PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଆଜି ପାଳନ ହେବ ବାଘ୍ର ଦିବସ; ଭାରତରେ ବାଘ ସଂଖ୍ୟାରେ ୨୦% ବୃଦ୍ଧି

ନୂଆଦିଲ୍ଲୀ,୨୯/୦୭(ଏଜେନ୍ସି): ଭାରତରେ ବାଘ ସଂଖ୍ୟାରେ ଆଶାତୀତ ବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୧୪ରେ କରାଯାଇଥିବା ବ୍ୟାଘ୍ର ଗଣନା ଅନୁଯାୟୀ, ଦେଶରେ ସମୁଦାୟ ୨୨୨୬ଟି ବାଘ ଥିଲାବେଳେ ଏବେ ଏହା ବୃଦ୍ଧି ପାଇ ପ୍ରାୟ ୨୬୦୦ରେ ପହଞ୍ଚିଛି । ଅର୍ଥାତ ଏହି ସମୟ ମଧ୍ୟରେ ଦେଶରେ ୪୦୦ଟି(୨୦୧୪ ତୁଳନାରେ ୨୦% ଅଧିକ) ନୂଆ ବାଘ ଜନ୍ମ ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିଶ୍ୱ ବ୍ୟାଘ୍ର ଦିବସ ପାଳନ ଅବସରରେ ଏ ସମ୍ପର୍କିତ ଘୋଷଣା କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ‘ଅଲ ଇଣ୍ଡିଆ ଟାଇଗର ଏଷ୍ଟିମେସନ ରିପୋର୍ଟ-୨୦୧୮’ ଜାରି କରିବେ । ୨୦୦୬ରେ ‘ପ୍ରୋଜେକ୍ଟ ଟାଇଗର’ର ପୁନର୍ଗଠନ ପରେ ଚତୁର୍ଥ ଥର ପାଇଁ ଦେଶରେ ବ୍ୟାଘ୍ର ଗଣନା କରାଯାଇଛି ।