ପୁରୀ,୨୭/୦୫: ପୁରୀରୁ ଗିରଫ ହେଲେ ତୃଣମୂଳ କଂଗ୍ରେସ ବିଧାୟକ। ସ୍ଥାନୀୟ ପୁଲିସର ସହାୟତାରେ ବିଧାୟକ ଦିଲ୍ଲୀପ ମଣ୍ଡଳକୁ ଗିରଫ କରିଛି ପଶ୍ଚିମବଙ୍ଗ ଏସଟିଏଫ୍ । ହୋଟେଲ୍ ବ୍ଲୁ ଲିଲିରୁ ଦିଲ୍ଲୀପଙ୍କୁ ବାନ୍ଧିଛି ଏସଟିଏଫ୍। ଦିଲ୍ଲୀପ ମମତା ସରକାରରେ ପରିବହନ ମନ୍ତ୍ରୀ ଥିଲେ। ଦିଲ୍ଲୀପ ମଣ୍ଡଳ କିଛି ସପ୍ତାହ ଧରି ଫେରାର ଥିଲେ। ନନ୍ଦିଗ୍ରାମରେ ମମତାଙ୍କୁ ସହଯୋଗ କରୁଥିବାରୁ ତାଙ୍କୁ ଫସେଇ ଦିଆଯାଇଥିବା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀପ।

ନିର୍ବାଚନ ସମୟରେ ବିଜେପି କର୍ମୀଙ୍କୁ ଧମକ ଦେଇଥିବା ମାମଲାରେ ଗିରଫ କରାଯାଇଥିବା କୁହାଯାଉଛି। ଗତକାଲି ରାତି ୧୦ ଟାରେ ହୋଟେଲ ବ୍ଲୁ ଲିଲୀରେ ଚେକ୍ ଇନ୍ କରିଥିଲେ ଦିଲ୍ଲୀପ ମଣ୍ଡଳ। ରୁମ୍ ନମ୍ବର ୨୧୩୨ରେ ଦୁଇ ଜଣ ଚେକ୍ ଇନ୍ କରିଥିଲେ। ଆଜି ସକାଳୁ ପୋଲିସ ଆସି ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଦିଲ୍ଲୀପଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ମଧ୍ୟ ଗିରଫ ହୋଇଥିଲେ।

ଅଧିକ ପଢ଼ନ୍ତୁ: Bangladeshi Infiltrators: ଶୁଭେନ୍ଦୁ ସରକାରଙ୍କ ଚେତାବନୀ ପରେ ବଢ଼ିଲା ଓଡ଼ିଶାର ଚିନ୍ତା, ପଶ୍ଚିମବଙ୍ଗରୁ ଅନୁପ୍ରବେଶ କରିପାରନ୍ତି ବାଂଲାଦେଶୀ

ତଦନ୍ତକାରୀ ଦଳ ଦିଲ୍ଲୀପ ମଣ୍ଡଳଙ୍କ ଲୋକେସନ୍ ଟ୍ରାକ୍ କରି ପୁରୀରେ ପହଞ୍ଚିଥିଲେ। ଦୀର୍ଘ ସମୟର ଅନୁସନ୍ଧାନ ପରେ ପୁରୀର ବ୍ଳୁ ଲିଲି ହୋଟେଲରୁ ତାଙ୍କୁ ଉଠାଇ ନେଇଛି ପଶ୍ଚିମବଙ୍ଗ ଏସଟିଏଫ୍ । ତେବେ ନିକଟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳର ଶୋଚନୀୟ ପରାଜୟ ହୋଇଥିଲା। ପୂର୍ବରୁ ଟିଏମସିର ଯେଉଁ ନେତା ବା ମନ୍ତ୍ରୀଙ୍କର ଅପରାଧିକ ମାମଲାରେ ସମ୍ପୃକ୍ତି ରହିଥିଲା, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି। ତେବେ ଦିଲ୍ଲୀପ ମଣ୍ଡଳଙ୍କୁ ଗିରଫ କରାଯିବା ପରେ ସରଗରମ ହୋଇଛି ପଶ୍ଚିମବଙ୍ଗ ରାଜନୀତି।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Heatwave Alert : ଜୁନ୍ ୨ ଯାଏଁ ହିଟୱେଭ୍ ଆଲର୍ଟ, ଜଳିବ ପଶ୍ଚିମ ଓଡ଼ିଶା