ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼

Published By : Prameya | January 14, 2025 8:46 AM

କେନ୍ଦୁଝର/ପାଟଣା,୧୪/୦୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି  ଦିନିଆ ଗସ୍ତରେ କେନ୍ଦୁଝର ଆସୁଛନ୍ତି । ପବିତ୍ର ମକର ସଂକ୍ରାନ୍ତିରେ ବୈତରଣୀ  ନଦୀରେ ବୁଡ଼ ପକାଇ ରାଜ୍ୟବାସୀଙ୍କ  ସୁଖ ସମୃଦ୍ଧି କାମନା କରିବାକୁ କାର୍ଯ୍ୟକ୍ରମ ରହିଛି । 

ମଙ୍ଗଳବାର ୯ଟା ୩୦ରେ ମୁଖ୍ୟମନ୍ତ୍ରୀ ବିମାନରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବେ । ସଡ଼କ ପଥରେ ରାଇସୁଆ ଠାରୁ  ପାଟଣା ଯାଇ ମକର ବୁଡ଼ ପକାଇବେ । ସେଠାରେ କେତେକ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ବିଜେପି କର୍ମୀ ହରି ମହାନ୍ତଙ୍କ ବାସଭବନରେ ପହଞ୍ଚି କେତେକ ଉନ୍ନୟନ  କାର୍ଯ୍ୟର ସମୀକ୍ଷା କରିବେ । ମଧ୍ୟାହ୍ନ ୧ଟାରେ  କେନ୍ଦୁଝର ସର୍କିଟ୍‌ ହାଉସ ଅଭିମୁଖେ ଯାତ୍ରା କରିବେ । ଅପରାହ୍ଣ ୪ଟାରେ ଝୁମ୍ପୁରା ଦେଇ  ନିଜ ଗ୍ରାମ ରାଇକଳାକୁ ଗସ୍ତ କରିବେ । ସେଠାରେ କେତେକ କାର୍ଯ୍ୟକ୍ରମରେ  ଯୋଗଦେବା ପରେ ସର୍କିଟ୍‌ ହାଉସରେ  ରାତ୍ରୀଯାପନ କରିବେ । 

ବୁଧବାର ଧରଣୀଧର ବିଶ୍ୱବିଦ୍ୟାଳୟ  ପଡିଆରେ ସାମାଜିକ ସୁରକ୍ଷା ଯୋଜନାର  କାର୍ଯ୍ୟକ୍ରମକୁ ଲୋକାର୍ପଣ କରିବେ ।  ଅପରାହ୍ଣରେ ବଡ଼ବିଲ ଅଭିମୁଖେ  ଯାତ୍ରା କରିବେ । ବଡ଼ବିଲ ସରସ୍ୱତୀ  ଶିଶୁ ବିଦ୍ୟାମନ୍ଦିରର ଏକ ପ୍ରାର୍ଥନା ହଲ୍‌କୁ  ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ । ପରେ  ବଡ଼ବିଲ ମହୋତ୍ସବର ରୌପ୍ୟଜୟନ୍ତୀ  କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ  ଓଏମ୍‌ସି ଅତିଥି ଭବନରେ କେତେକ  କାର୍ଯ୍ୟର ସମୀକ୍ଷା କରିବା ପରେ  କେନ୍ଦୁଝର ଅଭିମୁଖେ ସଡ଼କପଥରେ  ଯାତ୍ରା କରିବେ । 

ଗୁରୁବାର ଝୁମ୍ପୁରା ବ୍ଲକ୍‌ର  ବାଲିବନ୍ଧ ଗ୍ରାମର ମହେନ୍ଦ୍ର ପଟ୍ଟନାୟକଙ୍କ  ମା’ଙ୍କ ଏକାଦଶାହରେ ଯୋଗଦେଇ  ପୂର୍ବାହ୍ଣ ୧୦ଟା ୪୫ରେ ବିମାନ ଯୋଗେ  ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ନିକଟକୁ  ପହଞ୍ଚିଛି । ସୁରକ୍ଷା ପାଇଁ ବ୍ୟାପକ ପୁଲିସ  ବ୍ୟବସ୍ଥା ଆୟୋଜନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.