ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିଚ୍‌ ପାର୍କିଂ ଟେଣ୍ଡରକୁ ନେଇ ଏନ୍‌ଏସି କାର୍ଯ୍ୟାଳୟରେ କଡା ସୁରକ୍ଷା

Published By : Harapriya Sethi | June 2, 2025 2:47 PM

ଗୋପାଳପୁର,୦୨/୦୬: ଗୋପାଳପୁର ଏନ୍‌ଏସିରେ ଲାଗି ରହିଥିବା ବିଚ୍‌ ପାର୍କିଂ ଟେଣ୍ଡର ୨ ଥର ବାତିଲ ହେବା ପରେ ଗତ ମାସ ୧୯ ତାରିଖରେ ଟେଣ୍ଡର ବିଜ୍ଞପ୍ତି ପ୍ରକାରେ ଆଜି ଟେଣ୍ଡର ବକ୍ସ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ୨୯ ତାରିଖ ସୁଦ୍ଧା ୩ ଜଣ ଆବେଦନ ଫର୍ମ କିଣିବା ସହ ଆବେଦନ କରିଥିଲେ। ଶେଷ ତାରିଖରେ ଫର୍ମ କିଣିବାକୁ ଆସିଥିଲେ ମଧ୍ୟ ଫର୍ମ ଦେଇ ନ ଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଓ କୌଣସି କାରଣରୁ ୩୦ ତାରିଖ ଟେଣ୍ଡର ଖୋଲା ଯିବାକୁ ବାତିଲ କରି ଆଜି ଖୋଲିବା ପାଇଁ ନୋଟିସ ଜାରି ହୋଇଥିଲା। 

ଇତି ମଧ୍ୟରେ କାଉନସିଲ ବୈଠକରେ ଟେଣ୍ଡର ବାତିଲ,୨୯ ତାରିଖ ସୁଦ୍ଧା ଆବେଦନ କରିଥିବା ଟେଣ୍ଡର ଧାରି ଏବଂ ଶେଷ ତାରିଖରେ ଫର୍ମ ପାଇନଥିବା ଲୋକଙ୍କ ଗହଳିକୁ ନଜରରେ ରଖି ଆଜି ଏନ୍‌ଏସି କାର୍ଯ୍ୟାଳୟରେ ପୁଲିସ ମୁତୟନ ହୋଇଛନ୍ତି । ସୋମବାର ଅପରାହ୍ନ ୩ ଟାରେ ଟେଣ୍ଡର ବକ୍ସ ଖୋଲିବ ନା ନାହିଁ ତାହା ଜଣାପଡ଼ିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.