କାର୍ରେ ବସୁଥିବା ବେଳେ ମହିଳାଙ୍କୁ ଝାମ୍ପିନେଲା ବାଘ, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ ୦୧/ ୧୧: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ ତ ଆଉ କିଛି ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠେ । ଆଉ କିଛି ଭିଡିଓ ଦେଖିଲେ ଛାତି ଥରିଉଠେ । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଗୋଟିଏ ବାଘ ମହିଳାଙ୍କୁ ଘୋଷାଡି ନେଇ ଜଙ୍ଗଲ ମଧ୍ୟକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି ।
ହୃଦୟ ବିଦାରକ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଙ୍ଗଲୀ ରାସ୍ତାରେ ଏକ କାର୍ ଛିଡା ହେଉଛି । ଜଣେ ମହିଳା କାର୍ ଭିତରୁ ବାହାରି ଆରପଟକୁ ଯାଉଛନ୍ତି । ଡୋର୍ ଖୋଲି ଆର ପଟକୁ ଯାଉଥିବା ବେଳେ ହଠାତ୍ ଗୋଟିଲ ବାଘ ଜଙ୍ଗଲ ଭିତରୁ ଆସି ମହିଳାଙ୍କୁ ଝାମ୍ପ ମାରୁଛି । ମହିଳା ଜଣକ ନିଜକୁ ରକ୍ଷା କରିବାକୁ ବହୁ ଚେଷ୍ଟା କରୁଛନ୍ତି । କିନ୍ତୁ ବାଘର ପଞ୍ଝା ଆଗରେ ହାର୍ ମାନୁଛନ୍ତି ମହିଳା। ଚାହୁଁଚାହୁଁ ଜଙ୍ଗଲ ଭିତରକୁ ଟାଣିନେଉଛି ବାଘ ।
କାର୍ ଭିତରେ ଥିବା ତାଙ୍କର କିଛି ସମ୍ପର୍କୀୟ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ଫେଲ୍ ମାରିଥିଲେ । ଅବଶ୍ୟ ଭିଡିଓଟି ପୁରୁଣା ଏବଂ ଏହା ଚୀନର । କିନ୍ତୁ ଏବେ ତାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।