PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଆଜି ଦିନ ୨ଟା ୪୩ରେ ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ; ବିଭିନ୍ନ ପର୍ଯ୍ୟାୟରେ ୪୮ ଦିନ ଯାତ୍ରା

ନୂଆଦିଲ୍ଲୀ,୨୨ ।୭(ଏଜେନ୍ସି): ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆସନ୍ତାକାଲି (ସୋମବାର) ଅପରାହ୍ନ ୨ଟା ୪୩ ମିନିଟ୍‌ରେ ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ-୨ ମହାକାଶଯାନ ପ୍ରକ୍ଷେପଣ କରାଯିବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପ୍ରକ୍ଷେପଣ ଯାନ ଜିଏସ୍‌ଏଲ୍‌ଭି ମାର୍କ-୩ ଚନ୍ଦ୍ରୟାନ-୨କୁ ଧରି ମହାକାଶ ଯାତ୍ରା କରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରାଯିବା ସହ ରିହର୍ଷାଲ ମଧ୍ୟ କରାଯାଇଛି । ପ୍ରକ୍ଷେପଣ ପାଇଁ ଆଜି ସନ୍ଧ୍ୟା ୬ଟା ୪୩ ମିନିଟ୍‌ରୁ ୨୦ ଘଣ୍ଟିଆ ଅବଗଣନା ଆରମ୍ଭ ହୋଇଛି । ଏହି ଅବଗଣନା ସମୟ ଭିତରେ ମହାକାଶଯାନକୁ ଭଲ ଭାବେ ପରୀକ୍ଷା କରାଯିବା ସହିତ ରକେଟରେ ଇନ୍ଧନ ଭରାଯିବା କାର୍ଯ୍ୟ ଶେଷ କରାଯିବ ।

ଗତ ୧୫-୧୬ ତାରିଖ ରାତି ୨ଟା ୫୧ ମିନିଟ୍‌ରେ ଚନ୍ଦ୍ରୟାନ-୨ ପ୍ରକ୍ଷେପଣ କରାଯିବାର ଥିଲା । ମାତ୍ର ଜିଏସ୍‌ଏଲ୍‌ଭି ମାର୍କ-୩ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଶେଷ ମୁହୂର୍ତ୍ତରେ ତାକୁ ବାତିଲ କରାଯାଇଥିଲା । ସିଏସ୍‌ଆଇଆରର ଅବସରପ୍ରାପ୍ତ ମୁଖ୍ୟ ବୈଜ୍ଞାନିକ ଗୌହର ରାଜା ସୈଫଙ୍କ କହିବାନୁଯାୟୀ ହିଲିୟମ ଟ୍ୟାଙ୍କରେ ତ୍ରୁଟି ଯୋଗୁ ଠିକ୍‌ ସମୟରେ ବୈଜ୍ଞାନିକମାନେ ଜାଣି ପ୍ରକ୍ଷେପଣ ବାତିଲ କରିଦେଇଥିଲେ । ଏଭଳି କରି ଇସ୍ରୋର ବୈଜ୍ଞାନିକମାନେ ଏକ ଦାୟିତ୍ୱବାନ୍‌ ପଦକ୍ଷେପ ନେଇଥିଲେ । ୪୪ ମିଟର ଉଚ୍ଚତା ବିଶିଷ୍ଟ ଜିଏସ୍‌ଏଲ୍‌ଭି ମାର୍କ-୩ରେ ରହିଥିବା ସେହି ତ୍ରୁଟିକୁ ପରବର୍ତ୍ତୀ ସମୟରେ ବୈଜ୍ଞାନିକମାନେ ଠିକ୍‌ କରିଛନ୍ତି ଏବଂ ପ୍ରପେକ୍ଷଣ ପାଇଁ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି । ୩.୮ ଟନ୍‌ ଓଜନ ବିଶିଷ୍ଟ ଚନ୍ଦ୍ରୟାନ-୨ ପ୍ରାୟ ୪୮ ଦିନ ଯାତ୍ରା କରି ସେପ୍ଟେମ୍ବର ପ୍ରଥମ ସପ୍ତାହ (୬-୮ତାରିଖ)ରେ ଚନ୍ଦ୍ରର ଦକ୍ଷିଣ ମେରୁର ଅନ୍ଧକାର ଅଞ୍ଚଳରେ ସଫ୍ଟ ଲ୍ୟାଣ୍ଡିଂ କରିବ । ଏହି ଅଭିଯାନ ସଫଳ ହେଲେ ଆମେରିକା, ରୁଷ ଓ ଚୀନ୍‌ ପରେ ଭାରତ ଚତୁର୍ଥ ରାଷ୍ଟ୍ର ଭାବେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ । ସେହିଭଳି ଦକ୍ଷିଣ ମେରୁର ଅନ୍ଧକାର ଅଞ୍ଚଳରେ ଚନ୍ଦ୍ରୟାନ-୨ ପ୍ରଥମ କରି ଲ୍ୟାଣ୍ଡିଂ କରିବ । ପୂର୍ବରୁ କୌଣସି ରାଷ୍ଟ୍ର ଏହି ଅଞ୍ଚଳରେ ଲ୍ୟାଣ୍ଡିଂ କରିପାରି ନାହାନ୍ତି ।

ଚନ୍ଦ୍ରୟାନ-୨ ମହାକାଶ ଯାନ ନିଜ ସହିତ ଏକ ଅର୍ବିଟର, ଲ୍ୟାଣ୍ଡର(ବିକ୍ରମ) ଓ ରୋଭର (ପ୍ରଜ୍ଞାନ)କୁ ସାଥୀରେ ଧରି ଯିବ । ଚନ୍ଦ୍ରୟାନ-୨ରେ ସମୁଦାୟ ୧୪ଟି ପେଲୋଡ ରହିବ । ସେଥିରେ ୟୁରୋପର ୩ଟି, ଆମେରିକାର ୨ଟି ଓ ବୁଲଗେରିଆର ଗୋଟିଏ ପେଲୋଡ ରହିଛି । ପ୍ରକ୍ଷେପଣର ୧୬ ମିନିଟ୍‌ ୨୦ ସେକେଣ୍ଡରେ ୬୪୦ ଟନ୍‌ ଓଜନ ବିଶିଷ୍ଟ ଜିଏସ୍‌ଏଲ୍‌ଭି ମାର୍କ-୩ ରକେଟ ଚନ୍ଦ୍ରୟାନ-୨କୁ ପୃଥିବୀର ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାପିତ କରିବ । ସେଠାରୁ ୪୮ ଦିନ ଭିତରେ ବିଭିନ୍ନ ପର୍ଯ୍ୟାୟରେ ସ୍ଥାନ ବଦଳାଇ ଧିରେ ଧିରେ ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ପୃଥିବୀର କକ୍ଷପଥରେ ପରିକ୍ରମା ସମୟକୁ ୨୩ ଦିନ ରଖାଯାଇଛି । ତା ପରେ ଏହା ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ଚନ୍ଦ୍ରରେ ଜଳ, ବିକଳ୍ପ ଶକ୍ତି, ହିଲିୟମ ଓ ମୂଲ୍ୟବାନ ଖଣିଜ ପଦାର୍ଥର ଅନୁସନ୍ଧାନ କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।