PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଜି ଦ୍ୱିତୀୟ ଦିନିକିଆ: ସିରିଜ କବ୍‌ଜା କରିବା ଲକ୍ଷ୍ୟରେ ରୋହିତ ବାହିନୀ, ଅଷ୍ଟ୍ରେଲିଆ ପାଇଁ ‘କର ବା ମର’ ସ୍ଥିତି

BCCI, twitter

ବିଶାଖାପଟ୍ଟନମ୍‌,୧୯/୦୩: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯିବ । ୧-୦ରେ ଆଗୁଆ ରହିଥିବା ଭାରତ ଏହି ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ ।

ପ୍ରଥମ ମ୍ୟାଚ୍‌ ଖେଳିନଥିବା ରୋହିତ ଶର୍ମା ଇତି ମଧ୍ୟରେ ଦଳ ସହ ଯୋଗ ଦେଇ ସାରିଛନ୍ତି । ଫଳରେ ସେ ଆଜିର ମ୍ୟାଚ୍‌ରେ ଦଳର ନେତୃତ୍ୱ ନେବେ ଓ ଓପନ୍‌ କରିବେ । ତେଣୁ ଇଶାନ କିଷନ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରୁ ବାଦ ଦିଆଯାଇପାରେ । ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମକୁ ନେଇ ଚିନ୍ତା ରହିଛି । ସେ ଦିନିକିଆରେ ସଫଳ ହୋଇପାରି ନାହାନ୍ତି । ୬ମାସ ପରେ ଦିନିକିଆ ବିଶ୍ୱକପ୍‌ । ତେଣୁ ଏହା ପୂର୍ବରୁ ସୂର୍ଯ୍ୟକୁମାରଙ୍କୁ ନିଜ ସ୍ଥାନ ସୁରକ୍ଷିତ ରଖିବାକୁ ପଡ଼ିବ ।

BCCI, twitter

ସମ୍ପୂର୍ଣ୍ଣ ଫିଟ୍‌ ହୋଇନଥିବା ଡେଭିଡ୍‌ ୱାର୍ଣ୍ଣର ପ୍ରଥମ ମ୍ୟାଚ୍‌ରୁ ବାଦ ପଡ଼ିଥିଲେ । ଆଜିର ମ୍ୟାଚ୍‌ରେ ମଧ୍ୟ ସେ ଖେଳିବା ନେଇ ଆଶଙ୍କା ରହିଛି । ମାତ୍ର ୱିକେଟ୍‌ କିପର ଆଲେକ୍ସ କ୍ୟାରୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଅଭ୍ୟାସ ଜାରି ରଖିଛନ୍ତି । ଫଳରେ ସେ ଖେଳିବା ନିଶ୍ଚିତ । ସେ ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ ଜୋସ ଇଂଲିଶ ପ୍ରଥମ ଦିନିକିଆ ଖେଳିଥିଲେ ।

କୋହଲିଙ୍କ ଉପରେ ନଜର

ପ୍ରଥମ ମ୍ୟାଚ୍‌ରେ ନିରାଶ କରିଥିବା ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ଆଜିର ମ୍ୟାଚ୍‌ରେ ଏକ ବଡ଼ ଇନିଂସ ଆଶା କରାଯାଉଛି । କାରଣ ଏଠାରେ ସେ ଅନେକ ବିଶାଳ ଇନିଂସ ଖେଳିସାରିଛନ୍ତି । କୋହଲି ଏଠାରେ ଖେଳିଥିବା ୬ଟି ଦିନିକିଆରେ ଯଥାକ୍ରମେ ୧୧୮, ୧୧୭, ୯୯, ୬୫, ଅପରାଜିତ ୧୫୭ ଓ ୦ ରନ୍‌ର ଇନିଂସ ଖେଳିଛନ୍ତି ।

ସୁନ୍ଦରଙ୍କୁ ମିଳିପାରେ ସୁଯୋଗ

ଯୁବ ଅଲ୍‌ରାଉଣ୍ଡର ୱାସିଂଟନ ସୁନ୍ଦର ଖେଳିବା ଆଶା କରାଯାଉଛି । ବିଶାଖାପଟ୍ଟନମ ପିଚ୍‌ ସ୍ପିନରଙ୍କୁ ସହାୟତା କରିବ । ତେଣୁ ଭାରତ ୩ଜଣ ସ୍ପିନର ନେଇ ଗ୍ରାଉଣ୍ଡକୁ ଓହ୍ଲାଇପାରେ । ଏହା ସମ୍ଭବ ହେଲେ ସର୍ଦୁଲ ଠାକୁର ଏକାଦଶରୁ ବାଦ ପଡ଼ିବେ । ରବିନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଅନ୍ୟ ୨ ସ୍ପିନର ଭାବେ ସ୍ଥାନ ବଜାୟ ରଖିବେ । ଅକ୍ଷର ପଟେଲଙ୍କୁ ଏକାଦଶରେ ସୁଯୋଗ ମିଳିବ ନାହିଁ ।

