PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ଅପରାଧୀ ଲିଙ୍କ୍: ବିଜେଡ଼ି-ବିଜେପି ମୁହାଁମୁହିଁ, ଟିଟୋ ଭାଇ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଅଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୨/୨: ଟିଟୋ ଭାଇ ସପୋ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି । ତଥାପି ପୁଲିସ କାହିଁକି ନୀରବ ରହିଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ଦୁଇ ନେତାଙ୍କୁ ଗଞ୍ଜାମ ପୁଲିସର ନୋଟିସ୍ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, ଆଇନର ଉଦ୍ଧ୍ୱର୍ରେ କେହି ନାହାନ୍ତି । ଯଦି ସରକାରଙ୍କ ପାଖରେ ତଥ୍ୟ ପ୍ରମାଣ ଅଛି, ତେବେ ଆଇନ ଅନୁଯାୟୀ, ଦଣ୍ଡ ଦିଅନ୍ତୁ । ଡିଜିପିଙ୍କୁ କହି ଜେଲ୍ ପଠାନ୍ତୁ । ବିଜେପି ଏହାକୁ ସ୍ୱାଗତ କରିବ ।
ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାର ଯେଉଁ କୃଷ୍ଣ ନାୟକ କଥା କହୁଛନ୍ତି, ସେ ଜଣେ ରାଜନୈତିକ ଲୋକ । ସେ ଗତ ବିଧାନସଭାରେ ନିର୍ବାଚନରେ ଲଢ଼ିଥିଲେ । ରାଜ୍ୟ ସରକାର କିନ୍ତୁ ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । କିଛି ମାସ ତଳେ କୁଖ୍ୟାତ ଅପରାଧୀ ଟିଟୋର ଭାଇ ସପୋ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଉଠାଇଥିଲେ । ପୁଲିସ କାହିଁକି ଜେରା କରିନାହିଁ ।
ଧର୍ମେନ୍ଦ୍ର କହିଛନ୍ତି, ୨୦୧୪ ଜନସାଧାରଣଙ୍କ ଟଙ୍କା ଚିଟ୍ଫଣ୍ଡରେ ଲୁଟ୍ ହୋଇଛି । ତଦନ୍ତ ଦାୟିତ୍ୱ ସିବିଆଇକୁ ଗଲା । ସିବିଆଇ ତଦନ୍ତବେଳେ ସରୋଜସାହୁଙ୍କ ନାମ ଆସିଲା । ତାଙ୍କୁ ସିବିଆଇ ଜେରା କଲା । ତେବେ ଏ ସରୋଜ ସାହୁଙ୍କ ସମ୍ପର୍କରେ ବିଜେଡ଼ି ନେତା କି ମୁଖ୍ୟମନ୍ତ୍ରୀ କେହି ମୁହଁ ଖୋଲୁନାହାନ୍ତି । ଚିଟଫଣ୍ଡ ମାମଲାରେ ସିବିଆଇ ତଦନ୍ତ ଆଗେଇ ପ୍ରଶ୍ନ କଲେ, ବିଜେଡ଼ି ଏହାକୁ ରାଜନୈତିକ ଅକ୍ରୋଶକହୁଛି । ଏଥିରେ ଚୋର ମୁହଁ ଟାଣ ବୋଲି ସ୍ପଷ୍ଟ ଜଣାପଡ଼ୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେହିପରି କେନ୍ଦ୍ର ବଜେଟରେ ଚାଷୀଙ୍କୁ ଅର୍ଥ ଓ କାଳିଆ ଯୋଜନା ନେଇ ଧର୍ମେନ୍ଦ୍ର କହିଛନ୍ତି, କେବଳ କାଗଜରେ ଭଲ ଯୋଜନା ବୋଲି ଲେଖିଦେଲେ ହେବନି। ଏଥିପାଇଁ ବ୍ୟବସ୍ଥା କରିବା ଦରକାର । ଓଡ଼ିଶା ସରକାର ପ୍ରଥମେ କଣ୍ଟିଜେନ୍ସି ପାଣ୍ଠିରୁ ଆଣି ୬ଶହ କୋଟି ଟଙ୍କା ୧୨ଲକ୍ଷ ଲୋକଙ୍କୁ ଦେଲେ । ଏହି ତାଲିକାରେ ମନ୍ତ୍ରୀମଣ୍ଡଳରେ ଥିବା ଲୋକଙ୍କ ନାଁ ଗଣମାଧ୍ୟମରେ ଆସୁଛି । ଯଦି ରାଜ୍ୟ ସରକାର ଏହି ଯୋଜନାକୁ ଭଲ ବୋଲି କହୁଛନ୍ତି, ତେବେ କାଳିଆ ତାଙ୍କୁ ସଦ୍ବୁଦ୍ଧି ଦେଉ । ଧର୍ମେନ୍ଦ୍ର କହିଛନ୍ତି, ୫ବର୍ଷ ହେଲାଣି ସରକାର ଭାଗଚାଷୀଙ୍କୁ ଆଇନଗତ ଅଧିକାର ଦେବା କଥା କହୁଛନ୍ତି । ଏଯାଏଁ ଆଇନ ଆସିନି । ଭୂମିହିନୀ ଓ ନାମମାତ୍ର ଚାଷୀ ତାଲିକା ବି ତିଆରି ହୋଇନି । ରାଜ୍ୟ ସରକାର ବାରମ୍ବାର ଲୋକଙ୍କୁ ଠକିଛନ୍ତି । ତେଣୁ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଭଳି ମହତ୍ୱକାଂକ୍ଷୀ ଯୋଜନା ସହ ଅନ୍ୟ କୋ÷ଣସି ଯୋଜନାକୁ ତୁଳନା କରିବା ଠିକ ନୁହେଁ ।