PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଆଜି ତୃତୀୟ ଦିନିକିଆ, ସିରିଜ୍‌ ଲକ୍ଷ୍ୟରେ ଭାରତ

ମାଉଣ୍ଟ ମୌଙ୍ଗନୁଇ,୨୭ା୧(ଏଜେନ୍ସି): ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆସନ୍ତାକାଲି ଖେଳାଯିବ ତୃତୀୟ ଦିନିକିଆ । ପ୍ରଥମ ଦୁଇଟି ମ୍ୟାଚ୍‌କୁ ଏକ ତରଫା ଭାବେ ଜିତିବା ପରେ ଭାରତୀୟ ଦଳ ଆସନ୍ତାକାଲି ଆଉ ଏକ ବିଜୟ ସହ ସିରିଜ୍‌ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି । ପୂର୍ବରୁ ଭାରତ ଏଠାରେ ଥରେ ମାତ୍ର ସିରିଜ୍‌ ବିଜୟୀ ହୋଇଛି । ଏଥର ସିରିଜ୍‌ ଜିତି ପୂର୍ବ ରେକର୍ଡରେ ଉନ୍ନତି କରବାକୁ ଭାରତ ପ୍ରୟାସ କରିବ । ଅନ୍ୟ ପଟରେ ଘରୋଇ ଦଳ ସିରିଜକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ତଥାପି ଶ୍ରେଷ୍ଠ ଏକାଦଶ ଚୟନ ଘରୋଇ ପାଇଁ ଚିନ୍ତାର କାରଣ ହୋଇଛି ।
ପାଣ୍ଡ୍ୟା ଫେରିବେ: ବାସନ୍ଦ ପ୍ରତ୍ୟାହାର ପରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ଯୋଗ ଦେଇ ସାରିଛନ୍ତି । ଆସନ୍ତାକାଲି ସେ ଏକାଦଶରେ ସ୍ଥାନ ପାଇବା ଆଶା କରାଯାଉଛି । ସେ ଇତି ମଧ୍ୟରେ ଦଳ ସହ ଯୋଗ ଦେଇ ଅଭ୍ୟାସ କରିଛନ୍ତି । ପାଣ୍ଡ୍ୟା ଖେଳିବାକୁ ସୁଯୋଗ ପାଇଲେ ଭାରତୀୟ ଦଳ ପୂର୍ବାପେକ୍ଷା ଅଧିକ ସନ୍ତୁଳିତ ହୋଇଯିବ । ବିଶେଷ କରି ଦଳର ବୋଲିଂ ଶକ୍ତି ଦ୍ୱଗୁଣିତ ହୋଇପାରିବ । ସେ ଏକାଦଶରେ ସ୍ଥାନ ପାଇଲେ ବିଜୟ ଶଙ୍କର ଏକାଦଶରୁ ବାଦ ପଡ଼ିବେ ।
ନ୍ୟୁଜିଲାଣ୍ଡ ଚିନ୍ତା ଭାରତୀୟ ବୋଲର: ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଘରୋଇ ଦଳକୁ ଚିନ୍ତାରେ ପକାଇ ଦେଇଛି । ମହମ୍ମଦ ସାମି ଆରମ୍ଭରୁ ବିପର୍ଯ୍ୟୟ ସୃଷ୍ଟି କରୁଛନ୍ତି । ବିଶେଷ କରି ଦୁଇ ସ୍ପିନରଙ୍କୁ ମୁକାବିଲା କରିବା ଘରୋଇ ଦଳର ବ୍ୟାଟ୍ସମ୍ୟାନଙ୍କ ପକ୍ଷରେ କଷ୍ଟକର ହୋଇଯାଇଛି । ଚହଲଙ୍କ ବଲ୍‌ରେ ଫର୍ମରେ ଥିବା ରସ ଟେଲର ୨ଥର ଆଉଟ୍‌ ହୋଇ ସାରିଲେଣି । ସେହିପରି କୁଲଦୀପ ଯାଦବ ୮ଟି ୱିକେଟ୍‌ ହାତେଇ ସାରିଛନ୍ତି । ଭାରତକୁ ହରାଇବାକୁ ହେଲେ ବଡ଼ ସ୍କୋର କରିବା ଜରୁରୀ । ହେଲେ ମଧ୍ୟଭାଗ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଜରି ରହିଲେ ନ୍ୟୁଜିଲାଣ୍ଡ ବିଶାଳ ସ୍କୋର ସଂଗ୍ରହ କରିବା ଅସମ୍ଭବ । ଟେଲର, ୱିଲାମସନ ଓ ଟମ୍‌ ଲାଥମ ସ୍ପିନରଙ୍କୁ ଭଲ ଖେଳିବାର ନଜିର ରହିଛି । ହେଲେ ଏମାନଙ୍କ ବିଫଳତା ପରେ ଦଳ ଚିନ୍ତାରେ ପଡ଼ିଯାଇଛି ।
ବେ ଓଭାଲ ବ୍ୟାଟିଂ ପିଚ୍‌: ଏଠାରେ ଦ୍ୱିତୀୟ ଦିନିକିଆ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୩୨୪ ରନ୍‌ ସଂଗ୍ରହ କରିଥିଲା । ଆସନ୍ତାକାଲି ମଧ୍ୟ ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ । ତଥାପି ଆରମ୍ଭରୁ ପେସ୍‌ ବୋଲରମାନେ ସୁଇଂ ପାଇବେ । ଫଳରେ ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି(ଅଧିନାୟକ), ଅମ୍ବାତି ରାୟୁଡୁ, କେଦାର ଯାଦବ, ଏମଏସ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା/କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ୟୁଝବେନ୍ଦ୍ର ଚହଲ ।
ନ୍ୟୁଜିଲାଣ୍ଡ: କେନ ୱିଲାମସନ(ଅଧିନାୟକ), ମାର୍ଟିନ ଗୁପତିଲ, କଲିନ ମନ୍‌ରୋ, ରସ ଟେଲର, ଟମ୍‌ ଲାଥମ, ହେନରୀ ନିକୋଲାସ, ମିଚେଲ ସାଣ୍ଟନର/କଲିନ ଡି ଗ୍ରାଣ୍ଡହୋମ୍‌, ଟିମ୍‌ ସାଉଦି, ଲୋକି ଫର୍ଗୁସନ, ଟ୍ରେଣ୍ଟ ବାଉଲ୍ଟ, ଇସ୍‌ ସୋଦ୍ଧି ।

ସମ୍ବନ୍ଧିତ ଖବର