ଆଜିର ରାଶିଫଳ (୨୫/୧, ଶୁକ୍ରବାର)

ମେଷ- ଷଷ୍ଠ ସ୍ଥାନରେ ଚନ୍ଦ୍ରଙ୍କ ଚଳନ ହେତୁ ନିଜର ସାମର୍ଥ୍ୟ ଅନୁଯାୟୀ ଉନ୍ନତି କରିବେ । ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ଚାକିରିରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବେ । ମହିଳାମାନେ ସମ୍ମାନ ପାଇବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ ।
ବୃଷ- କୃଷ୍ଣ ପକ୍ଷ ପଞ୍ଚମରେ ଘାତଚନ୍ଦ୍ର କାରଣରୁ କେତେକ ସମସ୍ୟାକୁ ନେଇ ବିଚଳିତ ରହିବେ । ସାଂସାରିକ ଗୁରୁଜନମାନଙ୍କର ଅପ୍ରିୟ ହୋଇପାରନ୍ତି । ଚାକିରିରେ କର୍ତ୍ତୃପକ୍ଷଙ୍କର ଚାପ ରହିବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ ।
ମିଥୁନ- କୃଷ୍ଣ ପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ଉତ୍ସାହିତ ରହିବେ । ସାଂସାରିକ ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ । ମହିଳାମାନେ ଗୃହସଜ୍ଜାରେ ବ୍ୟସ୍ତ ରହିବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ । ଶୁଭଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ ।
କର୍କଟ- ତୃତୀୟରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କୌଣସି ବଡ ଧରଣର କାର୍ଯ୍ୟକୁ ତୁଲାଇପାରିବେ । ସାଂସାରିକ ପରିଶ୍ରମର ଫଳ ମିଳିବ । ପ୍ରଶାସନିକ ଓ ରାଜନୀତିରେ ସକ୍ରୀୟ ରହିବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ ।
ସିଂହ- କୃଷ୍ଣ ପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ମନ୍ଥରତା ରହିବ । ସାଂସାରିକ ଭୁଲ୍ ବୁଝାମଣା ରହିବ । ଚାକିରିରେ ସମସ୍ୟା ରହିବ । ରାଜନୀତିରେ ପ୍ରତିଦ୍ୱନ୍ଦ୍ୱିତା ରହିବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍ ।
କନ୍ୟା- ଶ୍ରୀ ଚନ୍ଦ୍ର କାରଣରୁ ଦିନଚର୍ଯ୍ୟା ସୁଖଦପୂର୍ଣ୍ଣ ରହିବ । ସାଂସାରିକ ଅତିଥିଙ୍କ ଆଗମନ ହୋଇପାରେ । ଚାକିରିରେ ପ୍ରଶଂସା ପାଇବେ । ମହିଳାମାନେ ଆଦରଣୀୟା ହେବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭଅଙ୍କ-୮, ଶୁଭରଙ୍ଗ-ଆକାଶୀ ।
ତୁଳା- କୃଷ୍ଣ ପକ୍ଷ ଦ୍ୱାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଉଦ୍ଯୋଗ କରି ସଫଳ ହେବେ । ସାଂସାରିକ ଚଳ ଚଞ୍ଚଳ ହେବେ । ରାଜନୀତିରେ ଜନ ସେବାରେ ବ୍ରତୀ ହେବେ । ମହିଳାମାନେ ପରିଶ୍ରମୀ ହେବେ । ପରିବହନ ଓ ବାଣିଜ୍ୟରେ ସ୍ୱଳ୍ପ ଲାଭ ମିଳିବ ।
ବିଛା- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ଦୀର୍ଘଦିନରୁ ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ସାଂସାରିକ ସୁଖ ସମ୍ମାନ ପାଇବେ । ଚାକିରିରେ ସ୍ଥାୟୀତ୍ୱ ବଜାୟ ରହିବ । ରାଜନୀତିରେ ପ୍ରସିଦ୍ଧି ବଢ଼ିବ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ ।
ଧନୁ- ଦଶମରେ ଚନ୍ଦ୍ରଙ୍କ ପାରଗମନ ହେତୁ କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ । ଉଭୟେ ପ୍ରେମ ଓ ସାଂସାରିକ ମଧୁର ସଂପର୍କ ରହିବ । ଚାକିରିରେ ଉଚ୍ଚ ସମ୍ମାନ ପାଇବେ । ପ୍ରଶାସନିକ ମାନ ମର୍ଯ୍ୟାଦା ବୃଦ୍ଧି ହେବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶା ମୁତାବକ ଫଳ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲିଭର ।
ମକର- କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଦେଖାଦେବ । ସାଂସାରିକ କିଛିଟା ସମସ୍ୟା ରହିବ । ମହିଳାମାନେ ଅସ୍ଥିରମନା ରହିବେ । ଚାକିରିରେ ଅସହଯୋଗ ରହିବ । ପରିବହନ ଓ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ । ଶୁଭଅଙ୍କ-୮, ଶୁଭରଙ୍ଗ-କଳା ।
କୁମ୍ଭ- ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ଠକାମୀରେ ପଡିପାରନ୍ତି । ସାଂସାରିକ କାର୍ଯ୍ୟହାନି ଓ ସନ୍ତୋପ ଦେଖାଦେବ । ଚାକିରିରେ ସମସ୍ୟା ରହିବ । ମହିଳାମାନେ ହତୋତ୍ସାହ ରହିବେ । ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲିଭର ।
ମୀନ- ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ ଅଟକି ରହିଥିବା କାର୍ଯ୍ୟ ସମାପନ କରିବେ । ସାଂସାରିକ ସୁଖସମ୍ମାନ ପାଇବେ । ଚାକିରିରେ ଓ ପ୍ରଶାସନିକ ଦାୟିତ୍ୱବୋଧ ରହିବ । ମହିଳାମାନେ ରକ୍ଷଣଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଲାଭାନ୍ନିତ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।