PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ବିରକ୍ତ ହେଲେ ଆଇଏଏସ୍‌ ଟିନା ଡାବି, ହସ୍ପିଟାଲର ଅବ୍ୟବସ୍ଥା ଦେଖି ଠିକାଦାରଙ୍କ ଉପରେ ବର୍ଷିଲେ

ajtak

ଜୈସଲମେର-  ରାଜସ୍ଥାନର ଜୈସଲମେରର କଲେକ୍ଟର ଟିନା ଡାବି ରବିବାର ଜବାହର ହସ୍ପିଟାଲର ଗସ୍ତରେ ଯାଇଥିଲେ ।  ସେଠାରେ ତାଙ୍କର ନିରୀକ୍ଷଣର ସୂଚନା ପୂର୍ବରୁ ହିଁ ହସ୍ପିଟାଲ ପ୍ରବନ୍ଧନଙ୍କୁ ମିଳିଯାଇ ଥିଲା । ଏହାକୁ ନେଇ ସବୁ କର୍ମଚାରୀ ତରବରରେ ସବୁ ବିଧି ବ୍ୟବସ୍ଥାକୁ ଠିକଠାକ୍‌ କରିବାରେ ଲାଗି ପଡ଼ିଥିଲେ । କିନ୍ତୁ ପରିଷ୍କାର ପରିଚ୍ଛନତାକୁ ଆଉ ଲୁଚାଇ ପାରିନଥିଲେ। ଏଥିରେ ହସ୍ପିଟାଲ ପ୍ରବନ୍ଧନର ପୋଲ୍‌ ଖୋଲି ଯାଇଥିଲା ଏବଂ କଲେକ୍ଟରଙ୍କ ଠାରୁ ତାଙ୍କୁ ତାଗିଦ୍‌ ଶୁଣିବାକୁ ପଡ଼ିଥିଲା ।

ଜୈସଲମେର ଜିଲ୍ଲା କଲେକ୍ଟର ଟିନା ଡାବି ହସ୍ପିଟାଲର ସଫେଇ ବ୍ୟବସ୍ଥା ଦେଖି ଅସନ୍ତୁଷ୍ଟ ହୋଇଥିଲେ । ସେ ହସ୍ପିଟାଲ ୱାର୍ଡ ଗୁଡ଼ିକର ଶୌଚାଳୟର ନିରୀକ୍ଷଣ କଲେ। ଏଠାରେ ଅପରିଷ୍କାର ଦେଖି ଠିକାଦାରଙ୍କୁ ଡାକି ଦିନରେ  ୩ଥର ସଫେଇ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏମିତି ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ ବରିଷ୍ଠ ଚିକିତ୍ସା ଅଧିକାରୀ ଡା. ଭି କେ ବର୍ମାଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ସେ ୱାର୍ଡର ଶୌଚାଳୟ ଗୁଡ଼ିକର ସଫେଇ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାନ୍ତୁ । ଏଥିପାଇଁ ପାରାମେଡିକାଲ ଷ୍ଟାଫ୍‌ ଏବଂ ଚିକିତ୍ସା ଅଧିକାରୀଙ୍କୁ ମଧ୍ୟ ମନିଟରିଂ ପାଇଁ କହିଥିଲେ ।

ଏହା ପରେ ଟିନା ଡାବି ମେଡିକାଲ ଏବଂ ସର୍ଜିକାଲ ସହ ହିଁ ପୋଷ୍ଟ ଅପରେଟିଭ୍‌ ୱାର୍ଡର ନିରୀକ୍ଷଣ କଲେ ଏବଂ ଭର୍ତ୍ତି ହୋଇଥିବା ରୋଗୀଙ୍କର ସୂଚନା ନେଇଥିଲେ । ତାଙ୍କର ଭଲମନ୍ଦ ବି ବିଝିଲେ । ସେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ୟୁନିଟ ସହ ହିଁ ପ୍ରସବ କକ୍ଷ , ନବଜାତ ଶିଶୁ ଆଇସିୟୁ , ପିଏନସି ୱାର୍ଡର ମଧ୍ୟ ପରିଦର୍ଶନ କଲେ ଏବଂ ଭଲ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବି ନିର୍ଦ୍ଦେଶ ଦେଲେ ।

କଲେକ୍ଟର ହସ୍ପିଟାଲର ଲାବରେଟୋରୀ ଟେଷ୍ଟିଂ ସେଣ୍ଟରର ବି ବୁଲି ଦେଖିଲେ । ଏଠାରେ ପ୍ରତିଦିନ କରାଯାଉ ଥିବା ଯାଞ୍ଚର ସୂଚନା ନେଲେ । ସେ ହସ୍ପିଟାଲ ପରିସରରେ ପରିଚାଳିତ ମୁଖ୍ୟମନ୍ତ୍ରୀ ଔଷଧ ବିତରଣ କେନ୍ଦ୍ରକୁ ବି ଦେଖିଲେ ।

ସମ୍ବନ୍ଧିତ ଖବର