ୟପକ୍ଷରେ ଲିଜେଣ୍ଡସ ଲିଗ୍‌ କ୍ରିକେଟର ଅଫିସିଆଲ ଷ୍ଟାଫ୍‌ ବୁଧବାର କଟକରେ ପହଞ୍ଚିଛନ୍ତି । ଓସିଏ କାର୍ଯ୍ୟାଳୟରେ ସନ୍ଧ୍ୟାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଓସିଏର ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି । ବିଶେଷକରି କାଉଣ୍ଟର ଟିକେଟ ବିକ୍ରି ଦିଗରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଦର୍ଶକଙ୍କ ଉତ୍କଣ୍ଠା ଆଶାନୁରୂପ କମ୍‌ ଥିବା ହେତୁ କେତେ ସଂଖ୍ୟକ ଟିକେଟ କାଉଣ୍ଟରକୁ ଯିବ ତାହାକୁ ନେଇ ଆଲୋଚନା କରାଯାଇଥିଲା । ଗୁରୁବାର ଏ ସଂକ୍ରାନ୍ତରେ ସ୍ପଷ୍ଟ ଘୋଷଣା କରାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।

ଅନ୍ତର୍ଜାତୀୟ ମ୍ୟାଚ୍‌ ତୁଳନାରେ ଟିକେଟ ଦର ଯଥେଷ୍ଟ କମ୍‌ ରହିଛି । ଗ୍ୟାଲେରୀ ନଂ-୨ ଓ ୪ର ଟିକେଟ ମୂଲ୍ୟ ୩୫୦ ଟଙ୍କା ଥିବା ବେଳେ କ୍ଲବ୍‌ ହାଉସ୍‌ ପ୍ରଥମ ମହଲା ଟିକଟ ମୂଲ୍ୟ ୮୫୦ ଟଙ୍କା ଓ କର୍ପୋରେଟ ବକ୍ସ ଟିକଟ ମୂଲ୍ୟ ୪,୮୦୦ ଟଙ୍କା ଅଛି ।