PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

୧୫ ତାରିଖରୁ ହୋଇଥିଲା ପ୍ରତିଶୋଧର ପ୍ଲାନ୍, ଜାଣନ୍ତୁ ‘ସର୍ଜିକାଲ ଷ୍ଟ୍ରାଇକ୍-୨’ର ସମ୍ପୂର୍ଣ୍ଣ ବିବରଣୀ

ନୁଆଦିଲ୍ଲୀ ୨୬/୨: ପୁଲୱାମା ଆକ୍ରମଣ ପରେ ସାରା ଭାରତବାସୀଙ୍କ ମୁହଁରେ ଥିଲା ଗୋଟିଏ ଶବ୍ଦ, ‘ପ୍ରତିଶୋଧ’ । ୨୬ ତାରିଖ ରାତି ୩.୩୦ମିନିଟ୍ । ସମସ୍ତେ ନିଶ୍ଚିତରେ ଗଭୀର ନିଦ୍ରାରେ ଶୋଇଛନ୍ତି । ଭାରତୀୟ ବାୟୁସେନା ପିଓକେରେ ଆକ୍ରମଣ ଆରମ୍ଭ କରିଦେଲା । ଜେଶ୍-ଏ-ମହମ୍ମଦର ଅନେକ ଆଡ୍ଡାସ୍ଥଳୀ ହେଲା ଧ୍ୱସଂ । ଏହାକୁ ସ୍ୱୀକାର ମଧ୍ଯ କଲା ପଡୋଶୀ ଶତ୍ରୁ ପାକିସ୍ତାନ । ଖାଲି ସେତିକି ନୁହେଁ, ଯେଉଁ ପାକିସ୍ତାନ ପୁଲୱାମା ଘଟଣା ପରେ ଭାରତକୁ ପ୍ରମାଣ ମାଗୁଥିଲା ଏବେ ସେ ନିଜେ ଭାରତକୁ ଭାରତୀୟ ବାୟୁସେନାର କାରନାମାର ପ୍ରମାଣ ମଧ୍ୟ ଦେଖାଉଛି । ପାକିସ୍ତାନ ଏହା ସ୍ୱୀକାର କରିଛି ଯେ ଭାରତୀୟ ବାୟୁସେନା ପିଓକେରେ ଆକ୍ରମଣ କରିଛି ଏବଂ ଏହା ମଧ୍ୟ କହିଛି ଏଥିରେ କିଛି କ୍ଷତି ହୋଇନି । ଏହା ସଫା ଜଣାପଡୁଛି ଆଜିର ଏହି ଆକ୍ରମଣ ପରେ ଆହୁରି ଭୟଭୀତ ହୋଇ ପଡିଛି ପାକିସ୍ତାନ ତଥାପି ଶତ୍ରୁର ମୁହଁ ଭାଙ୍ଗୁନି । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଏହି ‘ସର୍ଜିକାଲ ଷ୍ଟ୍ରାଇକ୍ ୨’ ର ସମ୍ପୂର୍ଣ୍ଣ ଟାଇମ୍ ଲାଇନ୍ । କେମିତି ହୋଇଥିଲା ପ୍ଲାନ୍ । ପୁଲୱାମା ଆକ୍ରମଣର ଠିକ୍ ପରେ….

୧୪ ଫେବୃୟାରୀ—ପୁଲୱାମାରେ ଆତଙ୍କୀ ଆକ୍ରମଣ ହେଲା । ୪୦ ରୁ ଅଧିକ ସିଆରପିଏଫ୍ ଯବାନ୍ ଶହୀଦ ହେଲେ । ସାରା ଦେଶରେ କ୍ରୋଧର ଅଗ୍ନି ବର୍ଷା ହେଲା ।

୧୫ ଫେବୃୟାରୀ—ସମୟ ସକାଳ ୯.୩୦ ମିନିଟ୍ । ଇଣ୍ଡିଆନ୍ ଏୟାର ଫୋର୍ସର ଚିଫ୍ ବିଏସ୍ ଧନଆ ଏହି ଆକ୍ରମଣର ଜବାବରେ ଏୟାର ଷ୍ଟ୍ରାଇକର ପ୍ରସ୍ତାବ ରଖିଲେ । ସରକାର ଗ୍ରୀନ୍ ସିଗନାଲ୍ ଦେଲେ ।

