ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଧୁଆଁ ସାଜିଲା କାଳ, ଅଣନିଶ୍ୱାସୀ ହୋଇ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

Published By : Bijay Swain | January 18, 2025 12:31 PM

image courtesy: unified

ନୂଆଦିଲ୍ଲୀ: ଥଣ୍ଡାରୁ ରକ୍ଷା ପାଇବା ପାଇଁ ଘରେ ନିଆଁ ଜାଳିଥିଲେ। ହେଲେ କିଏ ଜାଣିଥିଲା ଥଣ୍ଡାରୁ ବଞ୍ଚିବା ପାଇଁ ଲଗାଯାଇଥିବା ନିଆଁ ମୃତ୍ୟୁର କାରଣ ସାଜିବ ବୋଲି। ତେବେ ଉତ୍ତରାଖଣ୍ଡର ଏକ ଗାଁରେ ଦୁଇଜଣ ସ୍ୱାମି ସ୍ତ୍ରୀ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଜାଳିଥିବା ନିଆଁ ଯୋଗୁ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି। 

ଭିଲାନଗନା ଅଞ୍ଚଳର ଥିବା ଦ୍ୱାରି-ଥାଲପା ଗାଁରେ ଗତ ଗୁରିବାର ଦିନ ରାତିରେ କିଛି ଏମିତି ଘଟିଛି। ମୃତ ଦୁଇ ଦମ୍ପତ୍ତିଙ୍କ ନାମ ମଦନ ମୋହନ ସେମୱାଲ ଓ ତାଙ୍କ ପତ୍ନୀ ଯଶୋଦା ଦେବୀ ବୋଲି ଜଣାପଡିଛି। ଉଭୟ ଦମ୍ପତ୍ତି ଗାଁରେ ହେଉଥିବା ନିଜ ସମ୍ପର୍କିୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ବେଳେ କିଛି ଏପରି ଘଟିଛି।

ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ଦମ୍ପତ୍ତି ଦ୍ୱୟ ନିଜ ଶୋଇବା ଘରେ ନିଆଁ ଜାଲି ଶୋଇଥିଲେ। ତେବେ ଅଜାଣତରେ ଉଭୟେ ଘରର କବାଟ ବନ୍ଧ କରିଦେଇଥିଲେ। ଯେଉଁଥିପାଇଁ ଅଣନିଶ୍ୱାସୀ ହୋଇ ଉଭୟ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି। ତେବେ ଶୁକ୍ରବାର ସକାଳେ ସେମାନଙ୍କ ପୁଅ ସେମାନଙ୍କୁ ଡାକିବାକୁ କବାଟ ବାଡେଇବାରୁ ବିତରୁ କେହି କବାଟ ଖୋଲିନଥିଲେ। 

ଭିତରୁ କୌଣସି ପ୍ରତିକ୍ରିୟା ନମିଳିବାରୁ ତାଙ୍କ ପୁଅ ସ୍ଥାନିୟ ଲୋକଙ୍କ ସହାୟତାରେ ଘରର କବାଟ ଭାଙ୍ଗିଥିଲେ। ତେବେ କବାଟ ଭାଙ୍ଗିବା ପରେ ଉଭୟ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ତେବେ ସ୍ଥାନିୟ ଲୋକ ଏ ସଂକ୍ରାନ୍ତରେ ପୋଲିସକୁ ଖବର ନଦେଇ ମୃତ ଶରୀର ଗୁଡିକର ଅନ୍ତିମ ସଂସ୍କାର କରିଦେଇଥିଲେ। 

ସେମୱାଲ ସ୍ଥାନୀୟ ସରକାରୀ ଇଣ୍ଟର କଲେଜରେ କିରାମୀ ଭାବେ କାମ କରୁଥିଲେ। କଲେଜ ଅଧ୍ୟକ୍ଷଙ୍କ ନିକଟରେ ଏ ସଂକ୍ରାନ୍ତିୟ ଖବର ପହଞ୍ଚିବା ପରେ ସେ ଏନେଇ ସ୍ଥାନିୟ ପ୍ରଶାସନ ସହ ପୋଲିସକୁ ଜଣାଇଥିଲେ ବୋଲି ସ୍ଥାନିୟ ପ୍ରଶାସନ ସୂଚନା ପ୍ରଦାନ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.