ଭାରତର ‘ଲକି’ ଗ୍ରାଉଣ୍ଡ

ଏହି ଗ୍ରାଉଣ୍ଡ ସର୍ବଦା ଭାରତ ପାଇଁ ସଫଳ ଗ୍ରାଉଣ୍ଡ ସାବ୍ୟସ୍ତ ହୋଇଛି । ଏଠାରେ ଭାରତ ୯ଟି ଦିନିକିଆ ଖେଳି ୭ଟି ମ୍ୟାଚ୍‌ ଜିତିଛି ଓ ଗୋଟିଏ ମ୍ୟାଚ ପରାଜିତ ହୋଇଛି । ଗୋଟିଏ ମ୍ୟାଚ୍‌ ‘ଟାଇ’ରେ ଶେଷ ହୋଇଥିଲା ।

ଆଜିର ମ୍ୟାଚ୍‌ରେ କେ ଏଲ ରାହୁଲ ଏକ ରେକର୍ଡ ତାଲିକାରେ ସ୍ଥାନ ପାଇବାର ସୁଯୋଗ ରହିଛି । ସେ ୫୦ଟି ଦିିନିକିଆ ଖେଳି ୧୯୪୫ ରନ୍‌ ସଂଗ୍ରହ କରିସାରିଛନ୍ତି । ଆଜି ମ୍ୟାଚ୍‌ରେ ୫୫ରନ୍‌ କଲେ ସେ ଦ୍ୱିତୀୟ ଦ୍ରୁତତମ ଭାରତୀୟ ଭାବେ ୨୦୦୦ ଦିନିକିଆ ରନ୍‌ କ୍ଲବ୍‌ରେ ସ୍ଥାନ ପାଇବେ । ଶିଖର ଧାୱନ ୪୮ଟି ଦିନିକିଆ ଖେଳି ୨୦୦୦ ରନ୍‌ ସଂଗ୍ରହ କରିଛନ୍ତି ।

ସେହିପରି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ ସ୍ମିଥ୍‌ ୬୧ ରନ୍‌ କଲେ ଦିନିକିଆ କ୍ରିକେଟ୍‌ରେ ୫୦୦୦ ରନ ପୂରଣ କରିବେ ।

ଟସ୍‌ ଜିତିଲେ ଫିଲ୍ଡିଂ

ବିଶାଖାପଟ୍ଟନମ ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ । ଏଠାରେ ହାରା ହାରି ପ୍ରଥମ ଇନିଂସ ସ୍କୋର ୨୯୫ ରହିଛି । ୨୦୧୯ରେ ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଏଠାରେ ଏକ ଦିନିକିଆ ଖେଳାଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୩୮୭ ରନ୍‌ ସଂଗ୍ରହ କରିଥିଲା । ରୋହିତ ଓ ରାହୁଲ ଶତକ ଅର୍ଜନ କରିଥିଲେ । ଆଜି ପାଗ କୋହଲା ରହିବ । ଅପରାହ୍ଣରେ ବର୍ଷା ସମ୍ଭାବନା ରହିଛି । ତଥାପି ପୂର୍ଣ୍ଣ ୫୦ ଓଭର ଖେଳ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଇପାରେ ।

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ/ଇଶାନ କିଷାନ, କେ ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର/ ସର୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି ।

ଅଷ୍ଟ୍ରେଲିଆ: ଟ୍ରେଭିସ ହେଡ୍‌, ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ୍‌(ଅଧିନାୟକ), ମାର୍ନସ ଲାବୁସାନ, ଆଲେକ୍ସ କ୍ୟାରୀ, କାମେରନ ଗ୍ରୀନ, ଗ୍ଲେନ ମ୍ୟାକ୍ସୱେଲ୍‌, ମାର୍କସ ଷ୍ଟଇନିସ, ସିନ ଆବୋଟ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ।

ସମ୍ବନ୍ଧିତ ଖବର