PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଧୋକେବାଜ୍ ପ୍ରେମିକକୁ ଶିକ୍ଷା ଦେବା ପାଇଁ ପ୍ରେମିକା ନିଜ ଚର୍ବିରେ ସାବୁନ ତିଆରି କରି ଦେଲା ଉପହାର

ମଣିଷ ପ୍ରେମରେ ପଡ଼ିଲା ପରେ ନିଜ ଜୀବନ ସହିତ ଖେଳିବାକୁ ବି ପଛାଏ ନାହିଁ ଏହି କଥା ଆପଣ ବି ଶୁଣିଥିବେ। ତେବେ କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଭଲ ପାଇବାର ଅର୍ଥ କଣ ବୁଝନ୍ତି ନାହିଁ। ମାତ୍ର ବେଳେବେଳେ ହୃଦୟରୁ ନୁହେଁ ବରଂ ଆତ୍ମାରୁ ହିଁ ଭଲ ପାଇବସନ୍ତି। ଏମିତି ଏକ ମାମଲା ଚୀନର ଜଣେ ମହିଳାଙ୍କ ସହ ଘଟିଛି।

ପ୍ରେମିକ ଜଣକ ନିଜ ପ୍ରେମିକାକୁ ଅଧା ରାସ୍ତାରେ ହିଁ ଛାଡ଼ି ଚାଲିଯାଇଛି। ଆଉ ଧୋକେବାଜ୍ ପ୍ରେମିକକୁ ଶିକ୍ଷା ଦେବା ପାଇଁ ପ୍ରେମିକା ପ୍ରେମର ସମସ୍ତ ସୀମା ପର କରି ନିଆରା ଢଙ୍ଗରେ ବଦଳା ନେଇଛି। ଏମିତି ଶିକ୍ଷା ଦେଇଛି ଯେ ଯାହା ଜୀବନ ଥିଲା ପର୍ଯ୍ୟନ୍ତ ସେ କେବେ ଭୁଲିବ ନାହିଁ କି ଦ୍ବିତୀୟ ଥର ଏଭଳି ଭୁଲ କରିବ ନାହିଁ।

ଚୀନର ହେନାନରେ ରହୁଥିବା ସାଓ ନାମକ ଜଣେ ଝିଅ ବହୁତ ମୋଟୀ ଥିଲା। ମୋଟାପଣ ଯୋଗୁଁ ସମସ୍ତେ ତାକୁ ଚିଡ଼ାଉଥିଲେ। କିନ୍ତୁ ଏହି କଥାରେ ସାଓକୁ କୈାଣସି ଫରକ ପଡ଼ୁନଥିଲା। ମାତ୍ର ଗୋଟିଏ ଦିନ ଏମିତି ହେଲା ଯାହା ସେ କେବେ ବି ଭାବିନଥିଲା।  ସାଓର ଜୀବନ ତଥା ପ୍ରେମିକ ବି ଦିନେ ତାକୁ କହିଦେଲା କି ‘ତୁ ବହୁତ ମୋଟୀ… ତୁ ଜମାରୁ ସୁନ୍ଦର ଲାଗୁନାହୁଁ…। ମାତ୍ର ସାଓକୁ କେବେ ବି ବିଶ୍ବାସ ନଥିଲା କି ତା ପ୍ରେମିକ ଦିନେ ତାକୁ ଏହି କଥା କହିବ ବୋଲି। ଏହି କଥା ଶୁଣି ସାଓ ପ୍ରେମିକକୁ ଛାଡ଼ିଦେଲା ସତ କିନ୍ତୁ ଏଭଳି ଉତ୍ତର ଦେଲା ଯେ ଯାହା ସେ କେବେ​‌ ଭୁଲିବ ନାହିଁ।

କିଛି ଦିନ ପରେ ସାଓ ନିଜର ସର୍ଭରୀ କରାଇଲା। ସର୍ଜରୀ ପରେ କୈାଣସି ହିରୋଇନ ଠାରୁ ବି କମ ଦେଖାଯାଉନଥିଲା ସାଓ। କିନ୍ତୁ ଆଶ୍ଚର୍ଯ୍ୟ କଥା ସାଓ ନିଜ ଶରୀରର ସର୍ଜରୀ କରାଇବା ପରେ ବଳକା ବାହାରିଥିବା ଚର୍ବିରେ ସାବୁନ ତିଆରି କରି ତା ପ୍ରେମିକକୁ ଉପହାର ଦେଇଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି।