ଝାଙ୍କିରିକାରିଲି ଗାଁ ପାହାଡ଼ରେ ମାତିଛି ମହାବଳ, ପୁଣି ଏକ ଛେଳିକୁ ମାରି ଖାଇଲା ବାଘ

ନାରାୟଣପାଟଣା, ୩୦/୧୧ : କୋରାପୁଟ ଜିଲ୍ଲା ସୀମାନ୍ତ ବନ୍ଧୁଗାଁ ବ୍ଲକ ଝାଙ୍କିରିକାରିଲି ଗାଁ ପାହାଡ଼ରେ ମାତିଛି ମହାବଳ। ସିସିଟିଭିରେ କଏଦ ହେଲା ଆନ୍ଧ୍ର ସୀମାନ୍ତରେ ଏକ ଛେଳିକୁ ମାରି ଖାଇବା ବେଳର ଦୃଶ୍ୟ। ଏହା ପୂର୍ବରୁ ଏହି ମହାବଳ ବାଘ ଏକ ବଳଦକୁ ମାରି ଖାଇଥିଲା। ତେବେ ସିସିଟିଭିରେ ଏହି ଦୃଶ୍ୟ ରେକର୍ଡ ହେବା ପରେ ସ୍ଥାନୀୟ ଲୋକଙ୍କ ମନରେ ଛନକା ପଶିଛି। ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେପଟେ ବନ ବିଭାଗ ବାଘ ଉପରେ ନଜର ରଖିଛି। ଖୁବ୍ ଶୀଘ୍ର ବାଘକୁ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ କରୁଛ। ଡାକବାଜି ଯନ୍ତ୍ର ଦ୍ଵାରା ବନ ବିଭାଗ ଲୋକମାନଙ୍କୁ ସଚେତନ କରୁଛି।