୧୬ ରୁ ୨୦ ଫେବୃୟାରୀ—ଏୟାରଫୋର୍ସ ଓ ଆର୍ମୀ ଆକାଶପଥରୁ ତଦାରଖ କଲେ ଏବଂ ନଜର ରଖିଲେ । ଆଖପାଖ ଅଞ୍ଚଳରେ ଡ୍ରୋନ୍ ସାହାଯ୍ଯରେ ତନ୍ନତନ୍ନ କରି ଖୋଜାଖୋଜି କରାଗଲା । ଏହା ନୋଟିସ୍ କରାଗଲା ଯେ କେଉଁଠି କେଉଁଠି ଆତଙ୍କୀଙ୍କ ଶିବିର ରହିଛି ।

୨୦ରୁ ୨୨ ଫେବୃୟାରୀ—ଇଣ୍ଡିଆନ୍ ଏୟାରଫୋର୍ସ ଓ ଇଣ୍ଟେଲିଜେନ୍ସ ବୈଠକ କଲେ । ଟାର୍ଗେଟ୍ ଟେବୁଲ ପ୍ରସ୍ତୁତ କରାଗଲା । କେଉଁଠି କେଉଁଠି ଆକ୍ରମଣ କରାଯାଇହେବ ସେଗୁଡିକର ତାଲିକା ପ୍ରସ୍ତୁତ ହେଲା ।

୨୧ ଫେବୃୟାରୀ—ଏନଏସଏ ଅଜିତ୍ ଡୋଭାଲଙ୍କ ସମ୍ମୁଖରେ ପ୍ରଜେଣ୍ଟେସନ୍ ଦିଆଗଲା ଯେ କେଉଁ କେଉଁ ସ୍ଥାନରେ ଷ୍ଟ୍ରାଇକ୍ କରାଯାଇପାରେ ।

୨୨ ଫେବୃୟାରୀ— ଇଣ୍ଡିଆନ୍ ଏୟାରଫୋର୍ସ ୧ ସ୍କ୍ୱାର୍ଡନ ‘ଟାଇଗର୍ସ’ ଓ ୭ ସ୍କ୍ୱାର୍ଡନ ‘ବ୍ଯାଟେଲ୍ ଆକ୍ସେସ୍’ଙ୍କୁ ଷ୍ଟ୍ରାଇକ୍ ମିସନ୍ ପାଇଁ ପ୍ରସ୍ତୁତ ରହିବା ପାଇଁ କୁହାଗଲା ।

୨୩ ଫେବୃୟାରୀ—୨ ମିରାଜ ସ୍କ୍ୱାର୍ଡନ ଏହି ମିଶନ୍ ପାଇଁ ୧୨ ଜେଟ୍ସ ପ୍ରସ୍ତୁତ କଲା । ଅର୍ଥାତ୍ ମିରାଜ ଆକ୍ରମଣ ପାଇଁ ଏକଦମ୍ ପ୍ରସ୍ତୁତ ହୋଇଗଲା କହିଲେ ଅତ୍ଯୁକ୍ତି ହେବନି ।

୨୪ ଫେବୃୟାରୀ—ମଧ୍ଯ ଭାରତର ଅନେକ ଭାଗରୁ ଟ୍ରାଏଲ ରନ୍ କରାଗଲା । ଏହି ଟ୍ରାଏଲ୍ ବଠିଣ୍ଡାର ଅର୍ଲୀ ୱାର୍ଣ୍ଣିଙ୍ଗ ଜେଟ୍ ଓ ଆଗ୍ରାର ମିଡ୍ ଏୟାର ରିଫ୍ୟୁଲର ସାହାଯ୍ଯର ଏହା କରାଗଲା ।

୨୫-୨୬ ଫେବୃୟାରୀ—ଷ୍ଟ୍ରାଇକ୍ ମିଶନକୁ ପୂରା ପ୍ରସ୍ତୁତି ସହିତ ରାତି ୩.୨୦ ମିନିଟରୁ ୩.୩୦ ମଧ୍ଯରେ ସଫଳ କରାଗଲା । । ୧୦ ମିନିଟ୍ ମଧ୍ଯରେ ୧୨ ମିରାଜ ବିମାନରୁ ୧୦୦୦ କିଲୋରୁ ଅଧିକ ବମ୍ ପକାଗଲା ।  

୨୬ ଫେବୃୟାରୀ– ସକାଳେ ଏନଏସଏ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପୂର୍ଣ୍ଣ ଅପରେସନର ସୂଚନା ଦେଲେ । ମିଡିଆକୁ ଏ ସମ୍ପର୍କରେ ସୂଚନା ଦିଆଗଲା ।

ସମ୍ବନ୍ଧିତ ଖବର