ଆଜିର ରାଶିଫଳ (୫/୨, ମଙ୍ଗଳବାର)

ମେଷ- ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ କାର୍ଯ୍ୟସିଦ୍ଧି ସହ ମାନ ସମ୍ମାନ ପାଇବେ । ସାଂସାରିକ ସୁଖ ସନ୍ତୋଷ ପାଇବେ । ଚାକିରିରେ ମାନ ମର୍ଯ୍ୟାଦା ବୃଦ୍ଧି ପାଇବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ଓ ସଞ୍ଚୟ ହେବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।
ବୃଷ- ଶୁକ୍ଳ ପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଯୋଜନା କରି ସଫଳ ହେବେ । ସାଂସାରିକ ଧର୍ମାଦି କାର୍ଯ୍ୟରେ ମନ ରହିବ । ଚାକିରିରେ ନିଷ୍ଠାପର ରହିବେ । ପରିବହନ ଓ ବାଣିଜ୍ୟରେ ଲାଭ ଜନକ ରହିବ । ଶୁଭଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ମିଥୁନ- ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ ପ୍ରତିକୂଳତା ଭିତରେ ଦେଇ ଗତି କରିବେ । ସାଂସାରିକ ମନସ୍ତାପରେ ରହିବେ । ଚାକିରିରେ ଅଭିଯୋଗ ଆସିପାରେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭଅଙ୍କ-୬, ଶୁଭ ରଙ୍ଗ-ସିଲିଭର ।
କର୍କଟ- ସପ୍ତମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ର ଉତ୍ସାହଜନକ ରହିବ । ସାଂସାରିକ ବସ୍ତ୍ରାଦି ଆଭୁଷଣ ପ୍ରାପ୍ତି ହେବ । ଚାକିରିରେ ସମ୍ମାନ ପ୍ରାପ୍ତି ହେବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଲାଭ ଜନକ ରହିବ । ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା ।
ସିଂହ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ କେତେକ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ । ସାଂସାରିକ ଆର୍ଥିକ ସ୍ୱଚ୍ଛଳତା ରହିବ । ମହିଳାମାନେ ରକ୍ଷଣଶୀଳ ହେବେ । ବାଣିଜ୍ୟରେ ଚିନ୍ତା ଜନକ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍ ।
କନ୍ୟା- ଶୁକ୍ଳ ପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ ଶୃଙ୍ଖଳିତ ଧାରାରେ କର୍ମକରି ସଫଳ ହେବେ । ସାଂସାରିକ ଗୁରୁଜନମାନଙ୍କ ପରାମର୍ଶ କ୍ରମେ କର୍ମ କରିବେ । ବାଣିଜ୍ୟରେ ନୂତନ ପୁଞ୍ଜିନିବେଶ କରି ସଫଳ ହେବେ । ଶୁଭଅଙ୍କ-୧, ଶୁଭରଙ୍ଗ-ପିଙ୍କ୍ ।
ତୁଳା- ଶୁକ୍ଳ ପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କାର୍ଯ୍ୟରେ ବିଳମ୍ବ ଓ ଖର୍ଚ୍ଚାନ୍ତ ଦେଖାଦେବ । ସାଂସାରିକ ବନ୍ଧୁ ବାନ୍ଧବଙ୍କ ସହ ମନାନ୍ତର ଦେଖାଦେବ । ପରିବହନ ଓ ବାଣିଜ୍ୟରେ ମନ୍ଥରତା ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ବିଛା- ତୃତୀୟରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ନିଜର ସାମର୍ଥ୍ୟ ଅନୁଯାୟୀ ଉନ୍ନତି କରିବେ । ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ । ଚାକିରିରେ ଉଚ୍ଚ ସମ୍ମାନ ପାଇବେ । ବାଣିଜ୍ୟରେ ଉନ୍ନତି କରିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରୀମ୍ ।
ଧନୁ- କୃଷ୍ଣ ପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ସହଯୋଗ ପାଇବେ । ସାଂସାରିକ ଉତ୍ତମ ବୁଝାମଣା ରହିବ । ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ । ପରିବହନ ଓ ବାଣିଜ୍ୟରେ ଭଲ ଆୟ ହେବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣି ।
ମକର- ଚନ୍ଦ୍ରଙ୍କ ସ୍ୱ-ଚଳନ ହେତୁ ଉଚ୍ଚ ଆଶା ପୂରଣ ହେବ । ଉଭୟେ ପ୍ରେମ ଓ ସାଂସାରିକ ଉତ୍ତମ ବୁଝାମଣା ରହିବ । ମହିଳାମାନେ ଆଦର ସମ୍ମାନ ପାଇବେ । ଚାକିରିରେ ପ୍ରଶଂସା ପାଇବେ । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ । ଶୁଭଅଙ୍କ-୪, ଶୁଭରଙ୍ଗ-ମେଟାଲିକ୍ ।
କୁମ୍ଭ- ଶୁକ୍ଳ ପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ବିଳମ୍ବ ଦେଖାଦେବ । ସାଂସାରିକ ସମସ୍ୟା ରହିବ । ରାଜନୀତିରେ ପ୍ରତିଦ୍ୱନ୍ଦ୍ୱିତା ରହିବ । ପରିବହନ ଓ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ ।
ମୀନ- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ଉଚ୍ଚ ଆଶା ପୂରଣ ହେବ । ସାଂସାରିକ ଧନ ସମ୍ମାନ ମିଳିବ । ଚାକିରିରେ ପଦୋନ୍ନତି ହୋଇପାରେ । ପରିବହନ ଓ ବାଣିଜ୍ୟରେ ଆୟ ବୃଦ୍ଧି ଓ ସଞ୍ଚୟ ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।