କନ୍ଧମାଳ, ୫।୪ : କନ୍ଧମାଳ ଜିଲ୍ଲା ଟିକାବାଲି ବନାଞ୍ଚଳ ଅଧୀନରେ ଥିବା ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ପଞ୍ଚାୟତ ରିଙ୍ଗିବାଡ଼ି ଗ୍ରାମ ନିକଟରେ ବନ ବିଭାଗ ଚଢାଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି। ବାଘଛାଲର ଲମ୍ବ ୧୬୮ ସେଣ୍ଟିମିଟର । ଏହାକୁ ବିକ୍ରି କରିବା ଅଭିଯୋଗରେ ରିଙ୍ଗିବାଡ଼ି ଗ୍ରାମ ପଙ୍କଜ କହଁରକୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।
ପଙ୍କଜ ବାଘଛାଲକୁ ବିକ୍ରି କରିବାକୁ ଆଣୁଥିବା ବେଳେ ଟିକାବାଲି ବନ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲେ। ତାହା ନିକଟରୁ ବାଘଛାଲ ଜବତ କରିଥିଲେ । ଏନେଇ ଏକ ମାମଲା ରୁଜୁ ହୋଇଥିବା ନେଇ ବନାଞ୍ଚଳ ଅଧିକାରୀ ରଶ୍ମିରଂଜନ ସ୍ବାଇଁ ସୂଚନା ଦେଇଛନ୍ତି ।