PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସମ୍ପତ୍ତି ତାଲିକା ଜାରିକଲା ତିରୁପତି ମନ୍ଦିର କମିଟି: ରହିଛି ୧୪ହଜାର କୋଟି ଟଙ୍କାର ଫିକ୍ସ ଡିପୋଜିଟ୍, ୧୪ ଟନ୍‌ ସୁନା…

ତିରୁପତି ୨୫/ ୦୯: ବିଶ୍ବର ସବୁଠୁ ଧନୀ ହିନ୍ଦୁ ମନ୍ଦିର ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି)ର ସମ୍ପତ୍ତି ତାଲିକା ଜାରି ହୋଇଛି । ମନ୍ଦିର ପରିଚାଳନା କମିଟି ମୋଟ ସମ୍ପତ୍ତି ତାଲିକା ଜାରି କରିଛି । ଦେଶବ୍ୟାପୀ ମୋଟ ୯୬୦ ସମ୍ପତ୍ତି ଥିବା କୁହାଯାଇଛି ଯାହାର ମୂଲ୍ୟ ମୋଟ ୮୫,୭୦୫ କୋଟି ଟଙ୍କା ହେବ । ତେବେ ସମ୍ପତ୍ତିର ବଜାର ମୂଲ୍ୟ ପ୍ରାୟ ୧.୫ ଗୁଣା ଅର୍ଥାତ ୨ ଲକ୍ଷ କୋଟି ଟଙ୍କା ହେବବୋଲି ଅନୁମାନ କରାଯାଉଛି । ଗତ କିଛି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସମ୍ପତ୍ତି ତାଲିକା ସାର୍ବଜନୀନ କରାଯାଇଛି ।

ଟିଟିଡି ଅଧ୍ୟକ୍ଷ ଓ୍ବାଇ.ବି ସୁବ୍ବା ରେଡ୍ଡୀ ଶନିବାର କହିଛନ୍ତି ଯେ, ‘ତିରୁମାଲା ତିରୁପତି ମନ୍ଦିର ଟ୍ରଷ୍ଟର ଦେଶବ୍ୟାପୀ ମୋଟ ୭୧୨୩ ଏକର ଜମି ରହିଛି । ୧୯୭୪ ରୁ ୨୦୧୪ ମଧ୍ୟରେ ବିଭିନ୍ନ ସରକାର ଥିବାବେଳେ ୧୧୩ଟି ସମ୍ପତ୍ତି ବିକ୍ରି କରିଦିଆଯାଇଥିଲା । ୨୦୧୪ ପରେ ଆଉ କୌଣସି ସମ୍ପତ୍ତି ବିକ୍ରି କରାଯାଇନାହିଁ ଏବଂ ଭବିଷ୍ୟତରେ ବି କୌଣସି ସମ୍ପତ୍ତି ବିକ୍ରି କରିବା ପାଇଁ ଯୋଜନା ନାହିଁ’।

ସୁବ୍ବା ରେଡ୍ଡୀ କହିଛନ୍ତି, ‘ଟିଟିଡି ମନ୍ଦିର ମୋଟ ସମ୍ପତ୍ତି ପରିମାଣର ଏକ ଶ୍ବେତ ପତ୍ର ଜାରି କରାଯିବ । ସମସ୍ତ ସମ୍ପତ୍ତିର ମୂଲ୍ୟାଙ୍କନ କରାଯାଇ ଟିଟିଡି ଓ୍ବେବସାଇଟ୍‌ରେ ତଥ୍ୟ ଜାରି କରାଯାଇଛି । ବିଭିନ୍ନ ବ୍ୟାଙ୍କରେ ମନ୍ଦିରର ମୋଟ ୧୪୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଫିକ୍ସ ଡିପୋଜିଟ୍‌ ରହିଛି । ସେହିଭଳି ପ୍ରାୟ ୧୪ ଟନ୍‌ ସୁନାର ଭଣ୍ଡାର ମଧ୍ୟ ରହିଥିବା ତଥ୍ୟରେ ଉଲ୍ଲେଖ କରିଛି ମନ୍ଦିର ପରିଚାଳନା କମିଟି । ପୂର୍ବାପେକ୍ଷା ମନ୍ଦିରର ସମ୍ପତ୍ତି ଅନେକ ଗୁଣା ବୃଦ୍ଧିପାଇଛି ।

ସୂଚନାଯୋଗ୍ୟ, ବିଶ୍ବର ସବୁଠାରୁ ଧନୀ ମନ୍ଦିର ହେଉଛି କେରଳର ପଦ୍ମନାଭସ୍ବାମୀ ମନ୍ଦିର । ଏହି ମନ୍ଦିରର ମୋଟ ସମ୍ପତ୍ତି ପରିମାଣ ହେଉଛି ୧ ଲକ୍ଷ ୨୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ । ପଦ୍ମନାଭସ୍ବାମୀ ମନ୍ଦିର ପରେ ଦ୍ବିତୀୟରେ ରହିଛି ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ମନ୍ଦିର । ଯାହାର ମୋଟ ସମ୍ପତ୍ତି ୮୬ ହଜାର କୋଟି ଟଙ୍କା । ଏହା ପରକୁ ତୃତୀୟରେ ସିଦ୍ଧି ବିନାୟକ ମନ୍ଦିର, ଚତୁର୍ଥରେ ସିରିଡି ସାଇ ମନ୍ଦିର ରହିଛନ୍ତି ।

ସମ୍ବନ୍ଧିତ ଖବର