ଆଜିର ରାଶିଫଳ (୩/୨, ରବିବାର)

ମେଷ- ଦଶମ ଭାବରେ ଚନ୍ଦ୍ର ଚଳନ ହେତୁ କର୍ମ କ୍ଷେତ୍ରରେ ସୁଖ ସମ୍ମାନ ପାଇବେ । ଉଭୟେ ପ୍ରେମ ଓ ସାଂସାରିକ ମଧୁର ସମ୍ପର୍କ ରହିବ । ମହିଳାମାନେ ଆଦର ସମ୍ମାନ ପାଇବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି କରିବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।
ବୃଷ- କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ରହିବ । ସାଂସାରିକ ଉଦାସ ରହିବେ । ମହିଳାମାନେ ଚିନ୍ତାରେ ରହିବେ । ଚାକିରିରେ କାର୍ଯ୍ୟବ୍ୟସ୍ତତା ରହିବେ । ବାଣିଜ୍ୟରେ ମନ୍ଥରତା ରହିବ । ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା ।
ମିଥୁନ- ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଠକାମୀରେ ପଡ଼ିପାରନ୍ତି ସାଂସାରିକ ଅଶାନ୍ତି ରହିବ । ଚାକିରିରେ ଅଭିଯୋଗ ଆସିପାରେ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍ ।
କର୍କଟ- ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ବନ୍ଧୁ ସହଯୋଗ ମିଳିବ । ସାଂସାରିକ ସୁଖ ସମ୍ମାନ ପାଇବେ । ପ୍ରଶାସନିକ ମାନମର୍ଯ୍ୟାଦା ପ୍ରାପ୍ତି ହେବ । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ । ଶୁଭଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
ସିଂହ- ଷଷ୍ଠ ଭାବରେ ଘାତଚନ୍ଦ୍ର କାରଣରୁ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଚିନ୍ତାରେ ରହିବେ । ସାଂସାରିକ ଉତ୍ତେଜନା ଭିତରେ କଟିବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ମାନ୍ଦା ସ୍ଥିତି ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
କନ୍ୟା- କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସମସ୍ୟା ରହିବ । ସାଂସାରିକ ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭଅଙ୍କ-୮, ଶୁଭରଙ୍ଗ-ଆକାଶୀ ।
ତୁଳା- କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଦିନଟି ଚଳଚଞ୍ଚଳ ରହିବେ । ସାଂସାରିକ ଉତ୍ତମ ବୁଝାମଣା ରହିବ । ଚାକିରିରେ ସହଯୋଗ ପାଇବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ ।
ବିଛା- ତୃତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ । ସାଂସାରିକ ଭ୍ରାତୃଭଗ୍ନୀଙ୍କର ସହଯୋଗ ମିଳିବ । ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲ୍ଭର ।
ଧନୁ- କୃଷ୍ଣପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଅସହଯୋଗ ରହିବ । ସାଂସାରିକ ସମସ୍ୟା ରହିବ । ଚାକିରିରେ ଚାପ ରହିବ । ପରିବହନ ଓ ବାଣିଜ୍ୟରେ ମନ୍ଥରତା ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍ ।
ମକର- ଶ୍ରୀଚନ୍ଦ୍ର କାରଣରୁ ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ । ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟରେ ଆୟ ବୃଦ୍ଧି ହେବ । ବାଣିଜ୍ୟରେ ଆୟ ବୃଦ୍ଦି ହେବ । ଶୁଭଅଙ୍କ-୮, ଶୁଭରଙ୍ଗ-କଳା ।
କୁମ୍ଭ- କୃଷ୍ଣପକ୍ଷ ଦ୍ୱାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁ ଚେଷ୍ଟା କରି ଆଗେଇବେ । ସାଂସାରିକ ଭ୍ରମଣ କରିବାର ସୁଯୋଗ ପାଇବେ । ପରିବହନ ଓ ବାଣିଜ୍ୟରେ ସ୍ୱଳ୍ପ ଲାଭ ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍ ।
ମୀନ- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ଆଶା ପୂରଣ ହେବ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ପ୍ରଶାସନିକ ଉଚ୍ଚ ସମ୍ମାନ ପାଇବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍ ।