ଭୁବନେଶ୍ବର,୨୬।୧୦ : ସୋନପୁର ଥାନା ଅଧୀନ ସୋନପୁର-ବରପାଲି ରାସ୍ତାର ଅଜୁନପୁର ଛକରେ ଏସଟିଏଫ ଟିମ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲାର ଟୁନି ଖମାର ଗ୍ରାମର ପ୍ରକାଶ କହ୍ନର ଓ ବୁଢୀଖମାର ଗ୍ରାମର ରଞ୍ଜୀତ ଭୋକ୍ତା। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏକ ବ୍ୟାଗରେ ବାଘଛାଲ ରଖି ସେମାନେ ଯାଉଥିବା ବେଳେ ଏସଟିଏଫ ଟିମ ଖବର ପାଇ ଚଢାଉ କରିଥିଲେ।